ବିଜୁବାବୁ ଓ ଓଡ଼ିଆ ଚଳଚ୍ଚିତ୍ର

ଜଣେ ଦୃଢ଼ମନା ରାଜନୀତିଜ୍ଞ ଏବଂ ଦକ୍ଷ ପ୍ରଶାସକ ଭାବେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସକ୍ରିୟ ରାଜନିତୀରେ ଜଡ଼ିତ ଥିଲେ। ରାଜନୀତି ବ୍ୟତୀତ ତାଙ୍କ ମନରେ ସଂସ୍କୃତିପ୍ରଣତା ଲୁଚି ରହିଥିଲା। ରାଜନୀତିରୁ ସାମାନ୍ୟ ସମୟ ପାଇବା ମାତ୍ରେ ସେ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜକୁ ନିୟୋଜିତ ରଖୁଥିଲେ। ୧୯୯୦-୧୯୯୫ ପର୍ଯ୍ୟନ୍ତ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସଂସ୍କୃତି ପ୍ରତି ବିଜୁବାବୁଙ୍କର ଥିବା ମମତା ଓ ଆଗ୍ରହ ସମ୍ପର୍କରେ ଏକାଧିକ ଦୃଷ୍ଟାନ୍ତ ରହିଛି। ସେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିୟମିତ ଦିଆଯାଉ ନ ଥିଲା। ପ୍ରତି ୩-୪ ବର୍ଷରେ ଥରେ ଏହି ପୁରସ୍କାର ଦିଆଯାଉଥିଲା। ସେତେବେଳେ ବେସରକାରୀସ୍ତରରେ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ଏକ ବିଶାଳ ସମାବେଶ ଆୟୋଜନ କରି ପ୍ରତିବର୍ଷ ନିୟମିତ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଥିଲା। ସେହି ସମୟରେ ପୁରୁଣା ଯୁଗର ଲୋକପ୍ରିୟ କଳାକାର, ନିର୍ଦ୍ଦେଶକ ଏବଂ ଓଡ଼ିଆ ସିନେମା ସହ ଜଡ଼ିତ ବ୍ୟକ୍ତିବିଶେଷ ଏଥିରେ ଯୋଗଦେଇ ପୁରସ୍କାର ପ୍ରଦାନ ସମାରୋହକୁ ଉପଭୋଗ କରୁଥିଲେ। ସେତେବେଳେ ବିଜୁବାବୁ ତାଙ୍କର ପାଞ୍ଚବର୍ଷ ମୁଖ୍ୟମନ୍ତ୍ରୀତ୍ୱ ମଧ୍ୟରେ ଚାରିଥର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ମର୍ଯ୍ୟାଦା ବଢ଼ାଇଥିଲେ। ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ସେତେବେଳେ ମୁଖ୍ୟନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ଭେଟି ନିମନ୍ତ୍ରଣ ପତ୍ର ଦେବାର ଆବଶ୍ୟକତା ପଡୁ ନ ଥିଲା। କେବଳ ଟେଲିଫୋନ୍‌ରେ ସିନେକ୍ରିଟିକ୍‌ ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହେଉଥିବାର ଶୁଣି ସେ ତାଙ୍କ ଦପ୍ତରରେ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବଙ୍କୁ ଗସ୍ତ କାର୍ଯ୍ୟକ୍ରମରେ ତାହାକୁ ସ୍ଥାନ ଦେବାକୁ ନିର୍ଦ୍ଦେଶ ଦେଉଥିଲେ। ବିଜୁବାବୁ ପ୍ରତି ଉତ୍ସବରେ ଯୋଗଦେବା ବେଳେ ପ୍ରବଳ ଜନସମାଗମକୁ ଲକ୍ଷ୍ୟକରି ଆମେ ଲୋକମାନଙ୍କଠାରୁ ଟିକେଟ୍‌ କରିଛୁ କି ନାହିଁ ପଚାରି ବୁଝୁଥିଲେ। ଆମେ କାହାଠାରୁ ପଇସାଟିଏ ନ ନେଇ ନିଜ ଖର୍ଚ୍ଚରୁ ଏହା ଆୟୋଜନ କରିଛୁ ଜାଣିବା ପରେ ସେ ଖୁବ୍‌ ଖୁସି ହେଉଥିଲେ। ଥରେ ଆମ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ସେତେବେଳେ ୧୯୯୧ ଲୋକ ସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥାଇ ମଧ୍ୟ ସେ ଏଥିରେ ଯୋଗଦେଇ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖି ସମସ୍ତଙ୍କୁ ଚକିତ କରିଦେଇଥିଲେ। ବିଶେଷଭାବେ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ସହ ତାଙ୍କର ସମ୍ପର୍କ କେତେ ନିବିଡ଼ ଥିଲା, ତାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଓଡ଼ିଆ ସଂସ୍କୃତି ଓ କଳା ପ୍ରତି ଏହି ମହାନ୍‌ ବରପୁତ୍ରଙ୍କର ଯେଉଁ ଅବଦାନ ରହିଥିଲା, ତାକୁ ଏ ଜାତି ଆଦୌ ଭୁଲି ପାରିବ ନାହିଁ। ଆଜି ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଏ ସମ୍ପର୍କରେ ବିଶେଷ ଆଲୋଚନା କରାଯିବାର ପ୍ରାସଙ୍ଗିକତା ରହିଛି।
ତଥା ହିନ୍ଦୀ ଚଳଚ୍ଚିତ୍ରର ଅଭିନେତ୍ରୀ ବିଜୟା ଜେନା ଓରଫ ଡଲି ସେ ସମୟରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବିଜୁବାବୁଙ୍କୁ ଭେଟି ଅନୁରୋଧ କରିଥିଲେ। ଚଳଚ୍ଚିତ୍ର ନିଗମରୁ ଋଣ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବିଜୁବାବୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ତା’ପରେ ଡଲି ଓଡ଼ିଆ ଚଳଚ୍ଚିତ୍ର ‘ତାରା’ ନିର୍ମାଣ କରିଥିଲେ, ଯାହା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ରୂପେ ପୁରସ୍କୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ…

ଟାଇପ ୧ ଡାଇବେଟିସ କ’ଣ? ଏହା ପଛରେ କ’ଣ ରହିଛି କାରଣ ଜାଣନ୍ତୁ…

ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍‌ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?