ବାହାନଗା ଲେବଲକ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଦାବିକେନ୍ଦ୍ର, ରାଜ୍ୟଯନ୍ତ୍ରୀଙ୍କ ମିଳିତ ଅନୁଧ୍ୟାନ

ବାହାନଗା, ୧୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହକୁମା ଦେଇ ଯାଇଥିବା ରେଲୱେ ବିଭାଗର ଲେଭଲ କ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ହେବା ନେଇ ଦୀର୍ଘଦିନ ହେଲା ଦାବି ହୋଇଆସୁଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଭାଗୀୟ ଯନ୍ତ୍ରୀ ଓ କେନ୍ଦ୍ର ରେଲୱେ ମନ୍ତ୍ରଣାଳୟର ଯନ୍ତ୍ରୀମାନଙ୍କୁ ନେଇ ମିଳିତ ତଦନ୍ତ କରାଯାଇଛି।
ବାହାନଗା ରେଲୱେ ଷ୍ଟେଶନର ଉତ୍ତର କେବିନ୍‌ ମଧ୍ୟଦେଇ ବାହାନଗା ବଜାରରୁ ତାଳପଦାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଯାଇଛି ା ଏହି ଲେବଲକ୍ରସିଂରେ ଦୈନିକ ଶହ ଶହ ୪ଚକିଆ ୨ ଚକିଆ ସମେତ ଭାରିଯାନ ଚଳପ୍ରଚଳ କରୁଥିବାରୁ ପ୍ରତି ୫ମିନିଟ୍‌ ମଧ୍ୟରେ ଫାଟକ ବନ୍ଦ ରହୁଛି ା ଫଳରେ ସାଧାରଣ ଲୋକ ବର୍ଷା ଓ ଖରାରେ ହଇରାଣ ହେଉଛନ୍ତି ା ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ନାଗରିକ ମଞ୍ଚ ତରଫରୁ ଖଡଗପୁରସ୍ଥିତ ଦକ୍ଷିଣ ପୂର୍ବ (ସାଉଥ୍‌ ଇର୍ଷ୍ଟନ୍‌)ରେଳବିଭାଗର ଜେନେରାଲ ମ୍ୟାନେଜରଙ୍କୁ ଏକ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରିଥିଲେ। ଏହାସହିତ ୨ବର୍ଷ ତଳେ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ୍‌ କରି ବାହାନଗା ଲେବଲକ୍ରସିଂଠାରେ ଏକ ଓଭରବ୍ରିଜ୍‌ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାପାଳ ସେତେବେଳେ ଏହି ଦାବିପତ୍ର ପାଇବା ପରେ ସଙ୍ଗେ ସଙ୍ଗେ ତା ୧୬ା୯ା୨୦୧୭ ରିଖରେ ଖଡଗପୁରସ୍ଥିତ ଦକ୍ଷିଣ ପୂର୍ବ ପ୍ରାଚୀର (ସାଉଥ୍‌ ଇର୍ଷ୍ଟନ୍‌)ରେଳବିଭାଗର ଜେନେରାଲ ମ୍ୟାନେଜରଙ୍କ ନିକଟକୁ ପ୍ରେରଣ କରିଥିଲେ। ସେହିପରି ମଞ୍ଚ ତରଫରୁ ଶ୍ରମ ବିଭାଗର ଶାସନ ଶଚିବ ଅନୁ ଗର୍ଗ, ପୂର୍ବତନ ବାଲେଶ୍ୱର ଏମ୍‌ପି ଓ ଭଦ୍ରକ ଏମ୍‌ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ସେହିପରି ବିଜେଡି ତରଫରୁ ମଧ୍ୟ ଅନୁରୂପ ଭାବେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଲେଭଲ କ୍ରସିଂ ‘କ’ ଶ୍ରେଣୀଭୁକ୍ତ ମାନ୍ୟତା ପାଇଥିବାରୁ ମଞ୍ଚର ଦରଖାସ୍ତ ପାଇବା ପରେ ରେଲୱେ ବିଭାଗ ତରଫରୁ ଏକ ପ୍ରତିନିଧି ଦଳ ଓଭରବ୍ରିଜ୍‌ ନିମନ୍ତେ ତଦନ୍ତ କରି ଫେରିବା ପରେ ରାଜ୍ୟ ସରକାରଙ୍କୁ ମିଳିତ ତଦନ୍ତ ପାଇଁ ଜଣାଇଥିଲେ ା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଏସ୍‌ଡିଓ ହରିଶ୍‌ ଚନ୍ଦ୍ର ତିୱାରୀ, ବିଭାଗୀୟ କନିଷ୍ଠଯନ୍ତ୍ରୀ ବାସୁଦେବ ସାହୁ ଓ କେନ୍ଦ୍ର ସରକାରଙ୍କ ରେଲୱେ ବିଭାଗର ବାଲେଶ୍ୱର ଜିଲା ମୁଖ୍ୟ ମଣ୍ଡଳ ସର୍କଲ ଅଧିକାରୀ ଆଶିଷ କୁମାର ଖୁଣ୍ଟିଆ, ବିଭାଗୀୟ କନିଷ୍ଠଯନ୍ତ୍ରୀ କେ. ରବି, ସିନିୟର ସେକ୍ସନ ଇଞ୍ଜିନିୟର କେ.ସି. ମହନ୍ତଙ୍କ ସମେତ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଉପସ୍ଥିତିରେ ଓଭରବ୍ରିଜ୍‌ ନିର୍ମାଣ ନେଇ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ବିଜେଡି ବ୍ଳକ ସଭାପତି ଅଜୟ କୁମାର ପଣ୍ଡା, ପ୍ରଭାକର ମିଶ୍ର, ପ୍ରଶାନ୍ତ ବେହେରା, ନିଳାମ୍ବର ମହାଳିକ, ତପନ ରାଉତ, କରୁଣାକର ବାରିକ ଓ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ର,ସଭ୍ୟ ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri