ବିଜୁବାବୁ ଓ ଓଡ଼ିଆ ଚଳଚ୍ଚିତ୍ର

ଜଣେ ଦୃଢ଼ମନା ରାଜନୀତିଜ୍ଞ ଏବଂ ଦକ୍ଷ ପ୍ରଶାସକ ଭାବେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସକ୍ରିୟ ରାଜନିତୀରେ ଜଡ଼ିତ ଥିଲେ। ରାଜନୀତି ବ୍ୟତୀତ ତାଙ୍କ ମନରେ ସଂସ୍କୃତିପ୍ରଣତା ଲୁଚି ରହିଥିଲା। ରାଜନୀତିରୁ ସାମାନ୍ୟ ସମୟ ପାଇବା ମାତ୍ରେ ସେ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜକୁ ନିୟୋଜିତ ରଖୁଥିଲେ। ୧୯୯୦-୧୯୯୫ ପର୍ଯ୍ୟନ୍ତ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସଂସ୍କୃତି ପ୍ରତି ବିଜୁବାବୁଙ୍କର ଥିବା ମମତା ଓ ଆଗ୍ରହ ସମ୍ପର୍କରେ ଏକାଧିକ ଦୃଷ୍ଟାନ୍ତ ରହିଛି। ସେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିୟମିତ ଦିଆଯାଉ ନ ଥିଲା। ପ୍ରତି ୩-୪ ବର୍ଷରେ ଥରେ ଏହି ପୁରସ୍କାର ଦିଆଯାଉଥିଲା। ସେତେବେଳେ ବେସରକାରୀସ୍ତରରେ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ଏକ ବିଶାଳ ସମାବେଶ ଆୟୋଜନ କରି ପ୍ରତିବର୍ଷ ନିୟମିତ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଥିଲା। ସେହି ସମୟରେ ପୁରୁଣା ଯୁଗର ଲୋକପ୍ରିୟ କଳାକାର, ନିର୍ଦ୍ଦେଶକ ଏବଂ ଓଡ଼ିଆ ସିନେମା ସହ ଜଡ଼ିତ ବ୍ୟକ୍ତିବିଶେଷ ଏଥିରେ ଯୋଗଦେଇ ପୁରସ୍କାର ପ୍ରଦାନ ସମାରୋହକୁ ଉପଭୋଗ କରୁଥିଲେ। ସେତେବେଳେ ବିଜୁବାବୁ ତାଙ୍କର ପାଞ୍ଚବର୍ଷ ମୁଖ୍ୟମନ୍ତ୍ରୀତ୍ୱ ମଧ୍ୟରେ ଚାରିଥର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ମର୍ଯ୍ୟାଦା ବଢ଼ାଇଥିଲେ। ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ସେତେବେଳେ ମୁଖ୍ୟନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ଭେଟି ନିମନ୍ତ୍ରଣ ପତ୍ର ଦେବାର ଆବଶ୍ୟକତା ପଡୁ ନ ଥିଲା। କେବଳ ଟେଲିଫୋନ୍‌ରେ ସିନେକ୍ରିଟିକ୍‌ ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହେଉଥିବାର ଶୁଣି ସେ ତାଙ୍କ ଦପ୍ତରରେ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବଙ୍କୁ ଗସ୍ତ କାର୍ଯ୍ୟକ୍ରମରେ ତାହାକୁ ସ୍ଥାନ ଦେବାକୁ ନିର୍ଦ୍ଦେଶ ଦେଉଥିଲେ। ବିଜୁବାବୁ ପ୍ରତି ଉତ୍ସବରେ ଯୋଗଦେବା ବେଳେ ପ୍ରବଳ ଜନସମାଗମକୁ ଲକ୍ଷ୍ୟକରି ଆମେ ଲୋକମାନଙ୍କଠାରୁ ଟିକେଟ୍‌ କରିଛୁ କି ନାହିଁ ପଚାରି ବୁଝୁଥିଲେ। ଆମେ କାହାଠାରୁ ପଇସାଟିଏ ନ ନେଇ ନିଜ ଖର୍ଚ୍ଚରୁ ଏହା ଆୟୋଜନ କରିଛୁ ଜାଣିବା ପରେ ସେ ଖୁବ୍‌ ଖୁସି ହେଉଥିଲେ। ଥରେ ଆମ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ସେତେବେଳେ ୧୯୯୧ ଲୋକ ସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥାଇ ମଧ୍ୟ ସେ ଏଥିରେ ଯୋଗଦେଇ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖି ସମସ୍ତଙ୍କୁ ଚକିତ କରିଦେଇଥିଲେ। ବିଶେଷଭାବେ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ସହ ତାଙ୍କର ସମ୍ପର୍କ କେତେ ନିବିଡ଼ ଥିଲା, ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଓଡ଼ିଆ ସଂସ୍କୃତି ଓ କଳା ପ୍ରତି ଏହି ମହାନ୍‌ ବରପୁତ୍ରଙ୍କର ଯେଉଁ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲି ପାରିବ ନାହିଁ। ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଏ ସମ୍ପର୍କରେ ବିଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି।
ତଥା ହିନ୍ଦୀ ଚଳଚ୍ଚିତ୍ରର ଅଭିନେତ୍ରୀ ବିଜୟା ଜେନା ଓରଫ ଡଲି ସେ ସମୟରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବିଜୁବାବୁଙ୍କୁ ଭେଟି ଅନୁରୋଧ କରିଥିଲେ। ଚଳଚ୍ଚିତ୍ର ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ତା’ପରେ ଡଲି ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ କରିଥିଲେ, ଯାହା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ରୂପେ ପୁରସ୍କୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri