ବିଦେଶ ମାଟିରେ ଉଜ୍ଜୀବିତ ରହିଛି ଓଡ଼ିଆ ସଂସ୍କୃତି

ତିର୍ତ୍ତୋଲ,୫ା୧୨(ଡି.ଏନ.ଏ.): ବିଦେଶ ମାଟି ସୁଦୂର ସୌଦି ଆରବରେ ପ୍ରବାସୀ ଓଡ଼ିଆମାନେ ଦୀର୍ଘ ୧୧ବର୍ଷ ଧରି ଓଡ଼ିଶା କଳା, ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛନ୍ତି ବୋଲି ସେଠାରେ ରହୁଥିବା ତିର୍ତ୍ତୋଲ ଅଞ୍ଚଳର ଯୁବ ଇଞ୍ଜିନିୟର ହିମାଂଶୁ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ସୌଦିର ରିୟାଦଠାରେ ସାଂସ୍କୃତିକ ଅନୁଷ୍ଠାନ ‘ରୋଜା’ ତରଫରୁ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ରିୟାଦରେ ଅବସ୍ଥାବିତ ଭାରତୀୟ ରାଷ୍ଟ୍ରଦୂତ ଡ. ଆଉସଫ ସୟେଦ ଯୋଗଦେଇ ବିଦେଶମାଟିରେ ଆୟୋଜିତ ଏପରି ସାଂସ୍କୃତିକ ଭାବମିନିମୟ ଉଦ୍ୟମକୁ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥି ଶିଳ୍ପପତି ଉତ୍କଳଜ୍ୟୋତି ଦେବ ମହାନ୍ତି, ରାଷ୍ଟ୍ରଦୂତ ସୟିଦଙ୍କ ସ୍ତ୍ରୀ ଫରା ସୟିଦ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌଦି ଆରବର ଦମ୍ମାମ ଓ ୟୁବେଲ ସହରରେ ଥିବା ଓଡିଆ ସଂଗଠନ କଳିଙ୍ଗନା ଓ ଉତ୍କଳିକାର ସଦସ୍ୟଙ୍କ ସହ ବିଭିନ୍ନ ପ୍ରଦେଶର ବହୁ ଅନୁଷ୍ଠାନର ସ୍ଥାନୀୟ ଅଧ୍ୟକ୍ଷମାନେ ଅତିଥି ଭାବେ ଯୋଗଦେଇ ଓଡିଆ ସଂସ୍କୃତି ଓ ସଦଭାବନା ପସାର ପାଇଁ ଏହି ପ୍ରୟାସକୁ ପ୍ରଂଶସା କରିଥିଲେ। ଅନୁଷ୍ଠାନର ସଭାପତି ଆଡ୍‌ଭୋକେଟ ରାଜୀବ ଏହାର ଲକ୍ଷ୍ୟ ଓ ଉପଲବଧି ସମ୍ପର୍କରେ ବିବରଣୀ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ସଂଗୀତ, ନୃତ୍ୟ ଓ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳର ମହିଳା, ଯୁବତୀଯୁବକ, ବାଳିକାବାଳକଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ, ଓଡିଶୀ, ଭାରତନାଟ୍ୟମ ପରି ପାରମ୍ପରିକ ଓ ଶ୍ରାସ୍ତ୍ରୀୟ ନୃତ୍ୟ ପ୍ରବାସୀ ଭାରତୀୟ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲା। ସାଂସ୍କୃତିକ ସଚିଚ ପ୍ରବୀର ଦାସ, ମାନସ ସ୍ବାଇଁ ଓ ସୁକାନ୍ତ କୁମାର ପାତ୍ରଙ୍କ ନୃତ୍ୟ ଏବଂ ନିର୍ଦ୍ଦେଶିକା ଡ. ଚନ୍ଦନା ଦାସ, ଲୋପାମୁଦ୍ରା ପୃଷ୍ଟି, ମେହଭିସ ଅଲମାସ, ବିଲକିସ ଅଲ୍ଲୀଙ୍କ ପ୍ରଶିକ୍ଷଣରେ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସାଂସ୍କୃତିକ ଉତ୍ସବକୁ କୁମାରୀ ମନାହୀଲ, କୁମାରୀ ଆଦ୍ୟା, ସମ୍ବିତ, ତୁଷାରକାନ୍ତି ବେହେରା, ଅଫସନା, ତସନିମ, ଶ୍ରେୟନ, ଅଫାନ, ଅରିବା, ସମୀକ୍ଷା, ଆଫ୍ରିନ ଓ ଶସାଙ୍କ ପରିଚାଳନା କରିଥିଲେ। ପ୍ରମୁଖ ସଦସ୍ୟ ଦେବାଶିଷ ରାଉତ, ହାଡୁବନ୍ଧୁ ସାହୁ, ତୁଷାର ବେହେରା, ଇଂ ହିମାଂଶୁ ମଲ୍ଲିକ, ତୀର୍ଥବ୍ରତ ପଣ୍ଡା, ସମ୍ବିତ ମହାନ୍ତି, ସିମାଞ୍ଚଳ ସାହୁଙ୍କ ସମେତ ବହୁ ମହିଳା ସଦସ୍ୟ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବର ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିୟାଦରେ ଅବସ୍ଥାବିତ ଭାରତୀୟ ରାଷ୍ଟ୍ରଦୂତ ଡ. ଆଉସଫ ସୟେଦଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri