ବିଦେଶ ମାଟିରେ ଉଜ୍ଜୀବିତ ରହିଛି ଓଡ଼ିଆ ସଂସ୍କୃତି

ତିର୍ତ୍ତୋଲ,୫ା୧୨(ଡି.ଏନ.ଏ.): ବିଦେଶ ମାଟି ସୁଦୂର ସୌଦି ଆରବରେ ପ୍ରବାସୀ ଓଡ଼ିଆମାନେ ଦୀର୍ଘ ୧୧ବର୍ଷ ଧରି ଓଡ଼ିଶା କଳା, ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛନ୍ତି ବୋଲି ସେଠାରେ ରହୁଥିବା ତିର୍ତ୍ତୋଲ ଅଞ୍ଚଳର ଯୁବ ଇଞ୍ଜିନିୟର ହିମାଂଶୁ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ସୌଦିର ରିୟାଦଠାରେ ସାଂସ୍କୃତିକ ଅନୁଷ୍ଠାନ ‘ରୋଜା’ ତରଫରୁ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ରିୟାଦରେ ଅବସ୍ଥାବିତ ଭାରତୀୟ ରାଷ୍ଟ୍ରଦୂତ ଡ. ଆଉସଫ ସୟେଦ ଯୋଗଦେଇ ବିଦେଶମାଟିରେ ଆୟୋଜିତ ଏପରି ସାଂସ୍କୃତିକ ଭାବମିନିମୟ ଉଦ୍ୟମକୁ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥି ଶିଳ୍ପପତି ଉତ୍କଳଜ୍ୟୋତି ଦେବ ମହାନ୍ତି, ରାଷ୍ଟ୍ରଦୂତ ସୟିଦଙ୍କ ସ୍ତ୍ରୀ ଫରା ସୟିଦ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌଦି ଆରବର ଦମ୍ମାମ ଓ ୟୁବେଲ ସହରରେ ଥିବା ଓଡିଆ ସଂଗଠନ କଳିଙ୍ଗନା ଓ ଉତ୍କଳିକାର ସଦସ୍ୟଙ୍କ ସହ ବିଭିନ୍ନ ପ୍ରଦେଶର ବହୁ ଅନୁଷ୍ଠାନର ସ୍ଥାନୀୟ ଅଧ୍ୟକ୍ଷମାନେ ଅତିଥି ଭାବେ ଯୋଗଦେଇ ଓଡିଆ ସଂସ୍କୃତି ଓ ସଦଭାବନା ପସାର ପାଇଁ ଏହି ପ୍ରୟାସକୁ ପ୍ରଂଶସା କରିଥିଲେ। ଅନୁଷ୍ଠାନର ସଭାପତି ଆଡ୍‌ଭୋକେଟ ରାଜୀବ ଏହାର ଲକ୍ଷ୍ୟ ଓ ଉପଲବଧି ସମ୍ପର୍କରେ ବିବରଣୀ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ସଂଗୀତ, ନୃତ୍ୟ ଓ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳର ମହିଳା, ଯୁବତୀଯୁବକ, ବାଳିକାବାଳକଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ, ଓଡିଶୀ, ଭାରତନାଟ୍ୟମ ପରି ପାରମ୍ପରିକ ଓ ଶ୍ରାସ୍ତ୍ରୀୟ ନୃତ୍ୟ ପ୍ରବାସୀ ଭାରତୀୟ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲା। ସାଂସ୍କୃତିକ ସଚିଚ ପ୍ରବୀର ଦାସ, ମାନସ ସ୍ବାଇଁ ଓ ସୁକାନ୍ତ କୁମାର ପାତ୍ରଙ୍କ ନୃତ୍ୟ ଏବଂ ନିର୍ଦ୍ଦେଶିକା ଡ. ଚନ୍ଦନା ଦାସ, ଲୋପାମୁଦ୍ରା ପୃଷ୍ଟି, ମେହଭିସ ଅଲମାସ, ବିଲକିସ ଅଲ୍ଲୀଙ୍କ ପ୍ରଶିକ୍ଷଣରେ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସାଂସ୍କୃତିକ ଉତ୍ସବକୁ କୁମାରୀ ମନାହୀଲ, କୁମାରୀ ଆଦ୍ୟା, ସମ୍ବିତ, ତୁଷାରକାନ୍ତି ବେହେରା, ଅଫସନା, ତସନିମ, ଶ୍ରେୟନ, ଅଫାନ, ଅରିବା, ସମୀକ୍ଷା, ଆଫ୍ରିନ ଓ ଶସାଙ୍କ ପରିଚାଳନା କରିଥିଲେ। ପ୍ରମୁଖ ସଦସ୍ୟ ଦେବାଶିଷ ରାଉତ, ହାଡୁବନ୍ଧୁ ସାହୁ, ତୁଷାର ବେହେରା, ଇଂ ହିମାଂଶୁ ମଲ୍ଲିକ, ତୀର୍ଥବ୍ରତ ପଣ୍ଡା, ସମ୍ବିତ ମହାନ୍ତି, ସିମାଞ୍ଚଳ ସାହୁଙ୍କ ସମେତ ବହୁ ମହିଳା ସଦସ୍ୟ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବର ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିୟାଦରେ ଅବସ୍ଥାବିତ ଭାରତୀୟ ରାଷ୍ଟ୍ରଦୂତ ଡ. ଆଉସଫ ସୟେଦଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri