ବିଶ୍ୱ ହସ୍ତୀ ଦିବସ : ବନ ବିଭାଗର ହାତୀ ସୁରକ୍ଷା ଫେଲ୍‌, ୮ବର୍ଷରେ ମଲେଣି ୫୪୮ ହାତୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ଆଜି ବିଶ୍ୱ ହସ୍ତୀ ଦିବସ। ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଛି। ୨୦୧୨ରୁ ଆରମ୍ଭ ହୋଇଥିବା ଏହି ଦିବସଟିକୁ ହାତୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସଚେତନତା ସୃଷ୍ଟି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହାତୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ଏହାର ବାସ୍ତବତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ବର୍ଷ ବର୍ଷ ଧରି ହାତୀ-ମଣିଷ ଲଢ଼େଇ ଜାରି ରହିଥିବାବେଳେ କେତେବେଳେ ହାତୀ ତ ପୁଣି କେବେ ମଣିଷର ଜୀବନ ଯାଉଛି। ସେହିଭଳି ଟ୍ରେନ୍‌ ଧକ୍କା, ବିଦ୍ୟୁତ୍‌ ଆଘାତରେ ବହୁ ହାତୀଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ରାଜ୍ୟରେ ହାତୀ ଶିକାର ମଧ୍ୟ ବଢ଼ି ଚାଲିଛି। ପ୍ରାକୃତିକ ବାସସ୍ଥଳ ଅଭାବ ହାତୀବଂଶ ପାଇଁ ବିପଦ ସାଜିଛି। ବହୁ ହାତୀ ଶାବକଙ୍କ ଅକାଳ ମୃତ୍ୟୁ ମଧ୍ୟ ଘଟୁଛି। ଏପରିସ୍ଥଳେ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ ଫେଲ୍‌ ମାରିଥିବା ବାରିହୋଇପଡୁଛି। ଏମିତି ପ୍ରସଙ୍ଗକୁ ନେଇ ହସ୍ତୀ ଦିବସ ଉପଲକ୍ଷେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ଦିନ ଥିଲା ଓଡ଼ିଶାକୁ ହାତୀଙ୍କ ଭୂସ୍ବର୍ଗ କୁହାଯାଉଥିଲା। ଏବେ କିନ୍ତୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ରାଜ୍ୟରେ ହାତୀ ବଂଶ ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୨ ଗଣନାରେ ହାତୀ ସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚତ୍ଛି। ହାତୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପ୍ରତିବର୍ଷ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୮ବର୍ଷରେ ରାଜ୍ୟରେ ମୋଟ ୫୪୮ହାତୀ ମରିଛନ୍ତି। ୨୦୧୧-୧୨ରେ ୬୮ ହାତୀ ମରିଥିବାବେଳେ ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୫, ୨୦୧୫-୧୬ରେ ୮୫, ୨୦୧୬-୧୭ରେ ୭୫, ୨୦୧୭-୧୮ରେ ୭୮ ଓ ୨୦୧୮-୧୯ରେ ୩୫ ହାତୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟ କହୁଛି।
ରିପୋର୍ଟ ଅନୁସାରେ, ଶିକାରରେ ୩୦ ହାତୀ ମରିଥିବାବେଳେ ବିଷଜନିତ କାରଣରୁ ୯, ବିଦ୍ୟୁତ୍‌ ଆଘାତରେ ୭୦ ହାତୀଙ୍କ ଜୀବନ ଯାଇଛି। ତେବେ ବିଦ୍ୟୁତ୍‌ଜନିତ ମୃତ୍ୟୁ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ଆକସ୍ମିକ ଓ ଅନ୍ୟଟି ଉଦ୍ଦେଶ୍ୟମୂଳକ। ୨୮ ହାତୀ ଆକସ୍ମିକ ଭାବେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଆଉ ୪୨ ହାତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟୁତ୍‌ ଆଘାତରେ ମାରିଦିଆଯାଇଛି। ସେହିପରି ୧୦୬ ହାତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥି ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ୨୨, ରାସ୍ତା ଦୁର୍ଘଟଣାରେ ୨ ଓ ଅନ୍ୟ ଦୁର୍ଘଟଣା(ହାତୀ ହାତୀ ମଧ୍ୟରେ ଆକ୍ରମଣ, ଉଚ୍ଚ ସ୍ଥାନରୁ ଖସିପଡ଼ି)ରେ ୮୨ ହାତୀ ମରିଛନ୍ତି। ଅନ୍ୟପକ୍ଷରେ ରୋଗରେ ମୋଟ ୧୫୬ ହାତୀ ମରିଛନ୍ତି। ସେଥିମଧ୍ୟରୁ ଆନ୍ଥ୍ରାକ୍ସରେ ୩୧ ଓ ଅନ୍ୟ ରୋଗରେ ୧୨୫ ହାତୀଙ୍କର ମୃତ୍ୟୁ ଘଟିଛି। ୭୨ ହାତୀଙ୍କ ପ୍ରାକୃତିକ ବା ସ୍ବାଭାବିକ ମୃତ୍ୟୁ ଘଟିଥିବାବେଳେ ଆଉ ୧୦୫ ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।
ତେବେ ବେସରକାରୀ ତଥ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଢ଼େର୍‌ ଅଧିକ ରହୁଛି। ଓଡ଼ିଶା ଓ୍ବାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟ ଅନୁସାରେ, ୮ବର୍ଷ ମଧ୍ୟରେ ୯୩ ହାତୀଙ୍କର ବିଦ୍ୟୁତଜନିତ ମୃତ୍ୟୁ ହୋଇଥିବାବେଳେ ଟ୍ରେନ ଦୁର୍ଘଟଣାରେ ୨୫, ଶିକାରରେ ୮୨ ହାତୀ ମରିଛନ୍ତି। ଓଡ଼ିଶାରେ ହାତୀ ମୃତ୍ୟୁକୁ ନେଇ ଡବ୍ଲ୍ୟୁଏସ୍‌ଓର ମୁଖ୍ୟ ବିଶ୍ୱଜିତ୍‌ ମହାନ୍ତି କୁହନ୍ତି, ରାଜ୍ୟ ସରକାର ହାତୀ ସଂଖ୍ୟା ବଢ଼ିଲେ ଠିକ୍‌ ରିପୋର୍ଟ ଦିଅନ୍ତି, କିନ୍ତୁ ମୃତ୍ୟୁ ରିପୋର୍ଟ ଭୁଲ୍‌ ଦିଅନ୍ତି। ଜଙ୍ଗଲରେ ହାତୀ ମରି ପଚି ମାଟିରେ ମିଶିଯାଉଛନ୍ତି। କିନ୍ତୁ ବନ ବିଭାଗ ତାହା ଜାଣିପାରୁ ନାହିଁ। ବିଭିନ୍ନ ସମୟରେ ଗଣମାଧ୍ୟମକୁ ଆସୁ ନ ଥିବା ହାତୀ ମୃତ୍ୟୁକୁ ଲୁଚାଇ ଦିଆଯାଉଛି। ଦାୟିତ୍ୱରେ ରହୁଥିବା ସ୍ଥାନୀୟ ଅଧିକାରୀମାନେ ମଧ୍ୟ ବହୁ ସମୟରେ ଉଚ୍ଚ କର୍ତ୍ତୃପକ୍ଷ ବା ସରକାରଙ୍କୁ ଜଣାଇ ନ ଥାନ୍ତି। ବାସ୍ତବରେ ହାତୀକୁ ସୁରକ୍ଷା ଦେବା ପାଇଁ ବିଭାଗର ଆନ୍ତରିକତା ନାହିଁ। ଏବେ ବି ଅନେକ ହାତୀ ଶିକାର ହେଉଛି ଓ ବହୁ ହାତୀର ମୃତ୍ୟୁର କାରଣ ଜଣାପଡ଼ୁନାହିଁ। ତେଣୁ ସରକାର ପ୍ରତ୍ୟେକ ହାତୀ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଯେପର୍ଯ୍ୟନ୍ତ ଶିକାରୀ ବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଶିକାର ହେଉଥିବ। ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତମାନେ କିଛି ଦିନ ଜେଲ୍‌ରେ ରହିବା ପରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। ଆଉ ତା’ପରେ ପୁଣି ସେମାନେ ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତେଣୁ ବିଭାଗ ଏ ଦିଗରେ ଗୁରୁତ୍ୱ ଦେବା ଉଚିତ ବୋଲି ମହାନ୍ତି କହିଛନ୍ତି।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?