ଭୋର ୪ଟାରେ କଟକରେ ପହଞ୍ଚିଲେ ୫-ଟି ସଚିବ: ଖାନନଗରକୁ ଘୁଞ୍ଚିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

କଟକ ଅଫିସ୍‌,୧୦ା୩: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ କଟକ ବାଦାମବାଡ଼ିରେ ପହଞ୍ଚିଥିଲେ । ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ନିମନ୍ତେ କ’ଣ ସବୁ ସୁବିଧା ଯୋଗାଇ ଦିଆଯିବ, ବିଶେଷଭାବେ ପାନୀୟଜଳ, ରହଣି ଏବଂ ଶୌଚାଳୟ ବିଷୟରେ ଆଲୋଚନା କରିଥିଲେ। ଏଥିସହ ଏସ୍‌ସିବି ମେଡିକାଲ୍‌ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ରିଂ ରୋଡ୍‌କୁ ଛ’ଥାକିଆ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ବାଦାମ୍‌ବାଡ଼ିରୁ ସଚିବ ପାଣ୍ଡିଆନ୍‌ ରିଂ ରୋଡ୍‌କୁ ଯାଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏଥିସହ ସେ ଅନୁଗୋଳ ବସ୍‌ଷ୍ଟାଣ୍ଡ, ସେସୁ କଲୋନୀ, ହିନ୍ଦ୍‌ ସିନେମା ରୋଡ୍‌ ଏବଂ ତାଳଦଣ୍ଡା କେନାଲ୍‌ ବୁଲି ଦେଖିଥିଲେ । ତାଙ୍କ ଗସ୍ତ ସମୟରେ ପୂର୍ତ୍ତ ସଚିବ କ୍ରିଷନ୍‌ କୁମାର, କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ପୋଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ, ସେସୁ ସିଇଓ ଅରୁଣ ବୋଥ୍ରା, ସିଏମ୍‌ସି କମିଶନର୍‌ ଅନନ୍ୟା ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଏନେଇ କେନ୍ଦ୍ରାଞ୍ଚଳର ଅନିଲ କୁମାର ସାମଲ କହିଛନ୍ତି ଯେ, ସଚିବ ପାଣ୍ଡିଆନ୍‌ ବାଦାମ୍‌ବାଡି ବସ୍‌ଷ୍ଟାଣ୍ଡର ସଂପ୍ରସାରଣ ସଂପର୍କରେ ସମୀକ୍ଷା କରିଛନ୍ତି । ଖାନ୍‌ନଗର ବିଶ୍ୱନାଥ ପାଠାଗାର ନିକଟକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେବ । ଲିଙ୍କ୍‌ରୋଡରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ କରାଯିବ । ନିକଟରେ ଥିବା ଅନୁଗୋଳ ବସ୍‌ଷ୍ଟାଣ୍ଡ ଏବଂ ପୁରୀ ବସ୍‌ଷ୍ଟାଣ୍ଡର ଆଧୁନିକୀକରଣ ହେବ । ଏସ୍‌ସିବି ସଂପ୍ରସାରଣ ସଂପର୍କରେ ସଚିବ ପାଣ୍ଡିଆନ୍‌ ସମୀକ୍ଷା କରିଥିଲେ । କାର୍ଯ୍ୟର ଅଗ୍ରଗତି ଦେଖି ଖୁସି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri