ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜିଲାପାଳ ଅରିନ୍ଦମ୍‌ ଡାକୁଆ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ଜିଲାର ୫ଟି ସହରାଞ୍ଚଳରେ ୩୩୦୦ରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ଆଇସୋଲେଶନ୍‌ ସେଣ୍ଟର କରାଯାଇଛି । ସେହିପରି ଜିଲାର ୩୧୭ ପଞ୍ଚାୟତରେ ୧୩ହଜାରରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ବ୍ୟବସ୍ଥା ସରିଥିବା ଜିଲାପାଳ ଡାକୁଆ ସୂଚନା ଦେଇଛନ୍ତି ।

ଜିଲାରେ କରୋନା ମୁକାବିଲା ପାଇଁ କୋଭିଡ୍‌ ହସ୍ପିଟାଲ, କରୋନା ହେଲ୍‌ଥ ସେଣ୍ଟର ଏବଂ କରୋନା କେୟାର ସେଣ୍ଟର ଏଭଳି ତିନୋଟି ପର୍ଯ୍ୟାୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କିସ୍‌ କ୍ୟାମ୍ପସରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍‌ ହସ୍ପିଟାଲରେ କୋଭିଡ୍‌ ପଜିଟିଭ ରୋଗୀଙ୍କୁ ଚିକିତ୍ସା କରାଯିବ। ସେଠାରେ ୩ଜଣ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌, ସୁରକ୍ଷା ଗାର୍ଡ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ପଲିଟେକ୍‌ନିକ୍‌ଠାରେ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହେଲ୍‌ଥ ସେଣ୍ଟର ବ୍ୟବସ୍ଥା ରହିଛି । ଏଠାରେ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ । ଏଠାରେ ଅକ୍ସିଜେନ୍‌ ଏବଂ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ଏଠାରେ ଏଲୋପାଥିକ୍‌ ଡାକ୍ତର ନିୟୋଜିତ ରହିବେ । କରୋନା କେୟାର ସେଣ୍ଟରରେ ସାଧାରଣ ଲକ୍ଷଣ ଥିବା ରୋଗୀଙ୍କୁ ରଖି ଚିକିତ୍ସା କରାଯିବ । ସେଠାରେ ଆୟୁଷ ଡାକ୍ତର ନିୟୋଜିତ ରହିବେ ବୋଲି ସୂଚନା ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାର ୩୨୪ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ସେଥିରୁ ୯୦ଟି ପରୀକ୍ଷାର ନେଗେଟିଭ ରିପୋର୍ଟ ଆସିଛି। କିସ୍‌ କ୍ୟାମ୍ପସ୍‌ ଠାରେ ଅନ୍ୟମାନଙ୍କ ସହ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସିଡିଏମ୍‌ଓ ଡା. ନାରାୟଣ ଥନାପତି, କୋଭିଡ୍‌ ହସ୍ପିଟାଲ ଇନଚାର୍ଜ ଡା. ଅବିନାଶ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବଲାଙ୍ଗୀରରେ କୋଭିଡ୍‌ ହସ୍ପିିଟାଲ ଖୋଲାଯିବାକୁ ଗତ ୩ ତାରିଖ ଭୁବନେଶ୍ୱର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ, ବଲାଙ୍ଗୀର ଜିଲା ପ୍ରଶାସନ ଓ ଓଡିଶା ଖଣି ନିଗମ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷାରିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri