ମରାମତି ହେଲାନି ରତ୍ନଭଣ୍ଡାର: ମହାପ୍ରଭୁଙ୍କ ରତ୍ନଅଳଙ୍କାରକୁ ଅଣଦେଖା

ପୁରୀ ଅଫିସ, ୨୧।୬: ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ରହିଛି ରତ୍ନଭଣ୍ଡାରରେ। ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ଦୀର୍ଘବର୍ଷ ହେଲାଣି ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ ହୋଇନାହିଁି। ତେଣୁ ରତ୍ନଭଣ୍ଡାର ଖୋଲାଯାଇ ଗୃହର ସ୍ଥିତି ଯାଞ୍ଚ କରାଯିବ। ଏକଥା ଅନ୍ୟ କେହି ନୁହେଁ ଶ୍ରୀମନ୍ଦିର ବୁଝାଶୁଝା ପାଇଁ ରହିଥିବା ପରିଚଳାନା କମିଟି ହିଁ କହିଥିଲା। ଏହି ଅନୁଯାୟୀ, ଗତବର୍ଷ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲା। ହେଲେ ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ ବାହାର ଭଣ୍ଡାରରୁ ଫେରି ଆସିଥିଲେ ଯାଞ୍ଚ ଟିମ୍‌। କୁହାଯାଇଥିଲା ଭିତର ଭଣ୍ଡାର ଖୋଲିବା ଆବଶ୍ୟକ ପଡିଲାନି। ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ଥିତି ପରଖାଯାଇଥିଲା। ବାହାର ଭଣ୍ଡାରର କାନ୍ଥ ଓଦା ରହିଥିବା ବେଳେ ପ୍ଲାଷ୍ଟର ଦୁର୍ବଳ ଜଣାପଡୁଥିଲା। ହେଲେ ଇତିମଧ୍ୟରେ ବର୍ଷେରୁ ଊର୍ଦ୍ଧ୍ୱ ବିତିଗଲାଣି, ଏ ପର୍ଯ୍ୟନ୍ତ ଭିତର ଭଣ୍ଡାର ଖୋଲାଗଲାନି କି ଆବଶ୍ୟକ ମରାମତି ହେଲାନି। ଓଡ଼ିଶାକୁ ମୌସୁମୀ ପ୍ରବେଶ କଲାଣି, ପୁଣି ବର୍ଷା ବଢିବ। ହେଲେ ଭଣ୍ଡାର ଘର ମରାମତି ହୋଇ ନ ଥିବାରୁ ପୁଣି ପାଣି ଗଳିବା ଆଶଙ୍କା ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ପ୍ରତି ସରକାରଙ୍କ ଏଳଭି ଅଣଦେଖାକୁ ନେଇ ଉଠିଛି ପ୍ରଶ୍ନ।
୨୦୧୮ ମାର୍ଚ୍ଚ ୨୦ରେ ବସିଥିଲା ପରିଚାଳନା କମିଟି ବୈଠକ। ଏଏସ୍‌ଆଇ କର୍ତ୍ତୃପକ୍ଷ ଏବଂ ରତ୍ନଭଣ୍ଡାରରୁ ପାଣି ଗଳୁଥିବା ନେଇ କେତେଜଣ ସେବାୟତଙ୍କ ସୂଚନାକୁ ଆଧାର କରି କମିଟିରେ ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଦୀର୍ଘବର୍ଷ ହେବ ଏହା ଖୋଲାଯାଇ ନ ଥିବାରୁ ଘରର ସ୍ଥିତି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ସବ୍‌ କମିଟି ଉପସ୍ଥିତିରେ ଉକ୍ତ ଗୃହ ଖୋଲାଯିବ ବୋଲି ବଠକରେ ଚୂଡ଼ାନ୍ତ ହୋଇଥିଲା। ହେଲେ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ କିଛି ସଙ୍ଗଠନ ବିରୋଧ କରିଥିଲେ। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। ରାଜ୍ୟ ସରକାର ମଧ୍ୟ ରତ୍ନଭଣ୍ଡାର ଗୃହର ସ୍ଥିତି ଯାଞ୍ଚ କରିବା ପାଇଁ ଅନୁମତି ଦେଇଥିଲେ। ହେଲେ ଏଥିଲାଗି ଏକାଧିକ ସର୍ତ୍ତ ରଖିଥିଲେ। ଯଥାସମ୍ଭବ କମ୍‌ ଲୋକ ଭିତରକୁ ଯିବେ, ଭିତରକୁ ଯିବାକୁ ଥିବା ବ୍ୟକ୍ତିମାନେ କୌଣସି ଧାତବ ପଦାର୍ଥ ପିନ୍ଧିବେ ନାହିଁ। ସେମାନଙ୍କୁ ଯାଞ୍ଚ କରି ଭିତରକୁ ଛଡାଯିବ ଏବଂ ଫେରିବା ବେଳେ ମଧ୍ୟ ଯାଞ୍ଚ କରାଯିବା ଭଳି ସର୍ତ୍ତ ରଖିଥିଲେ। ଏହାପରେ ରତ୍ନଭଣ୍ଡାର ସବ୍‌ କମିଟି ବୈଠକ ବସିଥିଲା। କେବଳ ରତ୍ନଭଣ୍ଡାର କାନ୍ଥ ଓ ଛାତର ସ୍ଥିତିକୁ ଅନୁଧ୍ୟାନ କରାଯିବ। ଅଳଙ୍କାର ଓ ଆସବାବପତ୍ରକୁ କେହି ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପରେ ଛତିଶା ନିଯୋଗ ବୈଠକରେ ତାରିଖ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁଓର(ଏସ୍‌ଓପି) ପ୍ରସ୍ତୁତ ହୋଇଥିଲା। କିନ୍ତୁ ଖୋଲାଯାଇ ପାରି ନ ଥିଲା ଭିତର ରତ୍ନଭଣ୍ଡାର ।
ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଥିଲେ, ବାହାର ଭଣ୍ଡାର ଘରର କାନ୍ଥ ଓ ଛାତ ଯାଞ୍ଚ ସମୟରେ କାନ୍ଥ ଓଦା ଥିବା ଜଣାପଡିଥିଲା। ପରେ ଜଣାପଡିଥିଲା ଭିତରଭଣ୍ଡାର ଚାବି ହଜିଯାଇଥିବାରୁ ତାହା ଖୋଲାଯାଇ ପାରି ନ ଥିଲା। ଏହାକୁ ନେଇ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ। ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଗତବର୍ଷ ନଭେମ୍ବର ୨୮ ତାରିଖରେ କମିଶନ ୩୨୪ ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିସାରିଛନ୍ତି। ତଥାପି ସରକାର ଭଣ୍ଡାର ଘର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏହାଦ୍ୱାରା ଭଣ୍ଡାର ଘର ଏବଂ ଏହା ମଧ୍ୟରେ ଥିବା ଦୁର୍ମୁଲ୍ୟ ସମ୍ପଦ ଏବେ ଅସୁରକ୍ଷିତ ହୋଇଡିଛି। କଣ ପାଇଁ ରାଜ୍ୟ ସରକାର ଭଣ୍ଡାରଘର ଖୋଲିବାରେ ପଛଘୁଞ୍ଚା ଦେଉଛନ୍ତି, କାହିଁକି ମହାପ୍ରଭୁଙ୍କ ରତ୍ନଅଳଙ୍କାର ପ୍ରତି ଅଣଦେଖା କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଥାଉ କି, ଶ୍ରୀମନ୍ଦିରର ବାହାର ଭଣ୍ଡାର ବର୍ଷକୁ ଏକାଧିକଥର ଖୋଲାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri