ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଉଥିବାବେଳେ ଗତ ନଭେମ୍ବର ୨୬ ତାରିଖରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ ବୋଲି କହିଥିଲେ। ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଯେଉଁ ମନ୍ତବ୍ୟ ରଖିଛନ୍ତି ସେଥିରୁ ଭିତର ରତ୍ନଭଣ୍ଡାର ଏବେ ଖୋଲିବ ନାହିଁ ତାହା ସ୍ପଷ୍ଟ ହୋଇଛିି। ମହାପ୍ରଭୁଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଆକଳନ କରି ରିପୋର୍ଟ ଦେବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସ୍ବତ୍ୱଲିପିରେ ରତ୍ନଅଳଙ୍କାରକୁ ନେଇ ଯେଉଁ ତଥ୍ୟ ରହିଛି ତାହା ସୁପ୍ରିମ୍‌କୋର୍ଟଙ୍କୁ ଜଣାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତିି। ସେହିପରି ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ରହିଛିି। ଏଥିମଧ୍ୟରୁ ୩୬ ହଜାର ଏକର ଜମିର ମାଲିକାନା ପ୍ରସ୍ତୁତ ସରିଛିି। ବଳକା ଜମିର ମାଲିକାନା ପ୍ରସ୍ତୁତ କରିବା ଲାଗି ଅତିରିକ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରାୟ ବର୍ଷେ ତଳେ ସରକାରଙ୍କୁ ଚିଠି ଲେଖାଯାଇଥିଲା। ସମ୍ପୃକ୍ତ ଅତିରିକ୍ତ ଅଧିକାରୀ ଆସିଲେ ସମସ୍ତ ୬୦ ହଜାର ଏକର ଜମିର ରେକର୍ଡ ଏବଂ ଜିଆଇଏସ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯିବ। ଲ୍ୟାଣ୍ଡ ସବ୍‌ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ସମସ୍ତ କାର୍ଯ୍ୟ କରାଯିବ।

ଶୃଙ୍ଖଳା ପାଇଁ ଲାଗିବ ମହାପ୍ରସାଦ ଦର ତାଲିକା
ଭକ୍ତଙ୍କ ସୁବିଧା ଏବଂ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ମହାପ୍ରସାଦ ଦର ତାଲିକା ଲଗାଯିବ। ଏଥିସହ ରୋଷଘର ଏବଂ ଆନନ୍ଦ ବଜାର ପାଇଁ ସ୍ବତନ୍ତ୍ର ଭାବେ ୨ଟି ନିୟମାବଳୀ ଜାରି କରାଯିବ। ଏହି ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ବାଧ୍ୟ। ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଛିି। ଯାଞ୍ଚ ହେବା ପରେ ଏହା ନୀତି ସବ୍‌ କମିଟିକୁ ଯିବ। ନୀତି ସବ୍‌ କମିଟି ଚୂଡ଼ାନ୍ତ ଅନୁମୋଦନ ପାଇଁ ପରିଚାଳନା କମିଟିକୁ ପଠାଇବ। ପରିଚାଳନା କମିଟିରେ ଅନୁମୋଦନ ଲାଭ ପରେ ଆଇନ ବିଭାଗକୁ ଯିବ। ଏହାପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତିି।
ମନ୍ଦିର ଭିତରେ ଫାଣ୍ଡିକୁ ବିରୋଧ
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମନ୍ଦିର ଭିତରେ ଫାଣ୍ଡି ପ୍ରତିଷ୍ଠା ସାଙ୍ଗକୁ ଏସ୍‌ପିଜି ଏବଂ ବମ୍‌ ସ୍କ୍ବାଡ୍‌ ମୁତୟନ କରାଯିବା ଲାଗି ଆଲୋଚନା ଚାଲିଥିବାବେଳେ ଏହାକୁ ସେବାୟତ ପ୍ରତିନିଧିମାନେ ତୀବ୍ର ବିରୋଧ କରିଥିଲେ। ମନ୍ଦିର ବାହାରେ ଏସବୁ କରାଯାଉ ବୋଲି କହିଥିଲେ। ଫଳରେ ଏହାକୁ ନେଇ ବେଶ୍‌ କିଛି ସମୟ ବୈଠକ ସରଗରମ୍‌ ରହିଥିଲା। ପ୍ରଶାସନିକ ଅଧିକାରୀ ଏ ବିଷୟରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ସ୍ଥିତି ସ୍ବାଭାବିକ ରହିଥିଲା।
ପାଳିଆ ସେବାୟତଙ୍କ ପାଇଁ ଶୌଚାଳୟ
ଆନନ୍ଦ ବଜାର ଏବଂ ମେଘନାଦ ପାଚେରି ମଧ୍ୟରେ ଥିବା ଖାଲି ସ୍ଥାନରେ ସେବାୟତ, ପୋଲିସ କର୍ମଚାରୀ ପରିସ୍ରା କରୁଥିବା ନେଇ କିଛିଦିନ ପୂର୍ବେ ଭିଡିଓ ଭାଇରାଲ ହୋଇଥିଲା। ମନ୍ଦିର ପରିସରରେ ପରିସ୍ରା କରାଯାଉଥିବାରୁ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ପଡିଥିଲା। ତେବେ ଦୀର୍ଘ ସମୟ ମନ୍ଦିର ଭିତରେ ସେବା କରୁଥିବା ପାଳିଆ ସେବାୟତମାନେ ପରିସ୍ରା ଲାଗିଲେ କୁଆଡେ ଯିବେ ବୋଲି ଦାବି ଉଠିଥିଲା। ତେବେ କେବଳ ପାଳିଆ ସେବାୟତଙ୍କ ପାଇଁ ଦକ୍ଷିଣ ଦ୍ୱାର ବାହାରେ ଏକ ଶୌଚାଳୟ କରାଯିବ। ଏଠାକୁ ଅନ୍ୟ ସେବାୟତ, କର୍ମଚାରୀ ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri