ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା ନେପାଳକୁ ସତର୍କ କରିଛି ଯେ ଲେଣ୍ଡେ ନଦୀ ପ୍ରଣାଳୀର ଉପରମୁଣ୍ଡରେ ସୃଷ୍ଟି ହୋଇଥିବା ଏକ ହ୍ରଦ ଯେକୌଣସି ସମୟରେ ଭାଙ୍ଗିପାରେ।

ରଏଟର୍ସର ରିପୋର୍ଟ ଅନୁସାରେ, ଚାଇନା ଆକଳନ ଅନୁଯାୟୀ ହ୍ରଦର ପାଣିର ରଙ୍ଗ ଲଗାତାର ଗାଢ଼ ହେଉଛି। ଏହାକୁ ବିପଦର ଏକ ସଙ୍କେତ ବୋଲି ଧରାଯାଉଛି। ଯଦି ହ୍ରଦଟି ଭାଙ୍ଗିଯାଏ, ତେବେ ନଦୀରେ ପାଣିର ପ୍ରବାହ ହଠାତ୍‌ ଏବଂ ଦ୍ରୁତ ଗତିରେ ବଢ଼ିପାରେ। ଚାଇନା ପ୍ରାଥମିକ ଆକଳନ ଅନୁଯାୟୀ, ଏଭଳି ସ୍ଥିତିରେ ପାଣିର ସର୍ବାଧିକ ପ୍ରବାହ ପ୍ରତି ସେକେଣ୍ଡରେ ୫୦୦ ଘନମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଚାଇନା ହ୍ରଦ ସମ୍ପର୍କିତ ବିପଦର ସୂଚନା ନେପାଳର ବିଦେଶ ମନ୍ତ୍ରଣାଳୟକୁ ଦେଇଛି। ଚଳିତ ସପ୍ତାହରେ ନେପାଳ ଓ ତିବ୍ବତରେ ହୋଇଥିବା ଭୟଙ୍କର ଫ୍ଲାସ ଫ୍ଲଡ ପରେ ଏହି ହ୍ରଦ ସୃଷ୍ଟି ହୋଇଥିବା କୁହାଯାଉଛି। ଗ୍ଲେସିୟର ଭାଙ୍ଗିବା ପରେ ବହୁ ପରିମାଣର ମାଟି ଓ ମଲବା ତଳକୁ ଆସିଥିଲା। ଏହି ମଲବା ଯୋଗୁ ନଦୀର ଜଳପଥ ବନ୍ଦ ହୋଇ ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଥିଲା। ବନ୍ଧ ପଛରେ ପାଣି ଜମା ହୋଇ ନୂଆ ହ୍ରଦ ତିଆରି ହୋଇଛି।
ଏହି ହ୍ରଦ ଚାଇନା ପଟର ଚୋଚେନ ନଦୀ ଏବଂ ନେପାଳ ପଟର ପୁରେପୁ ନଦୀର ସଙ୍ଗମସ୍ଥଳ ନିକଟରେ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଚାଇନା ଜଳ ସମ୍ପଦ ମନ୍ତ୍ରଣାଳୟ ଅନୁଯାୟୀ, ହ୍ରଦରେ ପାଣିର ସ୍ତର ଲଗାତାର ବଢ଼ୁଥିଲା। ଶୁକ୍ରବାର ସୁଦ୍ଧା ହ୍ରଦରେ ପ୍ରାୟ ୨୫ ଲକ୍ଷ ଘନମିଟର ପାଣି ଜମା ହୋଇସାରିଥିଲା। ବିପଦକୁ ଦୃଷ୍ଟିରେ ରଖି ଚାଇନା ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏହା ସହିତ ଡ୍ରୋନ ଏବଂ ସାଟେଲାଇଟ ମାଧ୍ୟମରେ ହ୍ରଦ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖାଯାଉଛି। ପ୍ରାକୃତିକ ବନ୍ଧ ଭାଙ୍ଗିଲେ ବନ୍ୟାର ପ୍ରଭାବ କେତେ ଭୟଙ୍କର ହୋଇପାରେ, ତାହା ଆକଳନ କରିବା ପାଇଁ ଚାଇନା ପକ୍ଷରୁ ଏକ ବନ୍ୟା ମଡେଲ ପ୍ରସ୍ତୁତ କରାଯାଇଛି।
ପ୍ରାଥମିକ ଆକଳନ ଅନୁଯାୟୀ, ହ୍ରଦ ଭାଙ୍ଗିଗଲେ ନଦୀ ପ୍ରଣାଳୀରେ ପାଣିର ପ୍ରବାହ ପ୍ରତି ସେକେଣ୍ଡରେ ସର୍ବାଧିକ ୫୦୦ ଘନମିଟର ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଚାଇନା କହିବା ଅନୁଯାୟୀ, ପ୍ରାକୃତିକ ବନ୍ଧର କିଛି ଅଂଶ ଭାଙ୍ଗିଲେ ମଧ୍ୟ ପାଣି ନଦୀର ଦୁଇ କୂଳ ମଧ୍ୟରେ ରହିପାରେ।
ଏହାର ଅର୍ଥ ହେଉଛି, ପାଣିର ସ୍ତର ହଠାତ୍‌ ବଢ଼ିପାରେ, କିନ୍ତୁ ବ୍ୟାପକ ଅଞ୍ଚଳରେ ନଦୀର ପାଣି ବାହାରି ଯିବାର ସମ୍ଭାବନା ତୁଳନାତ୍ମକ ଭାବେ କମ ବୋଲି ଚାଇନାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?