ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା ଘାରିଛି ସେନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡି (ଜେଏଫ୍‌କେ)ଙ୍କ ପୁତୁରା ରବର୍ଟ ଏଫ୍‌. କେନେଡି ଜୁନିୟର ପ୍ରଘଟ କରିଛନ୍ତି।
ରବର୍ଟ କେନେଡି ଜୁନିୟର କହିଛନ୍ତି, ଗେଟ୍ସ ଭାରତରେ ପୋଲିଓ ଦୂରୀକରଣ ପାଇଁ ନିଜ ଅଂଶଧନର ୧.୨ ବିଲିୟନ ଡଲାରରୁ ୪୫୦ ନିୟୁତ ଡଲାର ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଦେଶର ନ୍ୟାଶନାଲ ଟେକ୍ନିକାଲ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ (ଏନ୍‌ଟିଏଜିଆଇ)ର ନିୟନ୍ତ୍ରଣ ହାତକୁ ନେଇଥିଲେ। ଏନ୍‌ଟିଏଜିଆଇ ଓଭରଲାପିଂ ଜରିଆରେ ପୋଲିଓ ଟିକାକରଣର ୫୦ରୁ ଅଧିକ ଖୋରାକକୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ପହଞ୍ଚାଇଛି। ଭାରତୀୟ ଡାକ୍ତରମାନେ ଗେଟ୍ସଙ୍କ ଅଭିଯାନକୁ ବିନାଶକାରୀ ନନ୍‌-ପୋଲିଓ ଆକ୍ୟୁଟ୍‌ ଫ୍ଳାସିଡ୍‌ ପାରାଲିସିସ୍‌ (ଏନ୍‌ପିଏଏଫ୍‌ପି) ମହାମାରୀ ପାଇଁ ଦାୟୀ କରିଛନ୍ତି। ଏଥିଯୋଗୁ ୨୦୦୦ ଓ ୨୦୧୭ ମଧ୍ୟରେ ସ୍ବାଭାବିକ ହାରରୁ ଅଧିକ ୪୯୦,୦୦୦ ପିଲା ବିକଳାଙ୍ଗ ହୋଇଯାଇଛନ୍ତି। ୨୦୧୭ରେ ଭାରତ ସରକାର ଗେଟ୍ସଙ୍କ ଟିକାକୁ ମନା କରିଦେଇଥିଲେ ଓ ତାଙ୍କ ଭାକ୍‌ସିନ ନୀତି ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଏହା ପରେ ଏନ୍‌ପିଏଏଫ୍‌ପି ହାରରେ ତ୍ୱରିତ ଭାବେ ହ୍ରାସ ଦେଖିବାକୁ ମିଳିଛି।
ପୋଲିଓ ବୃଦ୍ଧିର ମୁଖ୍ୟ କାରଣ ଭାକ୍‌ସିନ୍‌ ଷ୍ଟ୍ରେନ୍‌ ବୋଲି ୨୦୧୭ରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନିଚ୍ଛା ସତ୍ତ୍ୱେ ସ୍ବୀକାର କରିଥଲା। ସେହିପରି କଙ୍ଗୋ, ଆଫଗାନିସ୍ତାନ ଓ ଫିଲିପାଇନ୍ସରେ ସବୁଠୁ ଭୟଙ୍କର ମହାମାରୀର ଟିକା ଯୋଗୁ ହୋଇଛି। ବାସ୍ତବରେ ୨୦୧୮ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପୋଲିଓର ୭୦% ମାମଲା ପାଇଁ ଭାକ୍‌ସିନ ଷ୍ଟ୍ରେନ୍‌ ଦାୟୀ ବୋଲି ଡବ୍ଲ୍ୟୁଏଚ୍‌ଓ ମାନିଥିଲା। ୨୦୧୪ରେ ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ ଭାରତୀୟ ଯୁବତୀମାନଙ୍କ ଉପରେ ଗ୍ଲାକ୍ସୋ ସ୍ମିଥ୍‌ କ୍ଲିନ୍‌ (ଜିଏସ୍‌କେ) ଓ ମେର୍କ ଦ୍ୱାରା ବିକଶିତ ପ୍ରୟୋଗାମତ୍କ ଏଚ୍‌ପିଭି ଟିକାର ପରୀକ୍ଷଣ ପାଇଁ ଫଣ୍ଡିଂ କରାଯାଇଥିଲା। ଏହାର ପ୍ରାୟ ୧,୨୦୦ ଗମ୍ଭୀର ଦୁଷ୍ପ୍ରଭାବ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅଟୋଇମ୍ୟୁନ୍‌ ଓ ପ୍ରଜନନ ସମ୍ପର୍କିତ ବିକାର ଅନ୍ତର୍ଭୁକ୍ତ। ଏଥିଯୋଗୁ ୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ଯାଞ୍ଚ ପରେ ଭାରତ ସରକାର ଅଭିଯୋଗ ଆଣିଥିଲେ ଯେ ଗେଟ୍ସଙ୍କ ଫଣ୍ଡିଂ ଯୋଗୁ ଗବେଷକମାନେ ନୈତିକ ଉଲ୍ଲଂଘନ କରିଥିଲେ। ମକଦ୍ଦମା ବେଳେ ଗ୍ରାମୀଣ ଯୁବତୀମାନଙ୍କ ଉପରେ ଚାପ ପକାଇବା, ମାତାପିତାଙ୍କୁ ଧମକ ଦେବା, ସହମତି ପାଇଁ ବାଧ୍ୟ କରିବା ଓ ଅସୁସ୍ଥ ଯୁବତୀଙ୍କୁ ଚିକିତ୍ସା ପାଇଁ ମନା କରିବା ଭଳି ଅଭିଯୋଗ ଆସିଥିଲା। ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି।
୨୦୧୦ରେ ଗେଟ୍ସ ଫାଉଣ୍ଡେଶନ ଜିଏସ୍‌କେ ଦ୍ୱାରା ପ୍ରସ୍ତୁତ ପ୍ରୟୋଗାମତ୍କ ମ୍ୟାଲେରିଆ ଭାକ୍‌ସିନର ଫେଜ୍‌-୩ର ପରୀକ୍ଷଣ ପାଇଁ ଫଣ୍ଡିଂ କରିଥିଲା। ଏଥରେ ୧୫୧ ଆଫ୍ରିକୀୟ ଶିଶୁଙ୍କ ମୃତ୍ୟୁ ଘଟିଥିଲା ଓ ୫,୯୯୦ ପିଲାଙ୍କ ମଧ୍ୟରୁ ୧,୦୪୮ଙ୍କୁ ପକ୍ଷାଘାତ ଓ ଜ୍ୱର ଯୋଗୁ ହେଉଥିବା ଅନେକ କ୍ଷତି ସହିବାକୁ ପଡ଼ିଥିଲା। ସେହିବର୍ଷ ଗେଟ୍ସ ଡବ୍ଲ୍ୟୁଏଚ୍‌ଓକୁ ୧୦ ବିଲିୟନ ଡଲାର ଦେଇଥିଲେ। ଆମକୁ ଏହି ଦଶନ୍ଧିକୁ ଟିକାର ଦଶନ୍ଧିରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହାର ମାସେ ପରେ ସେ ଟେଡ୍‌ ଟକ୍‌ରେ କହିଥିଲେ, ନୂଆ ଟିକା ଜନସଂଖ୍ୟା ହ୍ରାସ କରିପାରେ। ଡବ୍ଲ୍ୟୁଏଚ୍‌ଓ, ୟୁନିସେଫ୍‌, ଜିଏଭିଆଇ ଏବଂ ପିଏଟିଏଚକୁ ନିୟନ୍ତ୍ରିତ କରିବା ପାଇଁ ଗେଟ୍ସ ଫାଉଣ୍ଡେଶନ ଏକ ଟିକା ପ୍ରସ୍ତୁତକାରୀ ଘରୋଇ ଔଷଧ କମ୍ପାନୀକୁ ଫଣ୍ଡିଂ କରେ। ଏହାବାଦ୍‌ କରୋନା ଭାଇରସ୍‌ ଭାକ୍‌ସିନ ବିକଶିତ କରିବା ଲାଗି ମଧ୍ୟ ୧୨ଟି ଫାର୍ମାସ୍ୟୁଟିକାଲ୍‌ କମ୍ପାନୀକୁ ୫୦ ନିୟୁତ ଡଲାର ଦେଇଛି। ସେହିପରି କୋଭିଡ୍‌-୧୯ ସଙ୍କଟ ଏବେ ଗେଟ୍ସଙ୍କୁ ଆମେରିକାର ଶିଶୁମାନଙ୍କୁ ନେଇ ଏକଚ୍ଛତ୍ରବାଦୀ ଭାକ୍‌ସିନ୍‌ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଲାଗି ସୁଯୋଗ ଦେଇଥିବା ସେ କହିଛନ୍ତି। ଶିଶୁଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ରବର୍ଟ କେନେଡି ଜୁନିୟର ଏକ ଆର୍ଟିକିଲ ଲେଖିଛନ୍ତି। ଗେଟ୍ସ ଗ୍ଲୋବାଲ ଭାକ୍‌ସିନ୍‌ ଏଜେଣ୍ଡା: ଏ ଓ୍ବିନ୍‌-ଓ୍ବିନ୍‌ ଫର୍‌ ଫାର୍ମା ଆଣ୍ଡ ମାଣ୍ଡାଟୋରି ଭାକ୍‌ସିନେଶନ୍‌ ଶୀର୍ଷକ ଉକ୍ତ ନିବନ୍ଧରେ ସେ ବିଲ୍‌ ଗେଟ୍ସଙ୍କ ଟିକା ବ୍ୟବସାୟ ନିଶାକୁ ନେଇ ଉପରୋକ୍ତ ତଥ୍ୟ ସେ ପ୍ରଘଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?