Posted inଫୁରସତ

ମମତା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍‌ ଏମିତି କିଛି ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ। ପୁଅର ଅସୁସ୍ଥତା ଖବର ପାଇବା ମାତ୍ରେ ଛଅଟି ରାଜ୍ୟର ସୀମା ଡେଇଁ ପୁଅ ପାଖରେ ପହଞ୍ଚିଥିଲେ ଜଣେ ମାଆ। ଏହି ମହିଳା ଜଣକ ହେଉଛନ୍ତି କେରଳର କୋଟ୍ଟାୟାମ୍‌ ଜିଲା ପନାକାଚିର ଗାଁର ସିଲମ୍ମା। ପୁଅକୁ ଦେଖିବା ପାଇଁ ସେ ପ୍ରାୟ ଅଢ଼େଇ ହଜାର କିଲୋମିଟର ଯାତ୍ରା କରିଛନ୍ତି। ସିଲମ୍ମାଙ୍କ ପୁଅ ଅରୁଣ ରାଜସ୍ଥାନର ଜୈସାଲମେର ଠାରେ ବିଏସ୍‌ଏଫ୍‌ ଯବାନ ଭାବେ କାମ କରନ୍ତି। ଗତ ସପ୍ତାହରେ ଅରୁଣଙ୍କ ଦେହ ଖରାପ ହୋଇଥିବା ସିଲମ୍ମା ଖବର ପାଇଥିଲେ। ବିଏସ୍‌ଏଫ୍‌ ଅଧିକାରୀମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହି ଖବର ପାଇବା ପରେ ସିଲମ୍ମା ନିଜକୁ ଅଟକାଇ ପାରି ନ ଥିଲେ। ପୁଅ ପାଖକୁ ଯିବା ପାଇଁ ସେ ମନସ୍ଥ କରିଥିଲେ। କିନ୍ତୁ ଲକ୍‌ଡାଉନ୍‌ ହୋଇଥିବାରୁ ତାଙ୍କୁ କେଉଁଠିକୁ ବି ଯିବାର ଅନୁମତି ନ ଥିଲା। ମାଆର ବିକଳ ମନକୁ କିନ୍ତୁ କେହି ବି ଅଟକାଇ ପାରି ନ ଥିଲେ। ତେଣୁ ସେ ଜିଲା କଲେକ୍ଟରଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅ ପାଖକୁ ଯିବାର ଅନୁମତି ଆଣିଥିଲେ। ଏହାପରେ ସେ ଏକ କାର୍‌ରେ ତାଙ୍କ ବୋହୂ ସହିତ ତିନି ଦିନ ଲଗାତର ଯାତ୍ରା କରିବା ପରେ ପୁଅ ପାଖରେ ପହଞ୍ଚିଥିଲେ। ଆଶ୍ଚର୍ଯ୍ୟର କଥା ସିଲମ୍ମା ପୁଅ ପାଖରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା ଓ ସେ ଆଇସିୟୁରୁ ବାହାରି ଏବେ ୱାର୍ଡକୁ ଆସିଛନ୍ତି। ତେବେ ପୁଅ ପୂରା ଭଲ ହେଲେ ସାଙ୍ଗରେ ଘରକୁ ନେଇ ଆସିବା ପାଇଁ ଅପେକ୍ଷା କରିଛନ୍ତି ସିଲମ୍ମା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ...

ପଦ୍ମଶ୍ରୀ ପ୍ରଭାକର: ନିର୍ଜୀବ ପଥର ଦେହରେ କରନ୍ତି କଳାର ପ୍ରାଣ ସଞ୍ଚାର

ପିଲାଟି ଦିନରୁ ସେ ବିଭିନ୍ନ କାରୁକାର୍ଯ୍ୟମୟ ମନ୍ଦିର ଦେଖି ଖୁସୀ ହୋଇପଡ଼ୁଥିଲେ । ଘରେ ବାପାଙ୍କ ହସ୍ତଶିଳ୍ପ କାମରେ ସହଯୋଗ କରୁଥିଲେ। ଏଥିପାଇଁ ସ୍କୁଲପଢାକୁ ଅଧାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri