ବୀର ପୁଅକୁ ଝୁରୁଛି ବଡ଼ସୁଅଁ।ଳ : ଶହୀଦ ଅଜିତ୍‌ଙ୍କୁ ଚାହିଁ ବସିଛନ୍ତି ସଭିଏଁ

କାମାକ୍ଷାନଗର, ୨୦।୬(ଡି.ଏନ୍‌.ଏ.) – ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଛନ୍ତି ଅଜିତ୍‌ ସାହୁ। ହଠାତ୍‌ ଏହି ଘଟଣାକୁ ବିଶ୍ୱାସ କରିପାରି ନ ଥିବା ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପରିବାର, ଆତ୍ମୀୟସ୍ବଜନ ଏବେ ସତ୍ୟତା ଜାଣିଲେଣି। ଏବେ ଅଫେରା ଦୁନିଆରେ ଅଜିତ୍‌। ସେ ଆଉ ଫେରିବନି, ଏକଥା ସେମାନେ ହୃଦୟଙ୍ଗମ କଲେଣି। ଅନ୍ୟପଟେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଜିତଙ୍କ ମର ଶରୀର ପାଟନା ବିମାନ ବନ୍ଦରରେ ଅଟକି ରହିଛି। ସମୟ ଯେତିକି ବିତୁଛି ସେତିକି ବଢୁଛି ବ୍ୟସ୍ତତା। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଆସିବେ ଶହୀଦ ବୀର।
ବୁଧବାର ପୂର୍ବାହ୍ନରେ ‘ଧରିତ୍ରୀ’ ପ୍ରତିନିଧି ପହଞ୍ଚତ୍ଥିଲେ ଶହୀଦ ଗ୍ରାମ ବଡ଼ସୁଅଁ।ଳରେ। ସେତେବେଳକୁ ଘର ବାହାରେ ବନ୍ଧୁବାନ୍ଧବ, ପରିଜନ, ସାଙ୍ଗସାଥୀଙ୍କ ଭିଡ଼ ଲାଗି ରହିଥିଲା। ଧୈର୍ଯ୍ୟହରା ହୋଇପଡ଼ିଥିବା ଅଜିତ୍‌ଙ୍କ ବାପା ସନ୍ତୋଷ କୁମାର ସାହୁ ଏବଂ ମା’ କୁମୁଦିନୀଙ୍କୁ ସମସ୍ତେ ବୋଧ କରାଉଥିଲେ। ଦେଶସେବାରେ ପ୍ରାଣବଳି ଦେଇ ଗଁ। ମାଟିକୁ ଗର୍ବିତ କରିଥିବାରୁ ଅଜିତ୍‌ଙ୍କୁ ବାଃ ବାଃରେ ପୋତି ପକାଉଥିଲେ ଅନେକେ।
ମଙ୍ଗଳବାର ଅଜିତ୍‌ଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ପରେ ସାଙ୍ଗସାଥୀ, ଅଞ୍ଚଳର ସାମାଜିକ ସଙ୍ଗଠନ, ଯୁବଗୋଷ୍ଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଶେଷଦର୍ଶନ କରିବାକୁ ଅପେକ୍ଷା କରି ରହିଥିଲେ। ହେଲେ ବିମାନରେ ଯାନ୍ତ୍ରିକ ତ୍ରୁଟି ସେମାନଙ୍କ ଅପେକ୍ଷାକୁ ଆହୁରି କେତେ ଘଣ୍ଟା ବଢ଼ାଇ ଦେଇଛି।
ଏପରି କଷ୍ଟକର ମୁହୁର୍ତ୍ତରେ ପରିବାରର ସାହାରା ହେବାକୁ ଆସିଛନ୍ତି ଅଜିତ୍‌ଙ୍କ ନବବିବାହିତା ଭଉଣୀଙ୍କ ଶାଶୁ ପ୍ରତିମା ସାହୁ। ସେ ହିଁ ଅଜିତ୍‌ଙ୍କ ମା’ ଏବଂ ବାପାଙ୍କୁ ଦୁଇଦିନ ହେଲା ବୁଝାଇ ଚାଲିଛନ୍ତି। ହେଲେ ସେମାନଙ୍କ ତୁଣ୍ଡରେ ମୁଠାଏ ଖାଇବାକୁ ଦେବାକୁ ଶତଚେଷ୍ଟା କରି ବିଫଳ ହୋଇଛନ୍ତି ସେ। ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଥିବା ମା’ବାପା ଏବେ କେବଳ ସ୍ମୃତି ବଖାଣୁଛନ୍ତି। ପୁଅ ଚାଲିଗଲା। ତା’ ପାଇଁ କେତେ ସ୍ବପ୍ନ ଦେଖିଥିଲୁ। ସବୁ ଭାଙ୍ଗିଗଲା। ଏବେ ଆଉ କାହାପାଇଁ ବଞ୍ଚତ୍ବୁ ବୋଲି ଉଭୟେ ବାହୁନି ବାହୁନି କାନ୍ଦୁଛନ୍ତି, ଯାହା ପରିବେଶକୁ ଅଧିକ ଭାବବିହ୍ବଳ କରିଦେଇଛି।
ବାଙ୍ଗାଲୋରରେ କାମ କରୁଥିବା ବଡ଼ଭାଇ ଆଲୋକ ମଙ୍ଗଳବାର ରାତି ୨ଟାରେ ଘରେ ପହଞ୍ଚତ୍ଛନ୍ତି। ସାନଭାଇର ଶହୀଦ ହେବା ଘଟଣାକୁ ସେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ଗଣମାଧ୍ୟମ, ସାଙ୍ଗସାଥୀଙ୍କଠାରୁ ଏକଥା ଜାଣି ସେ ଅଜିତ୍‌ଙ୍କୁ ଫୋନ୍‌ ଲଗାଇଥିଲେ। ହେଲେ ଫୋନ୍‌ ନ ଲାଗିବାରୁ ତାଙ୍କର ସନ୍ଦେହ ବଢ଼ିଥିଲା। ଘଟଣାର ସତ୍ୟତା ଜାଣିବା ପରେ ସେ ତୁରନ୍ତ ଟ୍ରେନ୍‌ରେ ଟିକେଟ୍‌ କାଟି ଢେଙ୍କାନାଳ ଆସିବାକୁ ଯୋଜନା କରିଥିଲେ। ହେଲେ ସୌଭାଗ୍ୟବଶତଃ ଉଡ଼ାଜାହାଜରେ ତାଙ୍କର ଟିକେଟ ହୋଇଗଲା। ଭୁବନେଶ୍ୱରରେ ମଙ୍ଗଳବାର ରାତି ୯ଟା ସୁଦ୍ଧା ପହଞ୍ଚତ୍ବା ପରେ ସେଠାରୁ ରାତି ୨ଟାରେ ଘରେ ପହଞ୍ଚତ୍ଛନ୍ତି। ତାଙ୍କ ମନରେ ମଧ୍ୟ ଫୁଟୁଥିଲା ପ୍ରଶାସନ ବିରୋଧୀ କ୍ଷୋଭ। ସେ କୋହଭରା କଣ୍ଠରେ କହିଥିଲେ, ଭାଇ ଶହୀଦ ହୋଇଛି ବୋଲି ସମସ୍ତେ ପିଠି ଥାପୁଡାଇ ଦେଉଛନ୍ତି। ହେଲେ ତା’ର ମରଶରୀର କେବେ ଆସିବ ସେ ସମ୍ପର୍କରେ କେହି କିଛି କହୁନାହାନ୍ତି। ଶହୀଦ ଭାଇଙ୍କୁ ନେଇ ବଡ଼ବଡ଼ କଥା କହୁଥିବା ଅଧିକାରୀମାନେ ଘର ବାରଣ୍ଡା ମାଡ଼ି ନ ଥିବା କହିବା ବେଳେ ବାରି ହୋଇପଡ଼ୁଥିଲା ତାଙ୍କ ମନର ଯନ୍ତ୍ରଣା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri