ବିନା ସରକାରୀ ସହାୟତାରେ ବି ସଫଳ; ନେଟ୍‌ ପହଞ୍ଚାଇଛି ଟପ୍‌ରେ

ବନ୍ତଳା,୧୩।୧:  ଶିକ୍ଷିତ ନୁହନ୍ତି କି ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ବି ପାଇନାହାନ୍ତି। ତଥାପି ଆଧୁନିକ ଚାଷ କ୍ଷେତ୍ରରେ ଜିଲାର ଟପ୍‌ରେ ପହଞ୍ଚିପାରିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଭାବଗ୍ରାହୀ ଦେହୁରୀ(୪୭)। ନିଷ୍ଠା ଓ କଠିନ ପରିଶ୍ରମ ସହ ଇଣ୍ଟରନେଟ୍‌ରୁ ଶିକ୍ଷା ନେଇ ସେ ପାଇଛନ୍ତି ଏପରି ସଫଳତା। ତାଙ୍କ ଆଧୁନିକ ଚାଷ ପ୍ରଣାଳୀର ଚର୍ଚ୍ଚା ଏତେ ଯେ ତାହା ଦେଖିବାକୁ ୨୦୧୭ରେ ତତ୍‌କାଳନୀ ଅନୁଗୋଳ ଜିଲାପାଳ ଓ କୃଷି ବିଭାଗ ସଚିବ ମଧ୍ୟ ପହଞ୍ଚି ଯାଇଥିଲେ ଭାବଗ୍ରାହୀଙ୍କ ଜମି ନିକଟରେ।
ବାପାଙ୍କ ସହ ପିଲାବେଳୁ କୃଷି କ୍ଷେତ୍ରକୁ ଓହ୍ଲାଇଥିବା ଭାବଗ୍ରାହୀ ଦୀର୍ଘ ୧୫ ବର୍ଷ ହେବ ଉନ୍ନତ ପ୍ରଣାଳୀ ଆପଣାଇବାକୁ ଉଦ୍ୟମ କରିଆସିଛନ୍ତି। ପ୍ରଥମେ ସେ ଦଶ ଗୁଣ୍ଠ ଜମିରେ କଦଳୀ, ବିଲାତି ଓ ବାଇଗଣ ଚାଷ କରିଥିଲେ। ୮୦ ହଜାର ଟଙ୍କା ଲାଭ ପାଇବା ପରେ ପରବର୍ଷ ୨ ଏକର ଜମିରେ ସେହି ଫସଲ କରିଥିଲେ। ୨୦୧୫ରେ ୪ ଏକର, ୨୦୧୭ରେ ୬ ଏକର ଓ ଚଳତବର୍ଷ ୮ ଏକରରେ କଦଳୀ, ବାଇଗଣ, ବିଲାତି, କୋବି, ଧାନ, ଅଦା, ପୋଟଳ, ରସୁଣ, ପିଆଜ, ସୋରିଶ, ବିରି, ରାଶି, ହରଡ଼, ଗୁଆଁର, ଆଳୁ, ଶାଗ ଆଦି ୨୦ରୁ ଊଦ୍ଧର୍‌ବ ପ୍ରକାରର ଚାଷ କରିଛନ୍ତି। ଅତୀତରେ ସେ ଉଦ୍ୟାନ ବିଭାଗର ସହଯୋଗ ଲୋଡ଼ିଥିଲେ। କିନ୍ତୁ କୌଣସି ପ୍ରକାର ସହାୟତା ନ ମିଳିବାରୁ ବାଧ୍ୟ ହୋଇ ସେ ଟିଭିରେ ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ମୋବାଇଲରେ ଇଣ୍ଟରନେଟ୍‌ ସର୍ଚ୍ଚ କରି ଉନ୍ନତମାନର ଚାଷ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ପାଇଲେ। ୫ ବର୍ଷ ହେଲା ନିଜେ ଜୈବିକ ସାର ପ୍ରସ୍ତୁତ କରି ଜମିରୁ ଭଲ ଫସଲ ଅମଳ କରୁଛନ୍ତି। ୨୦୧୭ରେ କୋଡିଏ ଗୁଣ୍ଠ ଜାଗାରେ ସେ ୪ ହଜାର ବ୍ରୋକଲି (ନୀଳ କୋବି) ଚାରା ଲଗାଇଥିଲେ। ଜିଲାରେ ପ୍ରଥମ କରି ସେ ଏହି ଚାଷ କରିଥିବାରୁ ତାହା ଦେଖି ତତ୍‌କାଳୀନ ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲ ଓ କୃଷି ବିଭାଗର ସଚିବ ଖୁସି ହୋଇଯାଇଥିଲେ। କଦଳୀ ଫସଲ ଭିତରେ ଅଦା, ବିଲାତି ଭିତରେ ବିନ୍ସ, ଭେଣ୍ଡି ଭିତରେ ମୂଳା, ବିଟ ଓ ଗାଜର ଆଦି ଅନ୍ତଃ ଚାଷ ସେ ଲଗାତାର କରିଆସୁଛନ୍ତି। ଏକାବେଳେ କୁଇଣ୍ଟାଲ କୁଇଣ୍ଟାଲ ଅଦା ଅମଳ କରୁଛନ୍ତି। କିନ୍ତୁ ତାହାକୁ ସଂରକ୍ଷିତ ରଖିବାର ବ୍ୟବସ୍ଥା ଜିଲାରେ ନ ଥିବାରୁ ଅଧିକାଂଶ ସମୟ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚଳିତବର୍ଷ କୋଡିଏ ଗୁଣ୍ଠ ଜାଗାରେ ଧାଡି ରୁଆ ବିଲାତି କରିଛନ୍ତି। ଭଲ ଅମଳ ତଥା ଗଛକୁ ସିଧା ରଖିବା ପାଇଁ ବାଉଁଶମୂଳି, ଏକ କୁଇଣ୍ଟାଲ ଜିଆଇ ତାର ଓ ତିରିଶ କେଜି ସୁତୁଲି ବ୍ୟବହାର କରିଛନ୍ତି। ଏହି ସ୍ବତନ୍ତ୍ର ପଦ୍ଧତି ଦେଖିବା ପାଇଁ ଦୈନିକ ବହୁ ସଂଖ୍ୟାରେ ଚାଷୀ ତାଙ୍କ ଜମି ନିକଟକୁ ଆସୁଛନ୍ତି। ଏଥିସହ ଅଢ଼େଇ ଏକରରେ କଦଳୀ, ଦଶ ଗୁଣ୍ଠରେ ଅଦା, ଦୁଇ ଏକରରେ ବିଲାତି, ତିରିଶ ଗୁଣ୍ଠରେ ବାଇଗଣ, ଦଶ ଗୁଣ୍ଠରେ ପୋଟଳ, ଦୁଇ ଗୁଣ୍ଠରେ ରସୁଣ, ପନ୍ଦର ଗୁଣ୍ଠରେ ରାଶି, ପନ୍ଦର ଗୁଣ୍ଠରେ ବିରି, ଚାରି ଗୁଣ୍ଠରେ ମୁଗ, ଦଶ ଗୁଣ୍ଠରେ ହରଡ଼, କୋଡିଏ ଗୁଣ୍ଠରେ ସୋରିଶ, କୋଡିଏ ଗୁଣ୍ଠରେ କୋବି, ନଅ ଗୁଣ୍ଠରେ ଭେଣ୍ଡି, ଆଠ ଗୁଣ୍ଠରେ ବିନ୍ସ, ତିନି ଗୁଣ୍ଠରେ ଆଳୁ ଲଗାଇଛନ୍ତି। ଏଥିପାଇଁ ଦୈନିକ ୬ ଜଣ ଶ୍ରମିକଙ୍କ ସହ ସ୍ତ୍ରୀ ଓ ନିଜେ ଖଟୁଛନ୍ତି। ଚାଷରୁ ମିଳୁଥିବା ଲାଭରୁ ସେ ପାୱାର ଉଇଡର, ସ୍ପ୍ରେୟର ମେଶିନ, ସ୍ପିଙ୍କଲର ପାଇପ ଆଦି କିଣିଛନ୍ତି। ଭଡ଼ାରେ ବୋରୱେଲ ସହ ଟ୍ରାକ୍ଟର ଓ ପାୱାର ଟିଲର ଆଣିଛନ୍ତି। ୫ ଲକ୍ଷ ଟଙ୍କା ଦେଇ ଜମି କିଣିବା ସହ ବ୍ୟାଙ୍କରେ ଅର୍ଥ ମଧ୍ୟ ସଞ୍ଚୟ କରିଛନ୍ତି। ଦୁଇ ଝିଅ ଓ ପୁଅଙ୍କୁ ଉଚ୍ଚଶିକ୍ଷିତ କରିପାରିଛନ୍ତି। ୟୁକୋ ଓ ସେବା ସମବାୟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଲେଖାଏ ଋଣ ଆଣି ପ୍ରତିବର୍ଷ ତାହାକୁ ରେନୁଆଲ କରୁଛନ୍ତି। ବର୍ଷକୁ ୧୨ରୁ ୧୫ ଲକ୍ଷ ଟଙ୍କାର ଫସଲ ସେ ବିକ୍ରି କରୁଛନ୍ତି। ଚାଷ ଓ ଚାଷୀଙ୍କ ପାଇଁ ସରକାର ନାନା ଯୋଜନା କରିଥିଲେ ବି ତାଙ୍କୁ ସେପରି କୌଣସି ସାହାଯ୍ୟ ସହଯୋଗ କୃଷି କି ଉଦ୍ୟାନ କାର୍ଯ୍ୟାଳୟ ପକ୍ଷରୁ ମିଳୁନାହିଁ। ଅନେକ ସମୟରେ ଅମଳ ଫସଲ ଖୋଲା ଆକାଶ ତଳେ ପଡି ନଷ୍ଟ ହେଉଥିବାରୁ ସେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ବି ପ୍ରଶାସନ କିଛି ପଦକ୍ଷେପ ନେଉ ନ ଥିବା ଭାବଗ୍ରାହୀ ପ୍ରକାଶ କରିଛନ୍ତି। ଏ ବିଷୟରେ ପୋକତୁଙ୍ଗାର ଚାଷୀ ନିରୋଦ ସାହୁ, ସୁରେଶ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ପ୍ରଶ୍ନ ଦେହୁରୀ, ପ୍ରଶ୍ନ ପ୍ରଧାନ, ସରୋଜ ସାହୁ ପ୍ରମୁଖ କୁହନ୍ତି, ଭାବଗ୍ରାହୀ ନୂତନ ପଦ୍ଧତିରେ ଚାଷ କରି ଅନେକ ସଫଳତା ପାଇଛନ୍ତି। ଅନ୍ୟ ଚାଷୀମାନେ ତାଙ୍କଠାରୁ ପ୍ରେରଣା ପାଉଛନ୍ତି। ବ୍ରୋକଲି ଓ ଧାଡ଼ି ବିଲାତି ଚାଷ ପୂର୍ବରୁ କେବେ ଆମେ ଦେଖି ନ ଥିଲୁ।
ଏ ସମ୍ପର୍କରେ ଅନୁଗୋଳ ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ପଦ୍ମଲୋଚନ ଦାସ କହିଛନ୍ତି, ଉକ୍ତ ଅଞ୍ଚଳ ଦାୟିତ୍ୱରେ ଯେଉଁ କର୍ମଚାରୀ ଥିଲେ ତାଙ୍କର ବଦଳି ହୋଇଯାଇଛି। ତେଣୁ ଭାବଗ୍ରାହୀଙ୍କ ସହିତ ସେ ନିଜେ ଯୋଗାଯୋଗ କରି କିପରି ସରକାରୀ ସହାୟତା ତାଙ୍କୁ ମିଳିପାରିବ ତାହାର ବ୍ୟବସ୍ଥା କରିବେ। ଅଧା ଏକର ବିଲାତି କିମ୍ବା ଅଦା ଚାଷ କରିଥିଲେ ୫୦ ଭାଗ ସବ୍‌ସିଡି ମିଳିବାର ନିୟମ ରହିଛି। ଏଥିପାଇଁ ଭାବଗ୍ରାହୀ ଆବେଦନ କଲେ ସବ୍‌ସିଡି ପାଇପାରିବେ ବୋଲି ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri