ବାଲିଆପାଳ ଆବାସ ଯୋଜନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୧୮ା୧- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ସରକାରଙ୍କ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି। ଏଥିରେ ସରକାରୀ କର୍ମଚାରୀମାନଙ୍କ ଭୂମିକା ରହିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଢଙ୍ଗୀ ଏହି ଦୁର୍ନୀତିର ତଦନ୍ତ ନିମନ୍ତେ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ ଶଙ୍କର ପ୍ରସାଦ ପାଣିଙ୍କ କହିବାନୁଯାୟୀ, ଉକ୍ତ ବ୍ଲକର ମୋଟ୍‌ ୨୮ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଏପରି କି ଉକ୍ତ ବ୍ଲକ ଅଧୀନ କଳାରୁଇ ପଞ୍ଚାୟତର ଶ୍ରୀକାନ୍ତ ଗଙ୍ଗାଇ ଓ ଜାମକୁଣ୍ଡ ପଞ୍ଚାୟତର କାଳିଚରଣ ଜେନାଙ୍କ ଆବାସ ଯୋଜନା ଅର୍ଥକୁ ହେରଫେର କରାଯାଇଥିଲା। ଏହାକୁ ନେଇ ୨୦୧୭ ଜୁଲାଇ ୨୭ ତାରିଖରେ ହୋଇଥିବା ପଞ୍ଚାୟତ ବୈଠକରେ ଭିଜିଲାନ୍ସ ତଦନ୍ତ ନିମନ୍ତେ ପ୍ରସ୍ତାବ ପାରିତ ହୋଇଥିଲା। ୨୦୧୮ ମେ’ ୨ ତାରିଖରେ ଦୁର୍ନୀତି ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନରେ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ବେ ମଧ୍ୟ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଆବେଦନକାରୀ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି, ଆବାସ ଯୋଜନାକୁ ନେଇ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ୨୦୧୭ ଜୁନ୍‌ ୨୫ ତାରିଖରୁ ସ୍ବତନ୍ତ୍ର ଡ୍ରାଇଭ ରାଜ୍ୟବ୍ୟାପୀ କରାଯିବ ବୋଲି ତତ୍କାଳୀନ ଭିଜିଲାନ୍ସ ନିର୍ଦ୍ଦେଶକ ଗଣମାଧ୍ୟମ ଆଗରେ କହିଥିଲେ। ମାତ୍ର ତାହା ଏଠାରେ ନିଷ୍ଫଳ ପ୍ରମାଣିତ ହୋଇଥିଲା। କୌଣସି ଉପାୟ ନ ପାଇ ଅଞ୍ଜୁ ମହାପାତ୍ର ନାମକ ସ୍ଥାନୀୟ ଅଧିବାସୀ ହାଇକୋର୍ଟରେ ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆବେଦନ କରି ମାମଲା ରୁଜୁ କରିଥିଲେ। ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି, ସରକାରୀ ଜାଗାରେ ଆବାସ ଯୋଜନା ଘର ନିର୍ମାଣ ହୋଇଥିବାବେଳେ ଅନେକ ଅଯୋଗ୍ୟଙ୍କୁ ଯୋଜନାରେ ସାମିଲ କରାଯାଇଛି। ୭୦୦୦ ବର୍ଗଫୁଟର କୋଠାଘର ଥିବା ଲୋକଙ୍କୁ ବ୍ଲକର ଡଗରା ପଞ୍ଚାୟତରେ ଆବାସ ଯୋଜନାରେ ଘର ଦିଆଯାଇଛି। ସେହିପରି ଘଣ୍ଟୁଆ ପଞ୍ଚାୟତରେ ପୋଖରୀକୁ ଘରଡିହ ଦର୍ଶାଇ ଆବାସ ଯୋଜନା ମଞ୍ଜୁର କରାଯାଇଛି। ବ୍ଲକର ୨୮ ପଞ୍ଚାୟତରେ ଆବାସ ଯୋଜନାରେ ବହୁ କୋଟି ଟଙ୍କା ହେରଫେର ହୋଇଥିବା ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri