ବେଧଡ଼କ ଚାଲିଛେ ଦାଦନ ଶ୍ରମିକ ଚାଲାନ: ଲଗାମ୍‌ କସ୍‌ବାରେ ପରଶାସନ ବିଫଲ

ଲାଠୋର, ୬ା୧(ଡି.ଏନ୍‌.ଏ.)- ରାଏଜ୍‌ ସରକାର ଦାଦନ ସମସିଆ ସଂଗେ ଯୁଝବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାର ଲାଭ୍‌ ନାଇଁ ପାଏବାର। ଯେନ୍‌ଥିରଲାଗି ଗରିବ୍‌ ଦୁଖି ଉପେ ଶୂଇନ୍‌ ହେଇ କୁଟୁମବସିଆ ବାହାର ରାଏଜ୍‌କେ ଦାଦନ ଖଟିଯାଉଛନ୍‌। ଇଆଡ଼େ ରାଏଜ୍‌ ସରକାର ଦାଦନ ସମସିଆର ସମାଧାନ ସଂଗେ ଶ୍ରମିକମାନକର ସୁବିଧା ଲାଗି ନୂତନ ବଛର୍‌ରୁ ଶ୍ରମ ବିଭାଗକେ ୫-ଟି ଆର ‘ମୋ ସରକାର’ରେ ସାମିଲ କରିଛନ୍‌।
ସୂଚନା ଅନ୍‌ସାରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ସୁବର୍ଣ୍ଣପୁର ଜିଲାରୁ ଫିବଛର ବେଆଇନ୍‌ ହଜାର ହଜାର ଦାଦନ ଶ୍ରମିକ ଦଲାଲ୍‌ମାନକର ଜରିଆରେ ଚାଲାନ ହେଉଛନ୍‌। ଏନ୍‌ତା କି ଦଲାଲ ଜରିଆରେ ଚାଲାନ ହେଉଥିବାର ଦାଦନ ଶ୍ରମିକମାନକର ସୂଚନା ବି ଥାନୀଅ ପରଶାସନ ପାସେ ନାଇଁ ରହିବାର। ଏହେଦେ ଧାନ ଅମଲ ସରି ଆଏଲାବେଲେ ଶ୍ରମିକମାନକୁ ଆଗରୁ ବଏନା ଦେଇଥିବାର ଦାଦନ ସରଦାରମାନେ ଭିନେ ଭିନେ ରେଲ ଷ୍ଟେଶନରୁ ଚାଲନ କରୁଛନ୍‌। ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ଫିଦିନ ଶହ ଶହ ଦାଦନ ଶ୍ରମିକ ଦେଶର ଭିନେ ଭିନେ ରାଏଜ୍‌କେ ଚାଲାନ ହେଉଛନ୍‌। ହେଲେ ଇ ଘଟନା ଥାନୀଅ ଶ୍ରମ ବିଭାଗ ଆର ପୁଲିସ ନଜରକେ ନାଇଁ ଆଏବାର। ଇ କଥାଟା ବୁଧିଜୀବୀକୁଁ ଆଶିରିଯ୍‌ କରିଛେ। ଇଆଡ଼େ ବେଲପଡ଼ା, ଖପ୍ରାଖୋଲ ବ୍ଲକର ୨୦ଟା ପଁଚେତ୍‌କେ ରାଏଜ୍‌ ସରକାର ଦାଦନ ପରବନ ଅଂଚଲ ହିସାବ୍‌ଥି ରହିଖିଛନ୍‌। ଥାନୀଅ ଶ୍ରମିକମାନେ କେନ୍‌ଥେଇ ବାହାର ରାଏଜ୍‌କେ ଦାଦନ ଯାଇ ହଇରାନ ହରକତ ନାଇଁ ହେବେ ସେଥିରଲାଗି ରାଏଜ୍‌ ସରକାର ଆର ଟାଟା ଟ୍ରଷ୍ଟର ମିଲିତରେ ୧୩୪ କୋଟି ଟଁକା ଖରଚ୍‌ ଅଟକଲଥି ଯୋଜନା ତିଆର କରାଯାଇଛେ ସତ୍‌। ହେଲେ ଇଥିର ପରଭାବ ଅଂଚଲରେ ଦେଖ୍‌ବାକେ ନାଇଁ ମିଲବାର। ସେନ୍‌ତା ବଲାଙ୍ଗୀର ଜିଲାର ଟିଟିଲାଗଡ଼, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ଖପ୍ରାଖୋଲ ଆର ବେଲପଡ଼ା ବ୍ଲକର ଶ୍ରମିକମାନକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୨ଶହ ଦିନର କାମ୍‌ ଯୁଗେଇ ଦେବାର ଯୋଜନା ତିଆର ହେଇଛେ ସତ୍‌। ହେଲେ ଅଂଚଲରୁ ଦାଦନ ଶ୍ରମିକ ଚାଲାନ ବଁଦ୍‌ କରବାରେ ପରଶାସନ ଫେଲମାରିଛେ। ଏନ୍‌ତାଥି ଦାଦନ ସରଦାରମାନେ ଶ୍ରମିକମାନକୁ ଟଁକା ଲୋଭ୍‌ ଦେଖେଇ ଚାଲାନ କରୁଛନ୍‌। ନିୟମ ହିସାବେ ଲାଇସେନ୍ସ ପାଇଥିବାର ଏଜେଣ୍ଟ ଶ୍ରମିକମାନକୁ ନେଇପାରବେ। ଇଥିରଲାଗି ଅନେକ ନିୟମ ରହିଛେ। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକର ଖାମ୍‌ଖିଆଲି ମନଭାବ ଲାଗି ଶ୍ରମିକମାନେ ସରକାରୀ ସୁବିଧା ସୁଯୋଗ ନାଇଁପାଏବାର। ଇତାର ଫାଏଦା ଉଠେଇ ଦଲାଲମାନେ ଫିଦିନ ଶହ ଶହ ଶ୍ରମିକକୁଁ ଲୁଚାଛପାରେ ଉନିଅଁା ରାଏଜ୍‌କେ ଚାଲାନ କରୁଛନ୍‌। ଇଆଡ଼େ ଦାଦନ ଚାଲନ୍‌ ଉପରେ ଲଗାମ୍‌ କସବାକେ ଖାସ୍‌କରି ଖପ୍ରାଖୋଲ, ବେଲପଡ଼ା ବ୍ଲକରେ ଶ୍ରମ ନିରୀକ୍ଷକ କାଯ୍‌ କରୁଛନ୍‌। ହେଲେ ସେମାନକର ପାସେ ବି କେନ୍‌ ଗଁାରୁ କେତେ ଶ୍ରମିକ ବାହାର ରାଏଜେ ଦାଦନ ଖଟୁଛନ୍‌ ତାର ହିସାବକିତାବ ନଁାଇଁନ। ଇ ବାବ୍‌ଦେ ଜିଲା ଶ୍ରମ ଅଧ୍‌କାରୀ ସୁରେଶ ବେହେରାକୁଁ ପଚ୍‌ରାଲାରୁ ଯେତେ ଜଲ୍‌ଦି ହେବା ଇ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri