ବ୍ୟଙ୍ଗ କବିତାରେ ହସର ଫୁଆରା

ବଲାଙ୍ଗୀର ଅଫିସ,୧୬।୧: ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗ-ହାସ୍ୟ କବିତା ଆସରରେ ଦର୍ଶକ ହସର ଖୋରାକ ପାଇଥିଲେ। ଏଥିରେ ହାସ୍ୟକବି ଅର୍ଜୁନ ସାହୁ, ଶରତ ମିଶ୍ର, ଅନୁପ୍ରିୟା ମିଶ୍ର, ମଧୁସୂଦନ ନାୟକ ଓ ଦିଲୀପ କୁମାର ଦୀପ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ପରିଷଦ ଯୁଗ୍ମ ସମ୍ପାଦକ ଅରବିନ୍ଦ ବାଗ ସ୍ବାଗତ ଭାଷଣ ଦେଇଥିଲେ। ପରିଷଦ ସଭାପତି ମଳୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମକୁ ବବୁନ୍‌ ପୁରୋହିତ ପରିଚାଳନା କରିଥିଲେ ା ହାସ୍ୟ କବିତା ଆସରରେ ଦିଲୀପ ଦୀପଙ୍କ ହଲିଆ ଗୀତ, ବଲାଙ୍ଗୀର ବନ୍ୟା, ହାଇକୋର୍ଟ ବେଞ୍ଚ ବିଷୟ କବିତା ଦର୍ଶକଙ୍କୁ ବେଶ୍‌ ପସନ୍ଦ ହୋଇଥିଲା ା ମଧୁସୂଦନ ନାୟକଙ୍କ ସାମ୍ପ୍ରତିକ ବ୍ୟଙ୍ଗ ଓ ହାସ୍ୟ ଭିତରେ ବ୍ୟଙ୍ଗକବି ଚରିତ୍ରକୁ ନେଇ କବିତା ଗାନ କରିଥିଲେ ା ବ୍ୟଙ୍ଗକୁଇନ୍‌ ଭାବେ ପରିଚିତ ଅନୁପ୍ରିୟା ମିଶ୍ର ତାଙ୍କ ଚିରାଚରିତ ଢ଼ଙ୍ଗରେ ହାସ୍ୟ କବିତା ଶୁଣାଇଥିଲେ। କବି ଶରତ ମିଶ୍ର ଓ ଅର୍ଜୁନ୍‌ ସାହୁ କବିତା ଓ କବି ସମ୍ପର୍କରେ କବିତା ପାଠ କରିଥିଲେ ା ଏହି ଅବସରରେ ଅତିଥି ବୀରେନ୍ଦ୍ର କୁମାର ଝାଙ୍କର ସମସ୍ତ ବ୍ୟଙ୍ଗ କବୟିତ୍ରୀ କବିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅନୁଷ୍ଠିତ ହାସ୍ୟ କବିତା ଆସରରେ କବିମାନେ ମନପସନ୍ଦ କଥା ଓ କବିତାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ା ଅପରାହ୍ନରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସିଦ୍ଧାର୍ଥ ଶଙ୍କର ମିଶ୍ର, ମାନବ ବର୍ମା, ଶ୍ରଦ୍ଧା ଅଗ୍ରୱାଲ, ସ୍ବାଗତ ସାଇ ସ୍ବରାଜ ମିଶ୍ର ପୁରସ୍କୃତ ହୋଇଥିଲେ ା ବରିଷ୍ଠ ବର୍ଗରେ ରୋନକ ମହାନ୍ତି, ସୃଷ୍ଟି ସ୍ବରୂପା ଷଡଙ୍ଗୀ ଓ ସ୍ନିଗ୍‌ଧା ସୁମେଧା ମିଶ୍ର ପୁରସ୍କୃତ ହୋଇଥିଲେ। ବିଚାରକ ଭାବେ କୁମୁଦ ବିହାରୀ ବେଦବାକ, ସ୍ବାଗତିକା ମିଶ୍ର, ମଦନ ଖମାରୀ, ଶ୍ୱେତପଦ୍ମା ଲେଙ୍କା ଯୋଗ ଦେଇଥିଲେ। ପରେ ବଲାଙ୍ଗୀର କଲେଜ ଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର ଓ କ୍ଲବପଡ଼ା ଏମ୍‌ଏମ୍‌ ଡ୍ୟାନ୍ସ କମ୍ପାନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri