ମଉଲିକ ସୁବିଧାରୁ ବଁଚିତ ଗାଁବାସୀ: ଗାଁକେ ରାସ୍‌ତା ହେଲେ ବିକାଶ ଆପେ ହେବା

ଜାମଟିକ୍ରା, ୧୭।୪ (ଡି.ଏନ.ଏ):  କେହେନ୍‌ସି ଗାଁର ବିକାଶ କଥା ଚିନ୍‌ତା  କଲେ ସରକାର ପହେଲା ସେ ଗଁାକେ ରାସ୍‌ତାଘାଟର ସୁବିଧା କରସନ୍‌। ରାସ୍‌ତାଘାଟ, ବିଜଲି, ପିଇଲା ପାଏନ୍‌, ସୁଆସ୍‌ତିଅ ସେବା, ଶିକ୍ଷା ସମକର ମଉଲିକ୍‌ ଅଧିକାର ଆଏ। ହେଲେ ଇ ସବୁ ଭିତରୁ ରାସ୍‌ତାଘାଟ ସୁବିଧାଟା ମୁଖିଆ ଆଏ। କାରନ୍‌ ରାସ୍‌ତାଘାଟ ନାଇଁହେଲେ ବାକି ମଉଲିକ ସୁବିଧା ବି ସହଜେ ନାଇଁ ମିଲିପାରେ। ହେଲେ ଆଏଜ୍‌ ବି ଆମର ରାଏଜେ ଏନ୍‌ତା ବହୁତ୍‌ଟେ ଗଁାଗଁଡ଼ା ଅଛେ ଯେନ୍‌କେ ଯିବଆର ଆଏବାର ଲାଗି ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର କଣ୍ଟାତଲ ଗଁାରେ।

ସୂଚନା ଅନ୍‌ସାରେ ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର କଣ୍ଟାତଲ ଗଁା ବ୍ଲକ୍‌ ସଦରନୁ ୧୦ କି.ମି. ଦୂରେ ରହିଛେ। ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୩ଶହ ହେଇଥିଲାବେଲେ ସଭେ ଆଦିବାସୀ ସମାଜର। ସବୁ ପରିବାର ନିହାତି ଗରିବ୍‌ ଆର ପରହର କାମବୁତା କରି କୁଟୁମ ପୁଷୁଛନ୍‌। ଇ ଗଁାକେ ଯାଆସ ଲାଗି ଫିଦିନିଅଁା ରାସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଗଁାବାସୀ ଅନେକ ସମିଆରେ ଜରୁରୀକାଲିନ ସେବାରୁ ବଁଚିତ ହେଉଛନ୍‌। ସେନ୍‌ତା ରାସ୍‌ତାଗାଟ ଅଭାବୁ ବାକି ସବୁ ମଉଲିକ ସୁବିଧାର ଲାଗି ହଇରାନ ହରକତ୍‌ ହେଉଛନ୍‌। ଗଁାର ପିଲାମାନେ ଉନିଅଁା ଗଁାକେ ପାଠ୍‌ ପଢ଼ିଯାଉଛନ୍‌। ହେଲେ ରାସ୍‌ତା ଅଭାବୁ ବର୍ଷା ଦିନେ ଛାତ୍ରୀଛାତ୍ର ଅଁାଠେ କାଦୋ ଲହଁକି ପାଠ୍‌ ପଢ଼ି ଯାଏସନ୍‌। ଗଁାରେ ପିଇଲା ପାଏନ୍‌ ସୁବିଧା, ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ନଁାଇଁନ। ରାଶନ ସାମାନ ଲାଗି ଗଁାବାସୀକୁ ପାଖାପାଖି ୩ କି.ମି. ଯିବାକେ ପଡ଼ୁଛେ। ‘ଆମ ଗଁା ଆମ ବିକାଶ’ ଯୋଜନାରେ ଗଁାକେ ଟଁକାଟେ ନାଇଁଆସି। ଖାଲି ନିରବାଚନ ସମିଆରେ ଗଁାକେ ନେତା, ମନ୍ତ୍ରୀକର ଧାର ଲମୁଛେ, ସଭେ ପରତିଶୁରତି ଉପରେ ପରତିଶୁରତି ଦେଉଛନ୍‌। ହେଲେ ଭୋଟ ସଏଲେ କିଏ କାହାକେ ଚିନ୍‌ହୁଁଛେ। ଗଁାକେ ଫିଦିନିଅଁା ରାସ୍‌ତା ଖଁଡ଼େ ଲାଗି ଗଁାବାସୀ ନେତା, ମନ୍ତ୍ରୀନୁ ମୂଲ କରି ଥାନୀୟ ପରଶାସନକେ ଗୁହାରି କରି ନିରାଶ ହେଇଛନ୍‌। ଇ ବାବ୍‌ଦେ ବୁଗବୁଗା ସରପଁଚ୍‌ ପୁଷ୍ପକାନ୍ତି ସେଠକୁଁ ପଚରାଲାରୁ ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri