ବୀର ପୁଅକୁ ଝୁରୁଛି ବଡ଼ସୁଅଁ।ଳ : ଶହୀଦ ଅଜିତ୍‌ଙ୍କୁ ଚାହିଁ ବସିଛନ୍ତି ସଭିଏଁ

କାମାକ୍ଷାନଗର, ୨୦।୬(ଡି.ଏନ୍‌.ଏ.) – ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଛନ୍ତି ଅଜିତ୍‌ ସାହୁ। ହଠାତ୍‌ ଏହି ଘଟଣାକୁ ବିଶ୍ୱାସ କରିପାରି ନ ଥିବା ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପରିବାର, ଆତ୍ମୀୟସ୍ବଜନ ଏବେ ସତ୍ୟତା ଜାଣିଲେଣି। ଏବେ ଅଫେରା ଦୁନିଆରେ ଅଜିତ୍‌। ସେ ଆଉ ଫେରିବନି, ଏକଥା ସେମାନେ ହୃଦୟଙ୍ଗମ କଲେଣି। ଅନ୍ୟପଟେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଜିତଙ୍କ ମର ଶରୀର ପାଟନା ବିମାନ ବନ୍ଦରରେ ଅଟକି ରହିଛି। ସମୟ ଯେତିକି ବିତୁଛି ସେତିକି ବଢୁଛି ବ୍ୟସ୍ତତା। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଆସିବେ ଶହୀଦ ବୀର।
ବୁଧବାର ପୂର୍ବାହ୍ନରେ ‘ଧରିତ୍ରୀ’ ପ୍ରତିନିଧି ପହଞ୍ଚତ୍ଥିଲେ ଶହୀଦ ଗ୍ରାମ ବଡ଼ସୁଅଁ।ଳରେ। ସେତେବେଳକୁ ଘର ବାହାରେ ବନ୍ଧୁବାନ୍ଧବ, ପରିଜନ, ସାଙ୍ଗସାଥୀଙ୍କ ଭିଡ଼ ଲାଗି ରହିଥିଲା। ଧୈର୍ଯ୍ୟହରା ହୋଇପଡ଼ିଥିବା ଅଜିତ୍‌ଙ୍କ ବାପା ସନ୍ତୋଷ କୁମାର ସାହୁ ଏବଂ ମା’ କୁମୁଦିନୀଙ୍କୁ ସମସ୍ତେ ବୋଧ କରାଉଥିଲେ। ଦେଶସେବାରେ ପ୍ରାଣବଳି ଦେଇ ଗଁ। ମାଟିକୁ ଗର୍ବିତ କରିଥିବାରୁ ଅଜିତ୍‌ଙ୍କୁ ବାଃ ବାଃରେ ପୋତି ପକାଉଥିଲେ ଅନେକେ।
ମଙ୍ଗଳବାର ଅଜିତ୍‌ଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ପରେ ସାଙ୍ଗସାଥୀ, ଅଞ୍ଚଳର ସାମାଜିକ ସଙ୍ଗଠନ, ଯୁବଗୋଷ୍ଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଶେଷଦର୍ଶନ କରିବାକୁ ଅପେକ୍ଷା କରି ରହିଥିଲେ। ହେଲେ ବିମାନରେ ଯାନ୍ତ୍ରିକ ତ୍ରୁଟି ସେମାନଙ୍କ ଅପେକ୍ଷାକୁ ଆହୁରି କେତେ ଘଣ୍ଟା ବଢ଼ାଇ ଦେଇଛି।
ଏପରି କଷ୍ଟକର ମୁହୁର୍ତ୍ତରେ ପରିବାରର ସାହାରା ହେବାକୁ ଆସିଛନ୍ତି ଅଜିତ୍‌ଙ୍କ ନବବିବାହିତା ଭଉଣୀଙ୍କ ଶାଶୁ ପ୍ରତିମା ସାହୁ। ସେ ହିଁ ଅଜିତ୍‌ଙ୍କ ମା’ ଏବଂ ବାପାଙ୍କୁ ଦୁଇଦିନ ହେଲା ବୁଝାଇ ଚାଲିଛନ୍ତି। ହେଲେ ସେମାନଙ୍କ ତୁଣ୍ଡରେ ମୁଠାଏ ଖାଇବାକୁ ଦେବାକୁ ଶତଚେଷ୍ଟା କରି ବିଫଳ ହୋଇଛନ୍ତି ସେ। ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଥିବା ମା’ବାପା ଏବେ କେବଳ ସ୍ମୃତି ବଖାଣୁଛନ୍ତି। ପୁଅ ଚାଲିଗଲା। ତା’ ପାଇଁ କେତେ ସ୍ବପ୍ନ ଦେଖିଥିଲୁ। ସବୁ ଭାଙ୍ଗିଗଲା। ଏବେ ଆଉ କାହାପାଇଁ ବଞ୍ଚତ୍ବୁ ବୋଲି ଉଭୟେ ବାହୁନି ବାହୁନି କାନ୍ଦୁଛନ୍ତି, ଯାହା ପରିବେଶକୁ ଅଧିକ ଭାବବିହ୍ବଳ କରିଦେଇଛି।
ବାଙ୍ଗାଲୋରରେ କାମ କରୁଥିବା ବଡ଼ଭାଇ ଆଲୋକ ମଙ୍ଗଳବାର ରାତି ୨ଟାରେ ଘରେ ପହଞ୍ଚତ୍ଛନ୍ତି। ସାନଭାଇର ଶହୀଦ ହେବା ଘଟଣାକୁ ସେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ଗଣମାଧ୍ୟମ, ସାଙ୍ଗସାଥୀଙ୍କଠାରୁ ଏକଥା ଜାଣି ସେ ଅଜିତ୍‌ଙ୍କୁ ଫୋନ୍‌ ଲଗାଇଥିଲେ। ହେଲେ ଫୋନ୍‌ ନ ଲାଗିବାରୁ ତାଙ୍କର ସନ୍ଦେହ ବଢ଼ିଥିଲା। ଘଟଣାର ସତ୍ୟତା ଜାଣିବା ପରେ ସେ ତୁରନ୍ତ ଟ୍ରେନ୍‌ରେ ଟିକେଟ୍‌ କାଟି ଢେଙ୍କାନାଳ ଆସିବାକୁ ଯୋଜନା କରିଥିଲେ। ହେଲେ ସୌଭାଗ୍ୟବଶତଃ ଉଡ଼ାଜାହାଜରେ ତାଙ୍କର ଟିକେଟ ହୋଇଗଲା। ଭୁବନେଶ୍ୱରରେ ମଙ୍ଗଳବାର ରାତି ୯ଟା ସୁଦ୍ଧା ପହଞ୍ଚତ୍ବା ପରେ ସେଠାରୁ ରାତି ୨ଟାରେ ଘରେ ପହଞ୍ଚତ୍ଛନ୍ତି। ତାଙ୍କ ମନରେ ମଧ୍ୟ ଫୁଟୁଥିଲା ପ୍ରଶାସନ ବିରୋଧୀ କ୍ଷୋଭ। ସେ କୋହଭରା କଣ୍ଠରେ କହିଥିଲେ, ଭାଇ ଶହୀଦ ହୋଇଛି ବୋଲି ସମସ୍ତେ ପିଠି ଥାପୁଡାଇ ଦେଉଛନ୍ତି। ହେଲେ ତା’ର ମରଶରୀର କେବେ ଆସିବ ସେ ସମ୍ପର୍କରେ କେହି କିଛି କହୁନାହାନ୍ତି। ଶହୀଦ ଭାଇଙ୍କୁ ନେଇ ବଡ଼ବଡ଼ କଥା କହୁଥିବା ଅଧିକାରୀମାନେ ଘର ବାରଣ୍ଡା ମାଡ଼ି ନ ଥିବା କହିବା ବେଳେ ବାରି ହୋଇପଡ଼ୁଥିଲା ତାଙ୍କ ମନର ଯନ୍ତ୍ରଣା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri