ବିଦା ହେଉଛନ୍ତି ଓଡ଼ିଆ ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୪।୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହିଥିବା ଏକମାତ୍ର ପେଲେଟ କାରଖାନା ବିଆର୍‌ପିଏଲ୍‌ (ବ୍ରାହ୍ମଣୀ ରିଭର୍ସ ପିଲେଟ୍ସ ଲିମିଟେଡ) ରେ ଅଣଓଡିଆଙ୍କ ପ୍ରାଧାନ୍ୟ ଅଧିକ ରହୁଛି। ମନମୁଖି ଭାବେ ସ୍ଥାନୀୟ କର୍ମଚାରୀ ଓ ଶ୍ରମିକଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି। ବିଆର୍‌ପିଏଲ୍‌କୁ ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିବାପରେ ଗତ ୨ବର୍ଷ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏପରି କି କେତେକ ବିଭିନ୍ନ କାରଣରୁ ଚାକିରି ଛାଡିଛନ୍ତି। ଗତ ମାର୍ଚ୍ଚ ମାସରେ ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ବିନାୟକ ଜେନାଙ୍କୁ ବିନା କାରଣରେ ଚାକିରିରୁ ବାହାର କରି ଦିଆଯାଇଛି। ଗରିବ ହୋଇଥିବାରୁ ଗତ ୩ ମାସ ହେଲା ସେ ନ୍ୟାୟ ପାଇ ପାରୁ ନାହାନ୍ତି। ଯଦି ତାଙ୍କୁ ପୁନଃନିଯୁକ୍ତି ନ ମିଳେ ତେବେ ଶ୍ରମ ଆଇନର ହସ୍ତକ୍ଷେପ ଲୋଡିବେ ବୋଲି ବିନାୟକ କହିଛନ୍ତି। ଗୋଟିଏ ପଟେ କମ୍ପାନୀ ସ୍ଥାନୀୟ କର୍ମଚାରୀ ଓ ଅଧିକାରୀଙ୍କୁ ବିଦା କରୁଥିବାବେଳେ ଅନ୍ୟପଟେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟ ବାହାରୁ କର୍ମଚାରୀ ଓ ଅଧିକାରୀଙ୍କୁ ଆଣି ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ବିଆର୍‌ପିଏଲ୍‌କୁ ତ୍ରିବେଣୀ ଓ ଜେଏସ୍‌ଡବ୍ଲ୍ୟୁ ଅଧିଗ୍ରହଣ କରିବା ପରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଫସର ଫାଟିଛି ବୋଲି ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକ ପ୍ରକାଶ କରିଛନ୍ତି।
ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁଯାୟୀ କେନ୍ଦୁଝର ଜିଲାର ବଡ଼ବିଲ୍‌ଠାରେ ବାର୍ଷିକ ୪.୭ ନିୟୁତ ମେଟ୍ରିକ ଟନ ଉପତ୍ାଦନ କ୍ଷମତାବିଶିଷ୍ଟ ଲୌହ ବିଶୋଧନାଗାର ପ୍ରତିଷ୍ଠିତ ହୋଇଥିଲା। ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ ଲାଇନ ପ୍ରତିଷ୍ଠା କରିଥିଲା। ୨୦୧୬ ସେପ୍ଟେମ୍ବର ମାସର ସୂଚନା ଅନୁଯାୟୀ ୧୨୫ ଜଣ ଅଧିକାରୀ ଓ କର୍ମଚାରୀ କାମ କରୁଥିଲେ। ଏଥିରେ ରାଜ୍ୟର ୯୪ ଜଣ ଓ ରାଜ୍ୟ ବାହାରର ୩୧ଜଣ ରହିଥିଲେ। କିନ୍ତୁ ଗତ ୪ବର୍ଷ ମଧ୍ୟରେ ଏହି ପରିସଂଖ୍ୟାନରେ ବ୍ୟାପକ ପରିବର୍ତ୍ତନ ହୋଇଛି। ନିଯୁକ୍ତି ସଂଖ୍ୟା ହ୍ରାସ ପାଇଥିବାବେଳେ ଓଡିଆ କର୍ମଚାରୀ ବିଦା ହୋଇଛନ୍ତି। ଅଣଓଡ଼ିଆଙ୍କୁ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଯାହାକି ବିନାୟକଙ୍କୁ ବିଦା କରିବା ଘଟଣାରୁ ସ୍ପଷ୍ଟ ବାରି ହେଉଛି। ବିନାୟକଙ୍କ କହିବା ଅନୁଯାୟୀ ଅଧିକାରୀଙ୍କ ମନମାନିରେ ଶ୍ରମିକମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି। କରୋନା ସମୟରେ ନିଯୁକ୍ତି ହରାଇ ସେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏହାସହ କେତେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ନିର୍ଯାତିତ ହୋଇ ବାଧ୍ୟ ହୋଇ ଚାକିରି ଛାଡିଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ କାରଖାନା ଦ୍ୱାରା ପ୍ରଭାବିତ ସାରଙ୍ଗପୁର, ଖୁରୁଣ୍ଟି, କଳାମାଟିଆ, ଗାଡପୁର, ହାଟିଂ, ବାନ୍ଦରାଗଡିଆ ଆଦି ଗ୍ରାମବାସୀ ଏଥିଯୋଗୁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। କିନ୍ତୁ ରାଜନୈତିକ ପ୍ରଭାବ ବଳରେ ସମସ୍ତ ଅଭିଯୋଗ ଚାପି ରହିଯାଉଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତିଙ୍କ କହିବା ହେଲା ଅଣଓଡ଼ିଆଙ୍କ କବ୍‌ଜାରେ ବିଆର୍‌ପିଏଲ କାରଖାନା ଚାଲିଛି। ଶ୍ରମ ଆଇନକୁ ଉଲ୍ଲଂଘନ କରି ଶ୍ରମିକମାନଙ୍କୁ ଛଟେଇ କରାଯାଉଛି। ଶ୍ରମ ବିଭାଗର ଅପାରଗତା ଯୋଗୁ ନିର୍ଯାତିତ ଶ୍ରମିକ ନ୍ୟାୟ ପାଇବାରୁ ବଞ୍ଚତ୍ତ ରହିଛନ୍ତି ବୋଲି ମହାନ୍ତି କହିଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ବିଆର୍‌ପିଏଲ୍‌ର ଏମ୍‌ଡି ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri