Posted inଜାତୀୟ

ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ

ଜୟପୁର, ୧୮।୪: ରାଜସ୍ଥାନ ଜୟପୁରର ନାଗଓ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ଶାଶୁଘର ଯାଉଥିବା କନ୍ୟାଙ୍କୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ। ଏପ୍ରିଲ ୧୬ରେ ନାଗଓ୍ବା ଗ୍ରାମର କିଶୋରଙ୍କ ଝିଅ ସୋନୁଙ୍କ ବିବାହ ଥିଲା। ବିବାହ ରାତି ୩ଟାରେ ସମ୍ପନ୍ନ ହେବା ପରେ ବରକନ୍ୟାଙ୍କ ବିଦାୟୀ ଉତ୍ସବ ହୋଇଥିଲା। ଏକ ଇନୋଭା ଗାଡିରେ ବସି ବରକନ୍ୟା ତାଙ୍କ ଶାଶୁୁଘରକୁ ଯାଉଥିଲେ। ବାଟରେ ହଠାତ୍‌ ୬-୭ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇ କନ୍ୟାକୁ ଟେକି ଆଣିଥିଲେ। ବର ଘର ପକ୍ଷର କିଛି ସମ୍ପର୍କୀୟ ଏହାକୁ ରୋକିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ପିଟିଥିଲେ। ଏନେଇ ବରଘର ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ କନ୍ୟାକୁ ଅପହରଣ କରିନେବା ସହ ଇନୋଭା ଗାଡିର ଚାବି ମଧ୍ୟ ନେଇଯାଇଥିଲେ। ଏପର୍ଯ୍ୟନ୍ତ କନ୍ୟାର କୌଣସି ପତ୍ତା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

ଇରାନ ଯୁଦ୍ଧକୁ ନେଇ ପେଜେଶକିଆନଙ୍କ ବଡ଼ ବିବୃତ୍ତି: ‘ଆମେ ଏହାକୁ ଆରମ୍ଭ କରିନାହୁଁ; ୪୮ ଘଣ୍ଟା ମଧ୍ୟରେ…’

ତେହରାନ,୮।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଦୀର୍ଘକାଳୀନ ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ…

‘ମୁଁ ବାବା ବାଗେଶ୍ୱର ନୁହେଁ…’: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…

ମୋଦିଙ୍କୁ ଭେଟି ଏତେବଡ଼ କଥା କହିଦେଲେ ରାଘବ ଚଢା, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭା ଏମପି ରାଘବ ଚଢା ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଭାଜପା-ଏସ୍‌ଏଡି ମେଣ୍ଟ ଚର୍ଚ୍ଚା

ନୂଆଦିଲ୍ଲୀ,୮ା୮: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ…

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri