ଭଦ୍ରକକୁ ଆସିବେ ୩୨ ହଜାର ପ୍ରବାସୀ

ଭଦ୍ରକ ଅଫିସ, ୩୦ା୪: ଭଦ୍ରକ ଜିଲାକୁ ଫେରିବେ ୩୨ ହଜାର ପ୍ରବାସୀ। ଘରକୁ ଫେରିବା ପାଇଁ ଏମାନେ ନିଜ ନାମ ଅନ୍‌ଳାଇନ୍‌ରେ ପଞ୍ଜୀକରଣ କରିସାରିଛନ୍ତି। ପ୍ରବାସୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଓ ସଂଗରୋଧ କେନ୍ଦ୍ରରେ ରହଣୀ ଆଦି ପ୍ରସ୍ତୁତି ସମ୍ପର୍କରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ, ଜିଲାରେ ୭ଟି ବ୍ଲକର ୨୧୮ଟି ପଞ୍ଚାୟତକୁ ଆସିବା ନିମନ୍ତେ ୩୦ ହଜାର ୫୫୬ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଜିଲାର ୨ଟି ପୌରାଞ୍ଚଳ ଓ ୨ଟି ଏନ୍‌ଏସିର ୭୯ଟି ୱାର୍ଡକୁ ଫେରିବା ପାଇଁ ୧୭୭୪ ଜଣ ନାମ ପଞ୍ଜିକରଣ କରିଛନ୍ତି। ଏସବୁକୁ ମିଶାଇ ମୋଟ ୩୨ ହଜାର ୧୩୦ ଜଣ ନାମ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଏମାନଙ୍କର ସୁରକ୍ଷା ଦାୟିତ୍ୱ ଜିଲାର ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ଭଦ୍ରକ ବ୍ଲକ ଓ ପୌରାଞ୍ଚଳ ଦାୟିତ୍ୱ ଅତିରିକ୍ତ ଜିଲାପାଳ(ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କୁ ଦିଆଯାଇଥିବା ବେଳେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ ମହାପାତ୍ରଙ୍କୁ ଚାନ୍ଦବାଲି ବ୍ଲକ ସହ ଏନ୍‌ଏସି ଓ ତିହିଡ଼ି ବ୍ଲକର ଦାୟିତ୍ୱ ଦିଆଯାଇଛି। ଧାମନଗର ବ୍ଲକ, ଏନ୍‌ଏସି ଓ ଭଣ୍ଡାରିପୋଖରୀ ବ୍ଲକ ପାଇଁ ଉପଜିଲାପାଳ ପୀତାମ୍ବର ସାମଲ, ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳ ପାଇଁ ପିଡି ଡିଆର୍‌ଡିଏ ମଧୁସୂଦନ ଦାସ ଓ ବନ୍ତ ବ୍ଳକ ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଯେହେତୁ ଏତେସଂଖ୍ୟକ ଲୋକ ବାହାର ରାଜ୍ୟରୁ ଆସିବେ, ସେଥିପାଇଁ ସବୁ କାମ ଶୃଙ୍ଖଳିତ ଢଙ୍ଗରେ କରିବାକୁ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଗୁରୁତ୍ୱାରୋପ କରିଛନ୍ତି। ପ୍ରବାସୀମାନେ ଭଦ୍ରକ ଫେରିବା ପରେ ନିଜ ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରହିବେ। ସେଠାରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ରକ୍ତନମୁନା ସଂଗ୍ରହ କରାଯିବ ବୋଲି ସୂଚନା ରହିଛି। ଜିଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?