Posted inଖେଳ

ବାସନ୍ଦାଦେଶରୁ ବର୍ତ୍ତିଲେ ଉମର ଆକମଲ

କରାଚୀ,୧୫।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଅଳ୍ପକେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦାଦେଶରୁ ବର୍ତ୍ତି ଯାଇଛନ୍ତି। ସେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହି ଘଟଣା ଗତ ମାସରେ ଘଟିଥିଲା। ମୁଖ୍ୟ କୋଚ୍‌ ମିଶବା ଉଲ ହକ୍‌ଙ୍କ ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ କେନ୍ଦ୍ର ଓ ଘରୋଇ ଚୁକ୍ତି ବଦ୍ଧ ଖେଳାଳିଙ୍କୁ ଏନ୍‌ସିଏଠାରେ ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଜୁନିୟର ଆକମଲଙ୍କ ଖରାପ ବ୍ୟବହାର ସମ୍ପର୍କରେ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ମିଶବାଙ୍କୁ ରିପୋର୍ଟ କରାଯାଇଥିଲା। ସେ ବୋର୍ଡକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିନିୟର ଅଫିସିଆଲ ଓ ର୍ପୂବତନ ଓପନର ହାରୁନ ରଶିଦଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ ହେବା ପରେ ଉମରଙ୍କୁ ବାସନ୍ଦାଦେଶ କିମ୍ବା ବଡ଼ ଆର୍ଥିକ ଦଣ୍ଡ ଦଣ୍ଡିତ କରାଯିବା ନେଇ ଆଶା କରାଯାଉଥିଲା। ତେବେ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ ବୁଝାମଣା ଯୋଗୁ ଏଭଳି ଘଟିଥିଲା। ଆକମଲ ନିଜ କାର୍ଯ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସତ୍ତ୍ୱେ ବିସିବି ଭର୍ତ୍ସନା କରିବା ସହ ସିନିୟର ଖେଳାଳିଙ୍କ ଭଳି ନିଜ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୬ ବର୍ଷୀୟ ଆକମଲ ଦେଶ ପାଇଁ କେବଳ ଗୋଟିଏ ଟେଷ୍ଟ ଖେଳିଛନ୍ତି। ସେ ଜାତୀୟ ଦଳରେ ନିୟମିତ ସ୍ଥାନ ପାଉ ନାହାନ୍ତି। ଗତବର୍ଷ ଅକ୍ଟୋବରରେ ସେ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?