ମଞ୍ଚରେ ପ୍ରତିଭା ଦେଖାଇଲେ ଦିବ୍ୟାଙ୍ଗ

ପୁରୀ ଅଫିସ,୩ା୧୨: ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି। ସେମାନେ ଅନ୍ୟମାନଙ୍କ ଭଳି ସକ୍ଷମ ତାହା ପ୍ରମାଣିତ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ବି ସହଭାଗିତା ରଖିପାରୁଛନ୍ତି। ତେଣୁ ଦିବ୍ୟାଙ୍ଗ ଶିଶୁଙ୍କୁ କୌଣସି ଭିନ୍ନ ନଜରରେ ଦେଖିବା ଠିକ୍‌ ନୁହେଁ। ସେମାନଙ୍କର ମଧ୍ୟ ସମାଜରେ ସ୍ବତନ୍ତ୍ର ସ୍ଥାନ ରହିଛି। ସେମାନେ ବି ସ୍ନେହ ସହକାରେ ବଢିବେ, ବିକଶିତ ହୋଇ ଏ ପ୍ରଗତିଶୀଳ ବିଶ୍ୱର କର୍ଣ୍ଣଧାର ସାଜିବେ ଆଉ ସେବା କରିବେ। ସେଥିପାଇଁ ବିଭିନ୍ନ ଯୋଜନା କରାଯାଇଛି ବୋଲି ଜିଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବରେ ଅତିଥିମାନେ କହିଛନ୍ତି। ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ମଙ୍ଗଳବାର ଟାଉନ ହଲ୍‌ରେ ଏହି ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲା ସମଗ୍ର ଶିକ୍ଷା ଏବଂ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ୍‌ ନୁହଁନ୍ତି, ସେମାନେ ଆଜି ସବୁ କ୍ଷେତ୍ରରେ ସକ୍ଷମଙ୍କ ସହ ତାଳ ଦେଇ ଆଗକୁ ବଢୁଛନ୍ତି ବୋଲି କହିଥିଲେ। ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଗିରିଜାଶଙ୍କର ରଥ, ଡିଏସ୍‌ଡବ୍ଲ୍ୟୁଓ ପୁଷ୍ପାଞ୍ଜଳି ମହାପାତ୍ର, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପ୍ରଶିକ୍ଷିକା ସ୍ନେହଲତା ମହାପାତ୍ର ଯୋଗଦେଇ ଥିଲେ। ଅଭିଭାବକମାନେ ଚାର୍ହିଲ ସେମାନଙ୍କ ପିଲା ଦିବ୍ୟାଙ୍ଗ ହେବାରୁ ରୋକିପାରିବେ। ଏଥିପାଇଁ ସଚେତନ ହେବାକୁ ପଡ଼ିିବ। ମା’ ପେଟରେ ଭ୍ରୂଣ ହେବା ପରଠାରୁ ପିଲା ୨ ବର୍ଷ ପର୍ଯ୍ୟନ୍ତ ଯଦି ଠିକ୍‌ ଭାବେ ଯତ୍ନ ନିଆଯାଏ ତେବେ ଦିବ୍ୟାଙ୍ଗ ହେବା ସମ୍ଭାବନାକୁ ୮୦ ପ୍ରତିଶତ ଏଡାଇ ଦେଇହେବ ବୋଲି ଅତିଥି କହିଥିଲେ। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାମାନଙ୍କ ନୃତ୍ୟ, ଗୀତ ବେଶ୍‌ ଆକର୍ଷଣୀୟ ହୋଇଥିଲା। ନୃତ୍ୟରେ ସ୍ବଚ୍ଛ ଭାରତଠାରୁ ଆରମ୍ଭ କରି ଶିକ୍ଷା ବିକାଶର ବାର୍ତ୍ତା ଦିଆଯାଇଥିଲା। ମଞ୍ଚ ସଂଯୋଜନା କରିଥିଲେ ମହେନ୍ଦ୍ର କୁମାର ଦାଶ ଓ କଳ୍ପନା ମିଶ୍ର। ଏହି ଅବସରରେ ୨୫ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଉପକରଣ ବଣ୍ଟାଯାଇଥିଲା। ବରିଷ୍ଠ ଓ କନିଷ୍ଠ ବର୍ଗରେ ମୋଟ ୧୧୦ ଜଣ ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ମିଡ଼ିଆ ସଂଯୋଜକ କାର୍ତ୍ତିକେଶ୍ୱର ପ୍ରଧାନ, ବିତ୍ତ ଅଧିକାରୀ ବିଚିତ୍ରାନନ୍ଦ ଜେନା, ନାରାୟଣ ଚନ୍ଦ୍ର ମହାନ୍ତି, ବରଦା ପ୍ରସାଦ ରାଉତ, ରଶ୍ମିରଞ୍ଜନ ନାୟକ ଓ ଇତିଶ୍ରୀ ହୋତା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri