ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର ଅର୍ଥନୀତି କୃଷିଭିତ୍ତିକ। ଗରିବ ରାଷ୍ଟ୍ର ହୋଇଥିଲେ ହେଁ ମରିସସ୍‌ ରାଜସ୍ବକୁ ବୃଦ୍ଧି କରିବାରେ ପର୍ଯ୍ୟଟନ ଅନ୍ୟତମ କ୍ଷେତ୍ର ରହିଆସିଛି। ଭାରତ ମହାସାଗର ମଧ୍ୟରେ ଥିବା ଏହି ଦ୍ୱୀପଦେଶରେ ଅନେକ ଭାରତୀୟ ବଂଶୋଦ୍ଭବ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି। ଅନିରୁଦ୍ଧ ଜଗନ୍ନାଥ ସେଠାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରହିଥିଲେ। ୧୨ ନଭେମ୍ବର ୨୦୧୯ରେ ତାଙ୍କ ପୁତ୍ର ପ୍ରଭିନ୍ଦ ଜଗନ୍ନାଥ ମରିସସ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ପ୍ରଭିନ୍ଦ କୁମାର ଜଗନ୍ନାଥ ୨୫ ଡିସେମ୍ବର ୧୯୬୧ରେ ମରିସସ୍‌ର ଏକ ସହରତଳି ଅଞ୍ଚଳ ଲାକାଭେମେରେ ଜନ୍ମଗ୍ରହଣ କରିଥିଲେ । ସେ ଉଚ୍ଚ ବର୍ଗର ଯାଦବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ବଂଶୋଦ୍ଭବ ପିତା ଅନିରୁଦ୍ଧ ଜଗନ୍ନାଥ ଜଣେ ଜଣାଣୁଣା ବାରିଷ୍ଟର ଥିଲେ। ପରବର୍ତ୍ତୀ ସମୟରେ ଅନିରୁଦ୍ଧ ମରିସସ୍‌ର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ମା’ ସରୋଜିନୀ ବାଲ୍ଲା ଥିଲେ ଜଣେ ସ୍କୁଲ ଶିକ୍ଷୟିତ୍ରୀ। ପ୍ରଭିନ୍ଦଙ୍କ ବଡ଼ ଭଉଣୀ ଶାଲିନୀ। ପ୍ରଭିନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ବିଦ୍ୟାରେ ଡିଗ୍ରୀ ଅର୍ଜନ କରିଥିଲେ। ହେଲେ ପିତାଙ୍କ ରାଜନୈତିକ ବ୍ୟକ୍ତିିତ୍ୱ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ସେ ମରିସସ୍‌ ରାଜନୀତିକୁ ୨୦୦୦ ମସିହାରେ ପ୍ରବେଶ କରିଥିଲେ। ରାଜନୈତିକ ବ୍ୟାପାରରେ ସକ୍ରିୟ ଅଂଶଗ୍ରହଣ କରିବା ସହ ସରକାରରେ ଓ ବିରୋଧୀ ପକ୍ଷରେ ରହି ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଆସିଛନ୍ତି। ପ୍ରଭିନ୍ଦ ୨୦୦୦ରୁ ୨୦୦୩ ଯାଏ ଦେଶର କୃଷିମନ୍ତ୍ରୀ, ୨୦୦୩ରୁ ୨୦୦୫ ପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ। ସେ ମରିସସ୍‌ର ଅନ୍ୟତମ ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ୍‌ଙ୍କ ମନ୍ତ୍ରିମଣ୍ଡଳରେ ଉପପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରହିଥିଲେ। ୨୦୧୪ରୁ ୨୦୧୫ ପର୍ଯ୍ୟନ୍ତ ମରିସସ ସରକାରରେ ଟେକ୍‌ନୋଲୋଜି କମ୍ୟୁନିକେଶନ ଓ ଇନୋଭେଶନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ମିଳିତ ସରକାରକୁ ଛାଡ଼ି ବିରୋଧୀ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ପିତା ଅନିରୁଦ୍ଧଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ହେବା ଯାଏ ସେ ବିରୋଧୀ ଦଳ ନେତା ଭାବେ ରହିଥିଲେ। ସରୋଜିନୀ ବାଲ୍ଲା ଓ ଅନିରୁଦ୍ଧ ଜଗନ୍ନାଥଙ୍କର ଏକମାତ୍ର ସନ୍ତାନ ପ୍ରଭିନ୍ଦ ଜଗନ୍ନାଥ ପ୍ରଥମେ ୨୦୦୦ରେ ମରିସସ୍‌ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ସାଂସଦ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହାପରେ ସେ ତାଙ୍କ ପିତା ଅନିିରୁଦ୍ଧ ଜଗନ୍ନାଥଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ କୃଷି ମନ୍ତ୍ରୀ ହୋଇଥିଲେ। ୨୩ ଜାନୁୟାରୀ, ୨୦୧୭ରେ ତାଙ୍କ ଉପରେ ଦଳ ମିଲିଟାଣ୍ଟ ସୋସାଲିଷ୍ଟ ମୁଭ୍‌ମେଣ୍ଟ (ଏମ୍‌ଏସ୍‌ଏମ୍‌)ଆସେମ୍ବ୍ଲିିର ନେତୃତ୍ୱ ନେବା ଲାଗି ଦାୟିତ୍ୱ ଅର୍ପଣ କରିଥିଲା। ତାଙ୍କ ପିତାଙ୍କ ବୟସ ଅଧିକ ହେବା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ଓ ପ୍ରଭିନ୍ଦଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେତେବେଳେ ପିତା ପୁତ୍ରଙ୍କୁ ଦାୟିତ୍ୱ ଦେଇଦେବାରୁ ଦେଶରେ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ଏହାପରେ ମରିସସ୍‌ ସୋସାଲିଷ୍ଟ ପାର୍ଟି ଶାସନରୁ ଓହରି ଯାଇ ବିରୋଧୀ ଦଳର ଭୂମିକା ନିର୍ବାହ କରିଥିଲା। ପରେ ୨୦୧୯ ସାଧାରଣ ନିର୍ବାଚନରେ ଏମ୍‌ଏସ୍‌ଏମ୍‌ ପାର୍ଲାମେଣ୍ଟରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ପ୍ରଭିନ୍ଦ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏବେ ତାଙ୍କ ପାଇଁ ଦେଶର ବେକାରି ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଛି। ୨୨ ପ୍ରତିଶତ ବେକାର ଯୁବତୀଯୁବକଙ୍କୁ କାର୍ଯ୍ୟକ୍ଷେତ୍ର ଯୋଗାଇଦେବା ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି ବୋଲି କହିଛନ୍ତି। ସେ ଖୁବ୍‌ ଶୀଘ୍ର ଅଭିନବ ପଦକ୍ଷେପ ନେଇ ଲକ୍ଷ୍ୟ ହାସଲ କରିପାରିବେ ବୋଲି କହିଛନ୍ତି।
ଭାରତ ସରକାର ୨୦୧୭ରେ ପ୍ରଭିନ୍ଦଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ-ମରିସସ୍‌ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ ବୋଲି କୁହାଯାଉଛି। ପ୍ରଭିନ୍ଦଙ୍କ ବ୍ୟକ୍ତିଗତ ଜୀବନ କହିଲେ କୋବିତା ରାମଦାନେଙ୍କୁ ୧୯୯୨ରେ ସେ ବିବାହ କରିଥିଲେ। ତାଙ୍କର ସୋନିକା, ସୋନାଲି ଓ ସାରା ନାମରେ ୩ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri