Posted inଫୁରସତ

ଭିନ୍ନ ଢଙ୍ଗରେ କରୋନା ବାର୍ତ୍ତା : ଅଷ୍ଟ୍ରିଆନ୍‌ ପାଇଲଟ୍‌ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଲେଖିଲେ ‘ଷ୍ଟେ ହୋମ୍‌’

ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍‌ କୋରନା ଭାଇରସ୍‌ ମହାମାରୀ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ‘ଷ୍ଟେ ହୋମ୍‌’ ବା ଘରେ ରହିବା ପାଇଁ ବାର୍ତ୍ତା ଲେଖିବାକୁ ପାଇଲଟ୍‌ ଫ୍ଲାଇଟ୍‌ ରାଡାରର ବ୍ୟବହାର କରିଥିଲେ। ପାଇଲଟ୍‌ ଭିଏନାରୁ ୫୦ ମାଇଲ୍‌ ଦୂର ଓ୍ବିନର ନେଷ୍ଟାଇଡ୍‌ ଏୟାର ପୋର୍ଟରୁ ସୋମବାର ଉଡ଼ାଣ କରିଥିଲେ। କେବଳ ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିବା ପାଇଁ ତାଙ୍କୁ ୨୪ ମିନିଟ୍‌ ସମୟ ଲାଗିଥିଲା।
ଗୁରୁବାର ସୁଦ୍ଧା ଅଷ୍ଟ୍ର୍ରିଆରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ରେ ପହଞ୍ଚିଥିଲା। ପାଇଲଟ୍‌ ତାଙ୍କ ନାମ ଘୋଷଣା କରିନାହାନ୍ତି। ସେ କହିଛନ୍ତି, ଲୋକଙ୍କୁ ଜାଗ୍ରତ କରିବା ପାଇଁ ମୁଁ ଏମିତି କରିଛି। କରୋନା ମହାମାରୀ ସମୟରେ ଆମେ ସମସ୍ତେ ଘରେ ରହିବା ଜରୁରୀ ଅଟେ। ଯାହା ଫଳରେ ଲୋକେ ସଂକ୍ରମଣରୁ ରକ୍ଷା ପାଇବେ। ମୁଁ ‘ଦ ଲାଇଟ୍‌ ଏୟାରକ୍ରାଫ୍ଟ ଡାଏମଣ୍ଡ ଡିଏ ୪୦’ରୁ ଉଡ଼ାଣ କରିଥିଲି। ୨୪ ମିନିଟ୍‌ରେ ଆକାଶରେ ଏହି ‘ଷ୍ଟେ ହୋମ୍‌’ ବାର୍ତ୍ତା ଲେଖିଥିଲି ବୋଲି ପାଇଲଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri