ମଜୁରିଆଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲେ ଅରିନ୍ଦମ୍‌

କଟକ ଅଫିସ,୨୭ା୪: ଲକ୍‌ଡାଉନ ସମୟରେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମଜୁରିଆ ଶ୍ରେଣୀର ଲୋକେ। ସେମାନଙ୍କର ରୋଜଗାର ନ ଥିବାରୁ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଗଲାଣି। ଏମାନେ କେବଳ ସରକାରୀ କିମ୍ବା ସ୍ବେଚ୍ଛାସେବୀଙ୍କ ସହାୟତାକୁ ଚାହିଁ ବସୁଛନ୍ତି। କଟକରେ ୫ହଜାରରୁ ଅଧିକ ଏଭଳି ପରିବାର ରହିଛନ୍ତି, ଯେଉଁମାନେ ମଜୁରି କାମ କଲେ ଦୈନିକ ପାରିଶ୍ରମିକରେ ସେମାନଙ୍କ ପରିବାର ଚଳେ। ଖଟିଖିଆ, ଦିନମଜୁରିଆଙ୍କ ସମସ୍ୟା ନେଇ ଓଲିଉଡ ଷ୍ଟାର ତଥା ବିଜେଡିି ନେତା ଅରିନ୍ଦମ ରାୟ ଶୁକ୍ରବାର ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଭେଟିଛନ୍ତି। ସମ୍ପ୍ରତି ସଙ୍କଟ ସମୟରେ ଏହି ପରିବାରଗୁଡ଼ିକୁ କିପରି ସାଧାରଣ ମୌଳିକ ସୁବିଧା ସୁଯୋଗ ଠିକ ଭାବେ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ଅରିନ୍ଦମ କହିଛନ୍ତି। ଅନ୍ୟପକ୍ଷରେ ସହରରେ ଏବେ ଅନେକ ପରିବାର ଏଭଳି ଦୟନୀୟ ସ୍ଥିତିରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି। ଏମାନେ ସାଧାରଣତଃ ବାହାର ଜିଲା କିମ୍ବା ଅନ୍ୟ ରାଜ୍ୟର ବାସିନ୍ଦା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri