ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ

ବିଶାଖପାଟନମ୍‌,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ ହସ୍ପିଟାଲର ଭେଣ୍ଟିଲେଟରରେ ରଖଯାଇ କରୋନା ଚିକିତ୍ସା କରାଯାଉଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବ ଗୋଦାବରୀ ଜିଲାର ଜଣେ ଲକ୍ଷ୍ମୀ ନାମ୍ନୀ ମହିଳା ମେ ମାସରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ୪ ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ମେ ୨୫ରେ ପୀଡ଼ିତ ଶିଶୁକୁ ବିଶାଖପଟନମ୍‌ର ଓ୍ବିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୮ଦିନ ଯାଏ ଭେଣ୍ଟିଲେଟରରେ ରଖାଯାଇ ଶିଶୁକୁ ଚିକିତ୍ସା କରାଯାଇଥିଲା ବୋଲି ଜିଲାପାଳ ବିନୟ ଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରପ୍ରଦେଶରେ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ଲାଲଗଞ୍ଜ ସଂସଦୀୟ ନିର୍ବାଚନମଣ୍ଡଳୀରୁ...

ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବିଶ୍ୱର ସର୍ବବୃହତ୍‌ ଦୁର୍ନୀତି: ପ୍ରକାଶ ରାଜ

ମେଙ୍ଗାଲୁରୁ,୧୯ା୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ରାଡାରରେ ଥିବା କର୍ପୋରେଟ୍‌ କମ୍ପାନୀ ଓ ବ୍ୟବସାୟୀମାନଙ୍କଠାରୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଭାଜପା ବିପୁଳ ଅର୍ଥ...

ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଅରୁନ୍ଧତୀ ଭେଣ୍ଟିଲେଟରରେ

ଚେନ୍ନାଇ,୧୯।୩: ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ...

ଦୈବୀଶକ୍ତି ବନାମ ଅସୁର ଶକ୍ତି

ହାଇଦ୍ରାବାଦ/ନୂଆଦିଲ୍ଲୀ,୧୯ା୩: ଇଣ୍ଡିଆ ବ୍ଲକ୍‌ର ଇସ୍ତାହାର କେବଳ ‘ଶକ୍ତି’କୁ ଶେଷ କରିଦେବା ଉପରେ ଗୁରୁତ୍ୱ ଦେଉଛି। ଏହି ଲଢ଼େଇ ଦୁଇଟି ପକ୍ଷ ମଧ୍ୟରେ ଚାଲିଛି। ଗୋଟିଏ ପକ୍ଷ...

କିଏ ସେହି ରାଜୀବ କୁମାର, ଯାଙ୍କୁ ଡିଜିପି ପଦରୁ ହଟାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୯।୩:ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ପଦରୁ ରାଜୀବ କୁମାରଙ୍କୁ ସୋମବାର ଅପରାହ୍ନରେ ନିର୍ବାଚନ କମିଶନ ହଟାଇବା ପରେ ଏହି ବରିଷ୍ଠ ପୋଲିସ ଅଧିକାରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି।...

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବେ ସଞ୍ଜୟ

ନୂଆଦିଲ୍ଲୀ,୧୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି ନେତା ସଞ୍ଜୟ ସିଂ ମଙ୍ଗଳବାର ରାଜ୍ୟ ସଭା...

୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ଗିରଫ ହେଲେ ଡିଏସ୍‌ପି

ଗୁଆହାଟୀ,୧୮।୩: ଆସାମରେ ଜଣେ ନାବାଳିକା ଚାକରାଣୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଡିଏସ୍‌ପିଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଡିଏସ୍‌ପି କିରନ ନାଥ ଗୋଲାଘାଟ ଜିଲାର ଲଚିତ...

ବିହାରରେ ଏନ୍‌ଡିଏର ଆସନ ବୁଝାମଣା ଶେଷ: କେଉଁ ଦଳକୁ କେତେ ଆସନ…

ପାଟଣା,୧୮।୩: ବିହାରରେ ଭାଜପା ବଡ଼ଭାଇ ଭାବେ ନିର୍ବାଚନ ଲଢିବ। ସୋମବାର ଏନ୍‌ଡିଏ ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି। ଚୁକ୍ତିନାମା ଅନୁଯାୟୀ ବିହାରର ୪୦ଟି ଲୋକ ସଭା...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri