ଭୋକରେ ଅସହାୟ ପ୍ରାଣୀ

ଲକ୍ଷ୍ନୌ: ସାରା ଦେଶରେ ଲକ୍‌ଡାଉନ ଜାରି ଥିବା ଯୋଗୁ ଲୋକେ ଘର ଭିତରେ ନିଜକୁ ବନ୍ଦ କରି ରଖିଛନ୍ତି। ଫଳରେ ବାହାରେ ବୁଲୁଥିବା ପ୍ରାଣୀ ଖାଦ୍ୟ ପାଇପାରୁ ନାହାନ୍ତି। ଏପରି ସ୍ଥିତିରେ ଉତ୍ତରପ୍ରଦେଶରେ ସୋମବାର ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କରୋନା ମୁକାବିଲାରେ ନ୍ୟସ୍ତ କେତେଜଣ ପୋଲିସ କର୍ମଚାରୀ ଖାଉଥିବାବେଳେ ସେଠାରେ ଏକ ମାଙ୍କଡ଼ ପହଞ୍ଚି ସେମାନଙ୍କୁ ଖାଇବା ମାଗିବାକୁ ହାତ ବଢ଼ାଇଥିଲା। ପୋଲିସ କର୍ମୀମାନେ ମାନବିକତା ଦେଖାଇ ମାଙ୍କଡକୁ ଫଳ ଦେବାରୁ ସାଧାରଣରେ ପ୍ରଂଶସା କରାଯାଇଛି।
ଜାଲୋନ ଜିଲା ଉରଇ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ ଖାଇବା ପାଇଁ ପାଖରେ ରଖିଥିବା କିଛି ଫଳ ବାହାର କରିଥିଲେ। ଏହା ଦେଖି ସେଠାରେ ଥିବା ଏକ ଭୋକିଲା ମାଙ୍କଡ଼ ଫଳ ନେବାକୁ ହାତ ବଢ଼ାଇଥିଲା। ପୋଲିସ କର୍ମୀମାନେ ମାଙ୍କଡ଼କୁ ଫଳ ଦେବା ପରେ ସେ ଏହାକୁ ଖାଇବାରେ ଲାଗିଥିଲା। ହେଲେ ପେଟ ନ ପୂରିବାରୁ ମାଙ୍କଡ଼ଟି ସେଠାରୁ ଯାଇ ନ ଥିଲା। ଫଳରେ ପୋଲିସ କର୍ମୀ ଅଧିକ ଫଳ ଖାଇବାକୁ ଦେଇଥିଲେ। ପେଟ ପୂରିବା ପରେ ମାଙ୍କଡ଼ଟି ସେଠାରୁ ଚାଲିଯାଇଥିଲା। ସେଠାରେ ଦାୟିତ୍ୱରେ ଥିବା ଜଣେ ଏଏସ୍‌ଆଇଙ୍କ କହିବା ମୁତାବକ, ସେମାନେ ସେଠାରେ କିଛି ଫଳ ଖାଉଥିବା ବେଳେ ମାଙ୍କଡଟି ସେଠାରେ ପହଞ୍ଚି ସେମାନଙ୍କୁ ଅନାଇ ରହିଥିଲା। ପରେ ଆହୁରି ନିକଟକୁ ଆସି ସେମାନଙ୍କ ଆଡ଼କୁ ହାତ ବଢ଼ାଇଥିଲା। ପେଟପୂରା ଖାଇସାରିବା ପରେ ସେଠାରୁ ସେ ଚାଲିଯାଇଥିଲା। ସତରେ ଏଭଳି ସ୍ଥିତିରେ କେତେ ଅସୁବିଧାର ସମ୍ମୁଖୀନ ହେଉ ନ ଥିବେ ଏହି ପ୍ରାଣୀମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri