Posted inଜାତୀୟ

ମନମୋହନ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ, ୨୩ା୬: ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଚାଇନାକୁ ନିର୍ବିରୋଧରେ ଭାରତୀୟ ଭୂଖଣ୍ଡର ୪୩ ହଜାର କି.ମି. ସମର୍ପଣ କରାଯାଇଥିଲା ବୋଲି ଭାଜପା ଅଧ୍ୟକ୍ଷ ଜେ. ପି. ନଡ୍ଡା ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଓ ଆଞ୍ଚଳିକ ସଂହତିକୁ ନେଇ କଂଗ୍ରେସ ଏଭଳି ଖେଳ ଖେଳିବା ବନ୍ଦ କରୁ ବୋଲି ସେ ସମାଲୋଚନା କରି କହିଛନ୍ତି। ପ୍ରକାଶଥାଉ କି, ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଯବାନ ଶହୀଦ ହେବା ଓ ଏଭଳି ସ୍ଥିତି ଲାଗି ଚାଇନା ଭାରତକୁ ଦୋଷଦେଇ ଗଲ୍‌ଓ୍ବାନ୍‌କୁ ନିଜର ବୋଲି ଦାବି କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦି ଇଞ୍ଚେ ଜାଗା ଛଡ଼ାଯିବ ନାହିଁ ବୋଲି କହିବା ପରେ ମନମୋହନ ପ୍ରତିକ୍ରିୟାରେ ୨୦ ଯବାନ ପ୍ରାଣ ହରାଇବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ଚାଇନାର ଅନୁପ୍ରବେଶ ସମ୍ପର୍କରେ ସୂଚନା ଦିଆ ନ ଯିବା କେବଳ ବିଫଳ କୂଟନୀତି କିମ୍ବା ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଉନି ବରଂ ଏହା ଶହୀଦ ଯବାନଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ମନମୋହନ କହିଥିଲେ। ମୋଦି ନିଜେ ଦେଇଥିବା କଥା ରଖନ୍ତୁ ବୋଲି ମନମୋହନ କହିଥିଲେ।
ନଡ୍ଡା ଏହାପରେ ୨୦୧୦ରୁ ୨୦୧୩ ମଧ୍ୟରେ ମନମୋହନଙ୍କ ନେତୃତ୍ୱ ବେଳେ ଚାଇନା ୬୦୦ ଥର ଅନୁପ୍ରବେଶ କରିଥିଲା ବୋଲି ସମାଲୋଚନା କରି କହିଛନ୍ତି। କଂଗ୍ରେସ ଏଭଳି ମୁହୂର୍ତ୍ତରେ ରାଜନୀତି କରିବା ଠିକ୍‌ନୁହେଁ। ଏହା ସେନାର ମନୋବଳକୁ ଆଘାତ ପହଞ୍ଚାଇବ ବୋଲି ନଡ୍ଡା ପ୍ରକାଶ କରିଛନ୍ତି। ପୂର୍ବରୁ ୨୦୧୯ରେ ବାଲାକୋଟ, ୨୦୧୭ରେ ଉରି ଏୟାରଷ୍ଟ୍ରାଇକ୍‌ ସମ୍ପର୍କରେ କଂଗ୍ରେସ ପ୍ରମାଣ ମାଗି ପରିସ୍ଥିତିକୁ ଗୋଳମାଳିକା କରିବାକୁ ଚେଷ୍ଟା କରିଥିଲା ବୋଲି ସେ ଅଭିଯୋଗ କରି କହିଛନ୍ତି।
ନଡ୍ଡାଙ୍କ ଏଭଳି ମନ୍ତବ୍ୟ ପରେ କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁର୍‌ଜଓ୍ବୋଲା ଜାତୀୟ ସୁରକ୍ଷା ସହ ସାଲିସ୍‌ କରିବା ବନ୍ଦ ହେଉ ଓ ଶହୀଦ ଯବାନଙ୍କ ବଳିଦାନ ବେକାର ନ ଯାଉ ବୋଲି ଭାଜପାକୁ ସମାଲୋଚନା କରି କହିଛନ୍ତି। ଆମେ ସରକାରଙ୍କ ସହ ରହିଛୁ, ଚାଇନାକୁ ମୁହଁତୋଡ଼ ଜବାବ ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?