କ୍ରିପ୍ଟୋ କରେନ୍ସି ଟ୍ରେଡିଂ କଟକଣା ହଟିଲା

ନୂଆଦିଲ୍ଲୀ,୫-୩: ବିବାଦୀୟ କ୍ରିପ୍ଟୋକରେନ୍ସି କାରବାର ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨ ବର୍ଷ ପୂର୍ବେ ପ୍ରତିବନ୍ଧକ ଲଗାଇଥିଲା। ଦେଶ ମଧ୍ୟରେ ଏହାର କାରବାର ନ କରିବାକୁ ଲୋକଙ୍କୁ ବାରଣ କରାଯାଇଥିଲା। ବୁଧବାର ସୁପ୍ରିମକୋର୍ଟ କ୍ରିପ୍ଟୋକରେନ୍ସି କାରବାରକୁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ସର୍ବୋଚ୍ଚ ନ୍ୟାୟାଳୟ ଆର୍‌ବିଆଇର ୨ ବର୍ଷ ପୁରୁଣା ସର୍କୁଲାରକୁ ଖାରଜ କରି ଦେଇଛନ୍ତି। ୬ ଏପ୍ରିଲ ୨୦୧୮ରେ କ୍ରିପ୍ଟୋକରେନ୍ସି ସହ ଜଡିତ ନେଣଦେଣ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ରୋକ ଲଗାଇଥିଲେ। ଏହି କରେନ୍ସିର ନେଣଦେଣ ବନ୍ଦ କରିବା ଏବଂ ଏ ନେଇ କୌଣସି ପ୍ଲାଟଫର୍ମ ପ୍ରଦାନ ନ କରିବାକୁ ବ୍ୟାଙ୍କ ତଥା ଆର୍ଥତ୍କ ପ୍ରତିଷ୍ଠାନକୁ ନିର୍ଦ୍ଦେଶରେ କୁହାଯାଇଥିଲା।
ଇଣ୍ଟରନେଟ ଆଣ୍ଡ ମୋବାଇଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଆଇଏଏମ୍‌ଏଆଇ) ଏବଂ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପକ୍ଷରୁ ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଫାଇଲ କରାଯାଇଥିଲା। ଦେଶରେ ଏମିତି କୌଣସି ଆଇନ ନାହିଁ ଯାହା କ୍ରିପ୍ଟୋ କରେନ୍ସି କାରବାରକୁ ବନ୍ଦ କରିବ। ଏହି ଯୁକ୍ତିକୁ ଆଇଏଏମ୍‌ଏଆଇ ସୁପ୍ରିମକୋର୍ଟଙ୍କ ସାମ୍ନାରେ ରଖିଥିଲା। ଏଭଳି ସ୍ଥିତିରେ କ୍ରିପ୍ଟୋକରେନ୍ସି ନେଣଦେଣ ଲାଗି ରିଜର୍ଭ ବ୍ୟାଙ୍କ କୌଣସି ପ୍ରତିବନ୍ଧକ ଲଗାଇ ପାରିବ ନାହିଁ ବୋଲି ଯୁକ୍ତିରେ କୁହାଯାଇଥିଲା। ଏହି କରେନ୍ସିକୁ ନେଇ ରହିଥିବା ବିପଦ ସମ୍ପର୍କରେ ୨୦୧୩ ପରଠାରୁ ଲୋକଙ୍କୁ ଅବଗତ କରାଯାଉଛି ବୋଲି ଆରବିଆଇ ଯୁକ୍ତିର ଉତ୍ତରରେ କହିଛି। ଦେଶର ପେମେଣ୍ଟ ସିଷ୍ଟମ ଉପରେ ଯେଭଳି କୌଣସି ପ୍ରଭାବ ନ ଆସିବ ତାକୁ ବିଚାର କରି ଏଭଳି କରେନ୍ସି ଉପରେ କଟକଣା ଜାରି କରିବାର ଆବଶ୍ୟକତା ରହିଛି ବୋଲି ଆରବିଆଇ ସୁପ୍ରିମକୋର୍ଟଙ୍କୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri