ମଉଲିକ ସୁବିଧାରୁ ବଁଚିତ ଗାଁବାସୀ: ଗାଁକେ ରାସ୍‌ତା ହେଲେ ବିକାଶ ଆପେ ହେବା

ଜାମଟିକ୍ରା, ୧୭।୪ (ଡି.ଏନ.ଏ):  କେହେନ୍‌ସି ଗାଁର ବିକାଶ କଥା ଚିନ୍‌ତା  କଲେ ସରକାର ପହେଲା ସେ ଗଁାକେ ରାସ୍‌ତାଘାଟର ସୁବିଧା କରସନ୍‌। ରାସ୍‌ତାଘାଟ, ବିଜଲି, ପିଇଲା ପାଏନ୍‌, ସୁଆସ୍‌ତିଅ ସେବା, ଶିକ୍ଷା ସମକର ମଉଲିକ୍‌ ଅଧିକାର ଆଏ। ହେଲେ ଇ ସବୁ ଭିତରୁ ରାସ୍‌ତାଘାଟ ସୁବିଧାଟା ମୁଖିଆ ଆଏ। କାରନ୍‌ ରାସ୍‌ତାଘାଟ ନାଇଁହେଲେ ବାକି ମଉଲିକ ସୁବିଧା ବି ସହଜେ ନାଇଁ ମିଲିପାରେ। ହେଲେ ଆଏଜ୍‌ ବି ଆମର ରାଏଜେ ଏନ୍‌ତା ବହୁତ୍‌ଟେ ଗଁାଗଁଡ଼ା ଅଛେ ଯେନ୍‌କେ ଯିବଆର ଆଏବାର ଲାଗି ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର କଣ୍ଟାତଲ ଗଁାରେ।

ସୂଚନା ଅନ୍‌ସାରେ ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର କଣ୍ଟାତଲ ଗଁା ବ୍ଲକ୍‌ ସଦରନୁ ୧୦ କି.ମି. ଦୂରେ ରହିଛେ। ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୩ଶହ ହେଇଥିଲାବେଲେ ସଭେ ଆଦିବାସୀ ସମାଜର। ସବୁ ପରିବାର ନିହାତି ଗରିବ୍‌ ଆର ପରହର କାମବୁତା କରି କୁଟୁମ ପୁଷୁଛନ୍‌। ଇ ଗଁାକେ ଯାଆସ ଲାଗି ଫିଦିନିଅଁା ରାସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଗଁାବାସୀ ଅନେକ ସମିଆରେ ଜରୁରୀକାଲିନ ସେବାରୁ ବଁଚିତ ହେଉଛନ୍‌। ସେନ୍‌ତା ରାସ୍‌ତାଗାଟ ଅଭାବୁ ବାକି ସବୁ ମଉଲିକ ସୁବିଧାର ଲାଗି ହଇରାନ ହରକତ୍‌ ହେଉଛନ୍‌। ଗଁାର ପିଲାମାନେ ଉନିଅଁା ଗଁାକେ ପାଠ୍‌ ପଢ଼ିଯାଉଛନ୍‌। ହେଲେ ରାସ୍‌ତା ଅଭାବୁ ବର୍ଷା ଦିନେ ଛାତ୍ରୀଛାତ୍ର ଅଁାଠେ କାଦୋ ଲହଁକି ପାଠ୍‌ ପଢ଼ି ଯାଏସନ୍‌। ଗଁାରେ ପିଇଲା ପାଏନ୍‌ ସୁବିଧା, ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ନଁାଇଁନ। ରାଶନ ସାମାନ ଲାଗି ଗଁାବାସୀକୁ ପାଖାପାଖି ୩ କି.ମି. ଯିବାକେ ପଡ଼ୁଛେ। ‘ଆମ ଗଁା ଆମ ବିକାଶ’ ଯୋଜନାରେ ଗଁାକେ ଟଁକାଟେ ନାଇଁଆସି। ଖାଲି ନିରବାଚନ ସମିଆରେ ଗଁାକେ ନେତା, ମନ୍ତ୍ରୀକର ଧାର ଲମୁଛେ, ସଭେ ପରତିଶୁରତି ଉପରେ ପରତିଶୁରତି ଦେଉଛନ୍‌। ହେଲେ ଭୋଟ ସଏଲେ କିଏ କାହାକେ ଚିନ୍‌ହୁଁଛେ। ଗଁାକେ ଫିଦିନିଅଁା ରାସ୍‌ତା ଖଁଡ଼େ ଲାଗି ଗଁାବାସୀ ନେତା, ମନ୍ତ୍ରୀନୁ ମୂଲ କରି ଥାନୀୟ ପରଶାସନକେ ଗୁହାରି କରି ନିରାଶ ହେଇଛନ୍‌। ଇ ବାବ୍‌ଦେ ବୁଗବୁଗା ସରପଁଚ୍‌ ପୁଷ୍ପକାନ୍ତି ସେଠକୁଁ ପଚରାଲାରୁ ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?