ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା ଘାରିଛି ସେନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡି (ଜେଏଫ୍‌କେ)ଙ୍କ ପୁତୁରା ରବର୍ଟ ଏଫ୍‌. କେନେଡି ଜୁନିୟର ପ୍ରଘଟ କରିଛନ୍ତି।
ରବର୍ଟ କେନେଡି ଜୁନିୟର କହିଛନ୍ତି, ଗେଟ୍ସ ଭାରତରେ ପୋଲିଓ ଦୂରୀକରଣ ପାଇଁ ନିଜ ଅଂଶଧନର ୧.୨ ବିଲିୟନ ଡଲାରରୁ ୪୫୦ ନିୟୁତ ଡଲାର ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଦେଶର ନ୍ୟାଶନାଲ ଟେକ୍ନିକାଲ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ (ଏନ୍‌ଟିଏଜିଆଇ)ର ନିୟନ୍ତ୍ରଣ ହାତକୁ ନେଇଥିଲେ। ଏନ୍‌ଟିଏଜିଆଇ ଓଭରଲାପିଂ ଜରିଆରେ ପୋଲିଓ ଟିକାକରଣର ୫୦ରୁ ଅଧିକ ଖୋରାକକୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ପହଞ୍ଚାଇଛି। ଭାରତୀୟ ଡାକ୍ତରମାନେ ଗେଟ୍ସଙ୍କ ଅଭିଯାନକୁ ବିନାଶକାରୀ ନନ୍‌-ପୋଲିଓ ଆକ୍ୟୁଟ୍‌ ଫ୍ଳାସିଡ୍‌ ପାରାଲିସିସ୍‌ (ଏନ୍‌ପିଏଏଫ୍‌ପି) ମହାମାରୀ ପାଇଁ ଦାୟୀ କରିଛନ୍ତି। ଏଥିଯୋଗୁ ୨୦୦୦ ଓ ୨୦୧୭ ମଧ୍ୟରେ ସ୍ବାଭାବିକ ହାରରୁ ଅଧିକ ୪୯୦,୦୦୦ ପିଲା ବିକଳାଙ୍ଗ ହୋଇଯାଇଛନ୍ତି। ୨୦୧୭ରେ ଭାରତ ସରକାର ଗେଟ୍ସଙ୍କ ଟିକାକୁ ମନା କରିଦେଇଥିଲେ ଓ ତାଙ୍କ ଭାକ୍‌ସିନ ନୀତି ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଏହା ପରେ ଏନ୍‌ପିଏଏଫ୍‌ପି ହାରରେ ତ୍ୱରିତ ଭାବେ ହ୍ରାସ ଦେଖିବାକୁ ମିଳିଛି।
ପୋଲିଓ ବୃଦ୍ଧିର ମୁଖ୍ୟ କାରଣ ଭାକ୍‌ସିନ୍‌ ଷ୍ଟ୍ରେନ୍‌ ବୋଲି ୨୦୧୭ରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନିଚ୍ଛା ସତ୍ତ୍ୱେ ସ୍ବୀକାର କରିଥଲା। ସେହିପରି କଙ୍ଗୋ, ଆଫଗାନିସ୍ତାନ ଓ ଫିଲିପାଇନ୍ସରେ ସବୁଠୁ ଭୟଙ୍କର ମହାମାରୀର ଟିକା ଯୋଗୁ ହୋଇଛି। ବାସ୍ତବରେ ୨୦୧୮ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପୋଲିଓର ୭୦% ମାମଲା ପାଇଁ ଭାକ୍‌ସିନ ଷ୍ଟ୍ରେନ୍‌ ଦାୟୀ ବୋଲି ଡବ୍ଲ୍ୟୁଏଚ୍‌ଓ ମାନିଥିଲା। ୨୦୧୪ରେ ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ ଭାରତୀୟ ଯୁବତୀମାନଙ୍କ ଉପରେ ଗ୍ଲାକ୍ସୋ ସ୍ମିଥ୍‌ କ୍ଲିନ୍‌ (ଜିଏସ୍‌କେ) ଓ ମେର୍କ ଦ୍ୱାରା ବିକଶିତ ପ୍ରୟୋଗାମତ୍କ ଏଚ୍‌ପିଭି ଟିକାର ପରୀକ୍ଷଣ ପାଇଁ ଫଣ୍ଡିଂ କରାଯାଇଥିଲା। ଏହାର ପ୍ରାୟ ୧,୨୦୦ ଗମ୍ଭୀର ଦୁଷ୍ପ୍ରଭାବ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅଟୋଇମ୍ୟୁନ୍‌ ଓ ପ୍ରଜନନ ସମ୍ପର୍କିତ ବିକାର ଅନ୍ତର୍ଭୁକ୍ତ। ଏଥିଯୋଗୁ ୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଯାଞ୍ଚ ପରେ ଭାରତ ସରକାର ଅଭିଯୋଗ ଆଣିଥିଲେ ଯେ ଗେଟ୍ସଙ୍କ ଫଣ୍ଡିଂ ଯୋଗୁ ଗବେଷକମାନେ ନୈତିକ ଉଲ୍ଲଂଘନ କରିଥିଲେ। ମକଦ୍ଦମା ବେଳେ ଗ୍ରାମୀଣ ଯୁବତୀମାନଙ୍କ ଉପରେ ଚାପ ପକାଇବା, ମାତାପିତାଙ୍କୁ ଧମକ ଦେବା, ସହମତି ପାଇଁ ବାଧ୍ୟ କରିବା ଓ ଅସୁସ୍ଥ ଯୁବତୀଙ୍କୁ ଚିକିତ୍ସା ପାଇଁ ମନା କରିବା ଭଳି ଅଭିଯୋଗ ଆସିଥିଲା। ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି।
୨୦୧୦ରେ ଗେଟ୍ସ ଫାଉଣ୍ଡେଶନ ଜିଏସ୍‌କେ ଦ୍ୱାରା ପ୍ରସ୍ତୁତ ପ୍ରୟୋଗାମତ୍କ ମ୍ୟାଲେରିଆ ଭାକ୍‌ସିନର ଫେଜ୍‌-୩ର ପରୀକ୍ଷଣ ପାଇଁ ଫଣ୍ଡିଂ କରିଥିଲା। ଏଥରେ ୧୫୧ ଆଫ୍ରିକୀୟ ଶିଶୁଙ୍କ ମୃତ୍ୟୁ ଘଟିଥିଲା ଓ ୫,୯୯୦ ପିଲାଙ୍କ ମଧ୍ୟରୁ ୧,୦୪୮ଙ୍କୁ ପକ୍ଷାଘାତ ଓ ଜ୍ୱର ଯୋଗୁ ହେଉଥିବା ଅନେକ କ୍ଷତି ସହିବାକୁ ପଡ଼ିଥିଲା। ସେହିବର୍ଷ ଗେଟ୍ସ ଡବ୍ଲ୍ୟୁଏଚ୍‌ଓକୁ ୧୦ ବିଲିୟନ ଡଲାର ଦେଇଥିଲେ। ଆମକୁ ଏହି ଦଶନ୍ଧିକୁ ଟିକାର ଦଶନ୍ଧିରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହାର ମାସେ ପରେ ସେ ଟେଡ୍‌ ଟକ୍‌ରେ କହିଥିଲେ, ନୂଆ ଟିକା ଜନସଂଖ୍ୟା ହ୍ରାସ କରିପାରେ। ଡବ୍ଲ୍ୟୁଏଚ୍‌ଓ, ୟୁନିସେଫ୍‌, ଜିଏଭିଆଇ ଏବଂ ପିଏଟିଏଚକୁ ନିୟନ୍ତ୍ରିତ କରିବା ପାଇଁ ଗେଟ୍ସ ଫାଉଣ୍ଡେଶନ ଏକ ଟିକା ପ୍ରସ୍ତୁତକାରୀ ଘରୋଇ ଔଷଧ କମ୍ପାନୀକୁ ଫଣ୍ଡିଂ କରେ। ଏହାବାଦ୍‌ କରୋନା ଭାଇରସ୍‌ ଭାକ୍‌ସିନ ବିକଶିତ କରିବା ଲାଗି ମଧ୍ୟ ୧୨ଟି ଫାର୍ମାସ୍ୟୁଟିକାଲ୍‌ କମ୍ପାନୀକୁ ୫୦ ନିୟୁତ ଡଲାର ଦେଇଛି। ସେହିପରି କୋଭିଡ୍‌-୧୯ ସଙ୍କଟ ଏବେ ଗେଟ୍ସଙ୍କୁ ଆମେରିକାର ଶିଶୁମାନଙ୍କୁ ନେଇ ଏକଚ୍ଛତ୍ରବାଦୀ ଭାକ୍‌ସିନ୍‌ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଲାଗି ସୁଯୋଗ ଦେଇଥିବା ସେ କହିଛନ୍ତି। ଶିଶୁଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ରବର୍ଟ କେନେଡି ଜୁନିୟର ଏକ ଆର୍ଟିକିଲ ଲେଖିଛନ୍ତି। ଗେଟ୍ସ ଗ୍ଲୋବାଲ ଭାକ୍‌ସିନ୍‌ ଏଜେଣ୍ଡା: ଏ ଓ୍ବିନ୍‌-ଓ୍ବିନ୍‌ ଫର୍‌ ଫାର୍ମା ଆଣ୍ଡ ମାଣ୍ଡାଟୋରି ଭାକ୍‌ସିନେଶନ୍‌ ଶୀର୍ଷକ ଉକ୍ତ ନିବନ୍ଧରେ ସେ ବିଲ୍‌ ଗେଟ୍ସଙ୍କ ଟିକା ବ୍ୟବସାୟ ନିଶାକୁ ନେଇ ଉପରୋକ୍ତ ତଥ୍ୟ ସେ ପ୍ରଘଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri