ବୀମା ପରିସରଭୁକ୍ତ ହେଲେ ସେବାୟତ

ବାରିପଦା ଅଫିସ,୮ା୧- ସବୁବେଳେ ଅବହେଳିତ ହୋଇ ପଡ଼ି ରହିଥିବା ଦେବୋତ୍ତର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର ଦିନକ ପୂର୍ବରୁ ସଜବାଜ କରିଛି ଜିଲା ପ୍ରଶାସନ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଜିଲାର ୧୦ଟି ମନ୍ଦିର ଓ ୧୦ଟି ମଠରେ ପୂଜା କାର୍ଯ୍ୟ ତଥା ମନ୍ଦିରର ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ସେବାୟତମାନଙ୍କୁ ୨୦୧୯-୨୦୧୦ ବର୍ଷରୁ ଆଗାମୀ ୩ ବର୍ଷ ପାଇଁ ବୀମାଭୁକ୍ତ କରିଛି ବିଭାଗ। ବୀମା ବାବଦକୁ ଥିବା ସମସ୍ତ ପାଉଣା ୩ ବର୍ଷ ପର୍ଯ୍ୟନ୍ତ ଦେବୋତ୍ତର ବିଭାଗ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହା ପରେ ସେବାୟତମାନେ ନିଜ ନିଜ ପାଉଣା ଦେବେ। ୭୦ ବର୍ଷରୁ ତଳକୁ ଓ ୫୦ ବର୍ଷରୁ ତଳକୁ ମାପଦଣ୍ଡରେ ନିଆଯାଇ ସେବାୟତମାନଙ୍କୁ ବୀମା ପରିସର ଭୁକ୍ତ କରାଯାଇଛି। ସେହିପରି ସର୍ବସାଧାରଣଙ୍କୁ ଦେବୋତ୍ତର ବିଭାଗର ସମସ୍ତ ମଠ ମନ୍ଦିର, ବିଶେଷ କରି ବାରିପଦା ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଏକ ୱେବ ସାଇଟ(ଶ୍ରୀଶ୍ରୀହରିବଳଦେବ.ଇନ) ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ୱେବ ସାଇଟ ଜରିଆରେ ଲୋକେ ମଠ ଓ ମନ୍ଦିରଗୁଡିକ ସମ୍ପର୍କରେ ଜାଣିପାରିବା ସହିତ ଅନ ଲାଇନରେ ପୂଜା ପାଇଁ ମଧ୍ୟ ଆବେଦନ କରିପାରିବେ। ଅନଲାଇନ ଯୋଗେ ଆବେଦନ ପରେ ପୂଜା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପାର୍ସଲ ଯୋଗେ ପ୍ରସାଦ ମଧ୍ୟ ପଠାଯିବାର ବ୍ୟବସ୍ଥା ରହିଛି। କୌଣସି ବ୍ୟକ୍ତି ଚାହିଁଲେ ମଠ ଓ ମନ୍ଦିରକୁ ଦାନ ମଧ୍ୟ ଦେଇ ପାରିବେ। ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲେସନ ସେଣ୍ଟରରେ ଜିଲାପାଳ ବିନୀତ ଭରଦ୍ୱାଜ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ୱେବ ସାଇଟକୁ ଉନ୍ମୋଚନ କରିଥିଲେ। ଦେବୋତ୍ତର ବିଭାଗ ସହକାରୀ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସ୍ବଧା ଦେବ ସିଂ, ବାରିପଦା ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଓ ଆଇଏଏସ ପ୍ରୋବେସନର ଭୁବନେଶ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ସହିତ ସେବାୟତମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ ଓ ମନ୍ଦିର ରକ୍ଷଣାବେକ୍ଷଣ ନେଇ ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତମାନେ ଦୁଇ ଥର ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ପଦଯାତ୍ରା ପରେ ସେମାନଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରି ସମସ୍ତ ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଦ୍ୟାବଧି କୌଣସି ଦାବି ପୂରଣ ହୋଇ ନାହିଁ। ଅନ୍ୟ ପକ୍ଷେ ରାଜ୍ୟ ସରକାର ବିଭିନ୍ନ ମଠ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘେଷଣା କରି ଚାଲୁଛନ୍ତି। ହେଲେ ବାରିପଦା ମନ୍ଦିରକୁ ଅନୁଦାନ ଦେଉ ନାହାନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସେବାୟତମାନେ ବିରୋଧ କରିବା ନେଇ ଗୁଇନ୍ଦା ବିଭାଗ ନିକଟରେ ଖବର ରହିଥିଲା। ଏହା ପରେ ସେବାୟତମାନଙ୍କ ଉଦ୍ଦେଶ୍ୟରେ ଦୀର୍ଘ ୭୦ ବର୍ଷ ହେବ କୌଣସି ପଦକ୍ଷେପ ନେଇ ନ ଥିବା ଦେବୋତ୍ତର ବିଭାଗର ହଠାତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବା ଚର୍ଚ୍ଚା ହେଉଛି। ଏନେଇ ଜିଲା ପ୍ରଶାସନର ମତ ଲୋଡି ଥିଲେ ମଧ୍ୟ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?