Posted inଜାତୀୟ

ବ୍ରିଟେନକୁ ଟପି ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୨ା୬:ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ବିଶ୍ୱରେ ୭୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ଚତୁର୍ଥ ସର୍ବାଧିକ ଆକ୍ରାନ୍ତ ତାଲିକାରେ ଥିବା ଭାରତରେ ଏହି ସଂଖ୍ୟା ବଢ଼ି ୨ ଲକ୍ଷ ୯୭ ହଜାର ଟପିଛି। ଆମେରିକା, ବ୍ରାଜିଲ ଓ ରୁଷିଆ ପରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ତାଲିକାରେ ବ୍ରିଟେନକୁ ଟପିଛି ଭାରତ। ଦେଶରେ ମୋଟ ୮,୪୭୩ ଜଣ ପ୍ରାଣ ହରାଇଛନ୍ତି। ବୁଧବାର ଭାରତରେ ୯,୯୯୬ ନୂଆ ମାମଲା ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଏହା ୯,୮୪୬ ରହିଛି। ବୁଧବାର ୩୫୭ ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର ୩୬୫ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି। ଗୋଟିଏ ଗୋଟିଏ ଦିନରେ ଏତେ ମାମଲା ଚିନ୍ତା ବଢ଼ାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧.୪୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଥିବା ବେଳେ ୧.୪୨ ଲକ୍ଷ ଆକ୍ଟିଭ୍‌ ମାମଲା ରହିଛି।
ମହାରାଷ୍ଟ୍ର କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ୯୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩,୫୯୦ ଜଣ ଏଠାରେ ପ୍ରାଣ ହରାଇ ସାରିଲେଣି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୭୧୬କୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୩୪୯ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ ଓ ଗୁଜରାଟରେ ଯଥାକ୍ରମେ ସଂକ୍ରମିତଙ୍କ ସଂଖ୍ୟା ୩୨,୮୧୦ ଓ ୨୨,୦୬୭ ଥିବାବେଳେ ୨,୩୬୯ ଲୋକ ଜୀବନ ହରାଇଛନ୍ତି। ଉତ୍ତରପ୍ରଦେଶରେ ୧୨ ହଜାର, ରାଜସ୍ଥାନରେ ୧୧ ହଜାର ଓ ମଧ୍ୟପ୍ରଦେଶରେ ୧୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ଯଥାକ୍ରମେ ୩୪୫, ୨୬୪ ଓ ୪୨୭ରେ ପହଞ୍ଚିଛି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଲକ୍‌ଡାଉନ୍‌ ଉଠିବା ଓ ପ୍ରବାସୀଙ୍କ ଆଗମନ ପରେ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇଛି। ପଶ୍ଚିମବଙ୍ଗରେ ୪୪୨, କର୍ନାଟକରେ ୭୨, ତେଲଙ୍ଗାନାରେ ୧୫୬, ଆନ୍ଧ୍ରପ୍ରଦେଶରେ ୮୦, ହରିୟାଣା ଓ ଜମ୍ମୁ-କଶ୍ମୀର ପ୍ରତ୍ୟେକ ରାଜ୍ୟରେ ୫୨ ଲେଖାଏ, ପଞ୍ଜାବରେ ୫୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାବେଳେ କେବଳ ସଚେତନତା ଓ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

ଗୋଷ୍ଠୀ ସଂକ୍ରମଣ ହୋଇନି
ନୂଆଦିଲ୍ଲୀ,୧୨ା୬(ପି.ଟି.): ଭାରତରେ ଗୋଟିଏ ଦିନରେ ୯,୯୯୬ ନୂଆ କରୋନା ଆକ୍ରାନ୍ତ ପଞ୍ଜୀକୃତ ହୋଇଥିବାବେଳେ ୩୫୭ ଜଣଙ୍କ ଜୀବନ ଯାଇଛି। ଏହା ସତ୍ତ୍ୱେ ଦେଶରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଗୁରୁବାର ସରକାର ସ୍ପଷ୍ଟ କରିଛନ୍ତି। ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ରୋକିବାରେ ଲକ୍‌ଡାଉନ ଏବଂ ଅବରୋଧ ପଦକ୍ଷେପ ସହାୟକ ହୋଇଥିବା ଦେଶର ପ୍ରଥମ ସେରୋ-ସର୍ଭେରୁ ଜଣାପଡିଛି। ଜନସଂଖ୍ୟାର ଏକ ବଡ଼ ଭାଗ ସଂକ୍ରମଣ ପ୍ରତି ଅତି ସମ୍ବେଦନଶୀଳ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି। ସର୍ଭେର ପ୍ରଥମ ଭାଗ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆଇସିଏମ୍‌ଆର୍‌ ସହ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମିଳିତ ଭାବେ ଏହି ସର୍ଭେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri