ବୈତରଣୀରୁ ବନ୍ୟଜୀବନ ମୋହ

ତାଙ୍କ କାନ୍ଧରେ ବିଭିନ୍ନ ସରକାରୀ ଯୋଜନା ଏବଂ ଜନକଲ୍ୟାଣ କାର୍ଯ୍ୟର ଗୁରୁଦାୟିତ୍ୱ। ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ଭାବେ ଜନମଙ୍ଗଳ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ସେ ବଢ଼ିଚାଲିଛନ୍ତି ଆଗକୁ। ଅମାୟିକ ବ୍ୟବହାର ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସିଦ୍ଧହସ୍ତ ଏଭଳି ଜଣେ ବ୍ୟକ୍ତିତ୍ୱ ହେଲେ କାମାକ୍ଷାନଗର ତହସିଲଦାର ସଞ୍ଜୟ କୁମାର ରାଉତ। ବୃତ୍ତିଗତ ଜୀବନରେ ଜଣେ ପ୍ରଶାସକ ହୋଇଥିଲେ ମଧ୍ୟ ନିଶା ତାଙ୍କର ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି। କାର୍ଯ୍ୟବ୍ୟସ୍ତ ସମୟରୁ ଫୁର୍‌ସତ୍‌ ମିଳିଲେ ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି କୀଟପତଙ୍ଗଙ୍କୁ ସେ ତୋଳିଧରନ୍ତି କ୍ୟାମେରା ଲେନ୍ସରେ। ପ୍ରକୃତି, ପରିବେଶ ଏବଂ ଜୀବଜନ୍ତୁଙ୍କୁ ଏପରି ଭଲପାଇବା ଯାହା ତାଙ୍କୁ ଜଣେ ନିଆରା ମଣିଷ ଭାବେ ପରିଚିତ କରାଇଛି। ଏକ ହାଲ୍‌କା ମୁହୂର୍ତ୍ତରେ ସେ ‘ଧରିତ୍ରୀ’ ସହ ବାଣ୍ଟିଛନ୍ତି ବ୍ୟକ୍ତିଗତ ଜୀବନର ଅନୁଭୂତି।

ସୁଧୀର କୁମାର ପରିଡ଼ା – କାମାକ୍ଷାନଗର, ୫ା୩

ପ୍ରଶ୍ନ: ଘରେ କିଏ କିଏ ଅଛନ୍ତି ?
ଜିଲା ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ଗ୍ରାମରେ ପୈତୃକ ଘର। ୪ ଭଉଣୀଭାଇଙ୍କ ମଧ୍ୟରେ ମୁଁ ସାନ। ବାପା କରୁଣାକର ରାଉତଙ୍କ ଦେହାନ୍ତ ହୋଇଯାଇଛି। ମା’ ଚମ୍ପାବତୀ ରାଉତ, ସ୍ତ୍ରୀ ଏବଂ ଯୁକ୍ତ ୨ ପଢ଼ୁଥିବା ପୁଅକୁ ନେଇ ପରିବାର।
ପ୍ରଶ୍ନ: କେମିତି ବିତେ ସକାଳ ସମୟ ?
ଭୋର ୫ଟାରୁ ବିଛଣା ଛାଡ଼େ। ଦିନଟି କିପରି ଭଲରେ କଟିବ ସେ ନେଇ ଭଗବାନଙ୍କୁ ପ୍ରାର୍ଥନା କରେ। ନିତ୍ୟକର୍ମ ସାରି ୧ଘଣ୍ଟା ପ୍ରାତଃ ଭ୍ରମଣରେ ଯାଏ। ଏସବୁ ଭିତରେ ଖବର କାଗଜ ପଢିବାକୁ ଭୁଲେନାହିଁ। ଏହାପରେ ଦୈନିକ କାର୍ଯ୍ୟଖସଡ଼ା ଅନୁଯାୟୀ ନିଜକୁ ପ୍ରସ୍ତୁତ କରେ।
ପ୍ରଶ୍ନ: କେଉଁ ଖାଦ୍ୟରେ ରୁଚି ରଖନ୍ତି ?
ସବୁ ଚଳେ। ସେମିତି କୌଣସି ସ୍ବତନ୍ତ୍ର ଖାଦ୍ୟ ପ୍ରତି ଦୁର୍ବଳତା ନାହିଁ। କିନ୍ତୁ ପରିବାର ଲୋକଙ୍କ ସହ ବସି ଏକାଠି ଖାଇବାରେ ଖୁସି ନିଆରା।
ପ୍ରଶ୍ନ: କାହାଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି ?
ଫକୀରପୁର ବିଦ୍ୟାଳୟରୁ ମାଟ୍ରିକ ପାସ୍‌ ପରେ ଆନନ୍ଦପୁର ମହାବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ମିଳିଥିଲା। ଏଥିସହ ଆଇନ ପାଠ୍ୟକ୍ରମରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି। ୧୯୯୯ରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି। ଏହି ସମୟ ଭିତରେ ଅନେକ ପୁସ୍ତକ ପଢ଼ିଛି। ହେଲେ ଲିଓଷ୍ଟଲଷ୍ଟଏଙ୍କ ଛୋଟ ଛୋଟ ଗଳ୍ପରେ ଥିବା ନୈତିକ ଶିକ୍ଷା ଜୀବନକୁ ସବୁଠୁ ବେଶି ପ୍ରଭାବିତ କରିଛି।
ପ୍ରଶ୍ନ: ଫଟୋଗ୍ରାଫି ନିଶାରେ କେମିତି ପଡ଼ିଲେ ?
ବୈତରଣୀ ନଦୀକୂଳରେ କଟିଛି। ସେଠାରୁ ହିଁ ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗଙ୍କ ମୋହରେ ପଡ଼ିଯାଇଛି। କଥା କହି ପାରୁ ନ ଥିବା ପ୍ରାଣୀଙ୍କ ଜୀବନଶୈଳୀକୁ ବୁଝିବାର ଝୁଙ୍କ ହିଁ ଫଟୋଗ୍ରାଫି ନିଶାରେ ପକାଇଦେଲା। ଏଥିପାଇଁ ଖର୍ଚ୍ଚ କାଟି, ଋଣ କରି ଭଲ କ୍ୟାମେରା ସଂଗ୍ରହ କରିଛି।
ପ୍ରଶ୍ନ: ଅବସର ସମୟ କେମିତି କଟେ ?
ଏବଂ କାର୍ଯ୍ୟ ଦିବସରେ ବିଶେଷ କିଛି ଅନ୍ତର ନାହିଁ। ସରକାରୀ କାମ, ଲୋକଙ୍କ କାମ ସରିଲେ ବଳକା ସମୟରେ ପରିବାର ସହ ବିତାଏ। ଲଗାତର ଛୁଟି ମିଳିଲେ ଭିତରକନିକା, ଚିଲିକା ଯାଇ ପକ୍ଷୀଙ୍କ ଫଟୋ ଉଠାଇବାକୁ ଭଲପାଏ।
ପ୍ରଶ: ଯୁବଗୋଷ୍ଠୀଙ୍କୁ କ’ଣ କହିବେ?
ଯୁବତୀଯୁବକଙ୍କ ପ୍ରମୁଖ ଲକ୍ଷ୍ୟ ରହୁଛି କିପରି ଅଧିକ ରୋଜଗାର କରିବେ। ଏଥିପାଇଁ ସେମାନେ ସ୍ବଳ୍ପ ବୟସରୁ ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି। ଫଳରେ କମ୍‌ ସମୟରେ ଥକି ପଡୁଛନ୍ତି। ଶିକ୍ଷାକୁ ପ୍ରାଧାନ୍ୟ ଦେଇ କଠିନ ପରିଶ୍ରମ କଲେ ଉପଯୁକ୍ତ ଫଳ ନିଶ୍ଚୟ ମିଳିବ। ଏଥିସହ ସମସ୍ତେ ପ୍ରକୃତିକୁ ଭଲପାଇବା ଆବଶ୍ୟକ। ଏହା ଆଗାମୀ ପିଢ଼ି ପାଇଁ ମଙ୍ଗଳଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri