ବ୍ରଜରାଜନଗରର ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ମ୍ୟୁନିସିପାଲିଟିର ବୁଢ଼ିଜାମ ଅଞ୍ଚଳରେ ବୁଧବାର ଜଣେ ଯୁବତୀଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ବରୁପ ବୁଧବାର ରାତିରେ ବ୍ରଜରାଜଥନଗରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଓ ବଫର ଜୋନ୍‌ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡିକରେ ବିଭିନ୍ନ କଟକଣା କରାଯାଇଛି। ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ଚିଠି ନଂ.୪୯୩୯(୨୯.୪.୨୦)ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନାନୁଯାୟୀ, ବ୍ରଜରାଜନଗରର ପଟ୍ଟଯୋଶୀ ଛକରୁ ଆମ୍ବେଦକର ଛକ ରାସ୍ତା ଦେଇ ଗୁଢ଼ବାବା ମନ୍ଦିର, ଗୁଆଳପଡ଼ା ଦୁର୍ଗାମନ୍ଦିର, ସୁବାସ ଛକ ଶିବମନ୍ଦିର, ଟନେଲ ରୋଡ୍‌, ରେଲୱେ ଫାଟକ, ଲାଜକୁରା ରୋଡ୍‌, ସିତାରା ଛକ, ସାନ ଜବ ପ୍ରାଇମେରୀ ସ୍କୁଲ, ରାମଗଡ ବନ୍ଧ, ୩ ନମ୍ବର ମାଇନ୍ସ ରୋଡ୍‌ ଛକ ଦେଇ ପଟ୍ଟଯୋଶୀ ଛକକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି ବାଇପାସ୍‌ ରୋଡ୍‌ରୁ ଏମ୍‌ସିଏଲ କଲ୍ୟାଣ ମଣ୍ଡପ ରାସ୍ତା ଦେଇ ଜିଏମ୍‌ କମ୍ପ୍ଳେକ୍ସ ରୋଡ୍‌, ଖଲିଆକାନୀ ଛକ, ପାଓ୍ବର ହାଉସ୍‌ ଛକ, ଭୂତ ବଙ୍ଗଳା ଛକ, ଇଏସ୍‌ଆଇ ଛକ, ବିଜୁ ପଟ୍ଟନାୟକ ଛକ, ଆନ୍ଦା ଛକ, ଟନେଲ ରୋଡ୍‌, ଗଙ୍ଗାନଗର ଛକ, ଗୋପିବିହାରୀ ରୋଡ୍‌, ରେଲଓ୍ବେ ଫାଟକ, ସୋବ ଛକରୁ ୩ ନମ୍ବର ମାଇନ୍ସ କଲୋନୀ ରାସ୍ତା ଦେଇ ବାଇପାସ ରୋଡ୍‌କୁ ସଂଯୋଗ କରୁଥିବା ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ନିର୍ଦ୍ଦେଶକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଏହି ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଜିଲା ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ଭାବେ ଝାରସୁଗୁଡ଼ା ତହସିଲଦାର, ବ୍ରଜରାଜନଗର ମ୍ୟୁନିସିପାଲିଟିର ଏକ୍‌ଜିକ୍ୟୁଟିଭ୍‌ ଅଫିସର, କୋଲାବିରା ତହସିଲଦାର, ବ୍ରଜରାଜନଗର ସିଏଚ୍‌ସିର ମେଡିକାଲ ଅଫିସର, ଝାରସୁଗୁଡ଼ା ଉପଜିଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ସାକ୍ଷୀଗୋପାଳରେ ଆଜିବି ବଞ୍ଚିଛି ଶହ ଶହ ବର୍ଷର ନଡ଼ିଆ ଲଢ଼େଇ ପରମ୍ପରା, ଗହ୍ମାପୂର୍ଣ୍ଣମୀରେ…

ସାକ୍ଷୀଗୋପାଳ, ୨୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡିଆ ଲଢେଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ଶହ ଶହ ବର୍ଷ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri