ବେଆଇନ ଚିଙ୍ଗୁଡ଼ି ଚାଷ ଉଚ୍ଛେଦ ନିର୍ଦ୍ଦେଶ

ଛତ୍ରପୁର,୨୯ା୫(ଡି.ଏନ.ଏ.)-ଖାରି ଜଳ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁ୍‌ଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତି ହୋଇଛି। ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଖାରି ଜଳ ଚିଙ୍ଗୁଡିି ଚାଷ ପାଇଁ ଉପଯୁକ୍ତ। ଯେଉଁ ଜମିଗୁଡିକ ଧାନ ଚାଷ ଉପଯୋଗୀ ନୁହେଁ ସେଥିରେ ଚିଙ୍ଗୁଡି ଚାଷ କରାଯାଇପାରିବ। ଏଥିପାଇଁ ଜିଲା କୃଷି ଓ ମତ୍ସ୍ୟ ବିଭାଗ ଯୁଗ୍ମ ଭାବେ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ କରିବେ। ଉପକୂଳର ଶହେ ମିଟର ଦୂରତ୍ୱ ପରେ ଚିଙ୍ଗୁଡି ଚାଷ ପାଇଁ ଆବେଦନକୁ ବିଚାର କରାଯିବ। ଏଥିପାଇଁ ବ୍ୟକ୍ତିଗତ ଜମି କିମ୍ବା ଲିଜ୍‌ରେ ମିଳିଥିବା ଜମିକୁ ଅନୁମତି ପ୍ରଦାନ କରାଯାଇପାରିବ। ଏହି ଦରଖାସ୍ତ ଗୁଡିକ ଉପରେ ସିଙ୍ଗଲ ଓ୍ବିଣ୍ଡୋ ମାଧ୍ୟମରେ ନିଷ୍ପତ୍ତିି ନିଆଯିବ। ନିୟମ ମୁତାବକ ଅନୁମତି ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ଯେଉଁ ଚିଙ୍ଗୁଡି ଚାଷ ପୋଖରୀ ସମୁଦ୍ର ତଟରୁ ୧୦୦ ମିଟର ପରିସର ମଧ୍ୟରେ ଥିବ ସେଗୁଡିକୁ ବନ୍ଦ କରାଯିବ। ଯେଉଁମାନେ ବିନା ଅନୁମତିରେ ଚିଙ୍ଗୁଡି ପୋଖରୀ କରିଛନ୍ତି,ସେଗୁଡିକ ଉପରେ ମସତ୍‌ୟ, ଜଙ୍ଗଲ, ରାଜସ୍ବ ଓ ପୋଲିସକୁ ନେଇ ଉଚ୍ଛେଦ କରାଯିବ। ଚିଙ୍ଗୁଡିି ଚାଷୀଙ୍କ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆବଶ୍ୟକସ୍ଥଳେ ଆଲୋଚନା ହେବ। ବେଆଇନ୍‌ ପୋଖରୀ ଗୁଡିକର ତଦନ୍ତ ପୂର୍ବକ ବିଦ୍ୟୁତ୍‌ ସଂଯୋଗ ଚ୍ଛିନ୍ନ କରିବାକୁ ସାଉଥକୋକୁ କୁହାଯିବ। କୌଣସି ବ୍ୟକ୍ତିଙ୍କୁ ଆଇନ୍‌ ବାହାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ କହିଥିଲେ। ଜିଲାରେ ଉପତ୍ାଦିତ ଚିଙ୍ଗୁଡିକୁ ରପ୍ତାନୀ ପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ବୟ ରଖାଯିବ। ଉପକୂଳବର୍ତ୍ତୀ ଅଞ୍ଚଳ ତହସିଲଦାରମାନଙ୍କୁ ସମସ୍ତ ଚିଙ୍ଗୁଡିି ପୋଖରୀ ଗୁଡିକର ଅବସ୍ଥିତି ସମ୍ପର୍କରେ ତଥ୍ୟ ମଗାଯିବ। ଯେଉଁମାନେ ସରାକରୀ ଜମିରେ ବିନା ଅନୁମତିରେ ଚିଙ୍ଗୁଡି ଚାଷ କରୁଛନ୍ତି, ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟ ଲୋଚନ ମହନ୍ତ, ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ମସତ୍‌ୟ ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ, ଜିଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri