ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ ହେଉଥିବା ଯୋଗୁ ପଦା ହେବାକୁ ବସିଛି ଜଙ୍ଗଲ। ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଜଙ୍ଗଲ କ୍ଷୟ ହୋଇ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି। ଏ ନେଇ ମଇମୁରା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଶୁକ୍ରବାର ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ୭୮୩ ହେକ୍ଟର ମଇମୁରା ଗ୍ରାମ୍ୟ ଜଙ୍ଗଲ ବିଭିନ୍ନ ପ୍ରକାର ବୃକ୍ଷରେ ପରିପୂର୍ଣ୍ଣ ରହିଛି। ଜିଲାରେ ଶିଳ୍ପ କଳକାରଖାନା ପାଇଁ ଅନେକ ଜଙ୍ଗଲ ବଳି ପଡ଼ିଥିବାବେଳେ ଆଠମଲ୍ଲିକ ଉପଖଣ୍ଡରେ କିଛି ଜଙ୍ଗଲ ବଳକା ରହିଛି। ହେଲେ ସେଗୁଡ଼ିକ ମଧ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଉକ୍ତ ଜଙ୍ଗଲରେ ୧୯୯୫ରେ ବନ ବିଭାଗ ପକ୍ଷରୁ ୧୦,୫୦୦ ଶାଗୁଆନ, ଶାଳ, ଶିଶୁ ଆଦି ଚାରା ରୋପଣ କରାଯାଇଥିଲା। ଏବେ ସେଗୁଡ଼ିକ ବଡ଼ ହୋଇ ଯାଇଥିବାବେଳେ ସେଥିରେ କାଠ ଚୋରଙ୍କ ନଜର ପଡ଼ିଛି। ପ୍ରତିଦିନ ଏହି ଜଙ୍ଗଲରୁ ମୂଲ୍ୟବାନ କାଠ କାଟି ବାହାରକୁ ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ ଜଙ୍ଗଲରୁ ଗଛ କାଟିବାପରେ ସେଗୁଡ଼ିକୁ ଗୁପ୍ତ ସ୍ଥାନରେ ରଖୁଛନ୍ତି। ପରେ ଏହାକୁ ଗାଡ଼ିରେ ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଜିଲା ସମେତ ରାଜ୍ୟ ବାହାରକୁ ପଠାଉଛନ୍ତି। ଜିଲା ବାହାର କାଠ ବ୍ୟବସାୟୀ ସ୍ଥାନୀୟ କାଠ ବ୍ୟବସାୟୀଙ୍କ ସହ ମିଶିବା ସହ ବନ ବିଭାଗର କେତେକ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏହି ଚୋରା କାରବାର ଚଳାଉଥିବା ଅଭିଯୋଗ ହୋଇଛି। ସେହିପରି ଜଙ୍ଗଲ କ୍ଷୟ ଯୋଗୁ ବନ୍ୟ ଜୀବଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି। ହାତୀପଲ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ତୁରନ୍ତ ଏଥିପ୍ରତି ବନ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ କହିଛନ୍ତି, ଜଙ୍ଗଲ ସୁରକ୍ଷା ପାଇଁ ଏକ ଟିମ ଗଠନ କରାଯାଇ ପାଟ୍ରୋଲିଂ କରାଯାଉଛି। ପଦକ୍ଷେପ ନିଆଯିବ।
ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….
ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…
ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ
ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…
ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା
ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…
ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ
ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…
ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…
କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା
ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…
ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା
ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…
ମୋ ପ୍ରେମିକାଙ୍କୁ ଡାକ, ନଚେତ୍ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ
ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍ ଉପରୁ ଜଣେ ନାବାଳକ…
Archives

