ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର ଅର୍ଥନୀତି କୃଷିଭିତ୍ତିକ। ଗରିବ ରାଷ୍ଟ୍ର ହୋଇଥିଲେ ହେଁ ମରିସସ୍‌ ରାଜସ୍ବକୁ ବୃଦ୍ଧି କରିବାରେ ପର୍ଯ୍ୟଟନ ଅନ୍ୟତମ କ୍ଷେତ୍ର ରହିଆସିଛି। ଭାରତ ମହାସାଗର ମଧ୍ୟରେ ଥିବା ଏହି ଦ୍ୱୀପଦେଶରେ ଅନେକ ଭାରତୀୟ ବଂଶୋଦ୍ଭବ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ଅନିରୁଦ୍ଧ ଜଗନ୍ନାଥ ସେଠାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରହିଥିଲେ। ୧୨ ନଭେମ୍ବର ୨୦୧୯ରେ ତାଙ୍କ ପୁତ୍ର ପ୍ରଭିନ୍ଦ ଜଗନ୍ନାଥ ମରିସସ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ପ୍ରଭିନ୍ଦ କୁମାର ଜଗନ୍ନାଥ ୨୫ ଡିସେମ୍ବର ୧୯୬୧ରେ ମରିସସ୍‌ର ଏକ ସହରତଳି ଅଞ୍ଚଳ ଲାକାଭେମେରେ ଜନ୍ମଗ୍ରହଣ କରିଥିଲେ । ସେ ଉଚ୍ଚ ବର୍ଗର ଯାଦବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ବଂଶୋଦ୍ଭବ ପିତା ଅନିରୁଦ୍ଧ ଜଗନ୍ନାଥ ଜଣେ ଜଣାଣୁଣା ବାରିଷ୍ଟର ଥିଲେ। ପରବର୍ତ୍ତୀ ସମୟରେ ଅନିରୁଦ୍ଧ ମରିସସ୍‌ର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ମା’ ସରୋଜିନୀ ବାଲ୍ଲା ଥିଲେ ଜଣେ ସ୍କୁଲ ଶିକ୍ଷୟିତ୍ରୀ। ପ୍ରଭିନ୍ଦଙ୍କ ବଡ଼ ଭଉଣୀ ଶାଲିନୀ। ପ୍ରଭିନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ବିଦ୍ୟାରେ ଡିଗ୍ରୀ ଅର୍ଜନ କରିଥିଲେ। ହେଲେ ପିତାଙ୍କ ରାଜନୈତିକ ବ୍ୟକ୍ତିିତ୍ୱ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ସେ ମରିସସ୍‌ ରାଜନୀତିକୁ ୨୦୦୦ ମସିହାରେ ପ୍ରବେଶ କରିଥିଲେ। ରାଜନୈତିକ ବ୍ୟାପାରରେ ସକ୍ରିୟ ଅଂଶଗ୍ରହଣ କରିବା ସହ ସରକାରରେ ଓ ବିରୋଧୀ ପକ୍ଷରେ ରହି ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଆସିଛନ୍ତି। ପ୍ରଭିନ୍ଦ ୨୦୦୦ରୁ ୨୦୦୩ ଯାଏ ଦେଶର କୃଷିମନ୍ତ୍ରୀ, ୨୦୦୩ରୁ ୨୦୦୫ ପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ। ସେ ମରିସସ୍‌ର ଅନ୍ୟତମ ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ୍‌ଙ୍କ ମନ୍ତ୍ରିମଣ୍ଡଳରେ ଉପପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରହିଥିଲେ। ୨୦୧୪ରୁ ୨୦୧୫ ପର୍ଯ୍ୟନ୍ତ ମରିସସ ସରକାରରେ ଟେକ୍‌ନୋଲୋଜି କମ୍ୟୁନିକେଶନ ଓ ଇନୋଭେଶନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ମିଳିତ ସରକାରକୁ ଛାଡ଼ି ବିରୋଧୀ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ପିତା ଅନିରୁଦ୍ଧଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ହେବା ଯାଏ ସେ ବିରୋଧୀ ଦଳ ନେତା ଭାବେ ରହିଥିଲେ। ସରୋଜିନୀ ବାଲ୍ଲା ଓ ଅନିରୁଦ୍ଧ ଜଗନ୍ନାଥଙ୍କର ଏକମାତ୍ର ସନ୍ତାନ ପ୍ରଭିନ୍ଦ ଜଗନ୍ନାଥ ପ୍ରଥମେ ୨୦୦୦ରେ ମରିସସ୍‌ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ସାଂସଦ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହାପରେ ସେ ତାଙ୍କ ପିତା ଅନିିରୁଦ୍ଧ ଜଗନ୍ନାଥଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ କୃଷି ମନ୍ତ୍ରୀ ହୋଇଥିଲେ। ୨୩ ଜାନୁୟାରୀ, ୨୦୧୭ରେ ତାଙ୍କ ଉପରେ ଦଳ ମିଲିଟାଣ୍ଟ ସୋସାଲିଷ୍ଟ ମୁଭ୍‌ମେଣ୍ଟ (ଏମ୍‌ଏସ୍‌ଏମ୍‌)ଆସେମ୍ବ୍ଲିିର ନେତୃତ୍ୱ ନେବା ଲାଗି ଦାୟିତ୍ୱ ଅର୍ପଣ କରିଥିଲା। ତାଙ୍କ ପିତାଙ୍କ ବୟସ ଅଧିକ ହେବା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ଓ ପ୍ରଭିନ୍ଦଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେତେବେଳେ ପିତା ପୁତ୍ରଙ୍କୁ ଦାୟିତ୍ୱ ଦେଇଦେବାରୁ ଦେଶରେ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ଏହାପରେ ମରିସସ୍‌ ସୋସାଲିଷ୍ଟ ପାର୍ଟି ଶାସନରୁ ଓହରି ଯାଇ ବିରୋଧୀ ଦଳର ଭୂମିକା ନିର୍ବାହ କରିଥିଲା। ପରେ ୨୦୧୯ ସାଧାରଣ ନିର୍ବାଚନରେ ଏମ୍‌ଏସ୍‌ଏମ୍‌ ପାର୍ଲାମେଣ୍ଟରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ପ୍ରଭିନ୍ଦ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏବେ ତାଙ୍କ ପାଇଁ ଦେଶର ବେକାରି ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଛି। ୨୨ ପ୍ରତିଶତ ବେକାର ଯୁବତୀଯୁବକଙ୍କୁ କାର୍ଯ୍ୟକ୍ଷେତ୍ର ଯୋଗାଇଦେବା ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି ବୋଲି କହିଛନ୍ତି। ସେ ଖୁବ୍‌ ଶୀଘ୍ର ଅଭିନବ ପଦକ୍ଷେପ ନେଇ ଲକ୍ଷ୍ୟ ହାସଲ କରିପାରିବେ ବୋଲି କହିଛନ୍ତି।
ଭାରତ ସରକାର ୨୦୧୭ରେ ପ୍ରଭିନ୍ଦଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ-ମରିସସ୍‌ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ ବୋଲି କୁହାଯାଉଛି। ପ୍ରଭିନ୍ଦଙ୍କ ବ୍ୟକ୍ତିଗତ ଜୀବନ କହିଲେ କୋବିତା ରାମଦାନେଙ୍କୁ ୧୯୯୨ରେ ସେ ବିବାହ କରିଥିଲେ। ତାଙ୍କର ସୋନିକା, ସୋନାଲି ଓ ସାରା ନାମରେ ୩ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?