ବଢ଼ିଚାଲିଛି ମାନ୍ଦାବସ୍ଥା ପ୍ରଭାବ; ଅଟୋ ସେକ୍ଟରକୁ ବଞ୍ଚାଇ ପାରିବ ୧୦% ଜିଏସ୍‌ଟି ହ୍ରାସ

ନୂଆଦିଲ୍ଲୀ,୯-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡି ଆସିଛି। ଗତ କିଛି ମାସ ହେବ ଏହି ସେକ୍ଟରର ଅବସ୍ଥା ସଙ୍ଗୀନ ହୋଇଛି। କାର୍‌, ଦୁଇଚକିଆ ଯାନ ସମେତ ସମସ୍ତ ପ୍ରକାର ଗାଡି ବିକ୍ରି କ୍ରମାଗତ କମିବାରେ ଲାଗିଛି। ଗତ ଏକ ବର୍ଷ ହେବ ଏହି ଧାରା ଜାରି ରହିଛି। ଜୁଲାଇରେ କାର୍‌ ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ କର୍ମଚାରୀ ଛଟେଇ ଆରମ୍ଭ ହୋଇଯାଇଛି। ଅଟୋ ନିର୍ମାତା ସଂଘର ଆକଳନ ଅନୁଯାୟୀ, ଆଜି ସୁଦ୍ଧା ଏହି ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ହରାଇବାକୁ ପଡିଛି। ତେବେ ଅଟୋମୋବାଇଲ ସେକ୍ଟରରେ ଚାହିଦା ବଢ଼ାଇବାକୁ ହେଲେ ୧୦ ପ୍ରତିଶତ ଜିଏସ୍‌ଟି ହ୍ରାସ କରିବାକୁ ଦାବି ଜୋରଦାର ହୋଇଛି। ଅଟୋ କମ୍ପାନୀଗୁଡ଼ିକ ଜିଏସ୍‌ଟି ହାରକୁ ୨୮ରୁ ୧୮ ପ୍ରତିଶତକୁ କମାଇବାକୁ ଦାବି କରିଛନ୍ତି। ଏଥିସହିତ ଅଧିକ ଡେପ୍ରିସିଏଶନ ଲାଭ ଓ ଅନୁକୂଳ ସ୍କ୍ରାପେଜ ପଲିସି ଆଣିବାକୁ ସରକାରଙ୍କ ନିକଟରେ କୁହାଯାଇଛି।
ଅଟୋମୋବାଇଲ ସେକ୍ଟରରେ ଦେଖାଦେଇଥିବା ଅସୁବିଧା ସମ୍ପର୍କରେ ଜାଣିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବୈଠକ ଡକାଇଥିଲେ। ବୈଠକରେ ଉପସ୍ଥିତ ଶୀର୍ଷ କମ୍ପାନୀ ମୁଖ୍ୟମାନେ ସହାୟତା ପ୍ୟାକେଜ ମାଗିଛନ୍ତି। ଅଟୋ ସେକ୍ଟରରେ ୨୮% ଜିଏସ୍‌ଟି ସହ ସେଗମେଣ୍ଟ ହିସାବରେ ସେସ୍‌ ଆଦାୟ ହେବା କାରଣରୁ ଟିକସ ପରିମାଣ ବଢ଼ିଯାଉଛି। ବିକ୍ରି ବଢ଼ାଇବା ଲାଗି ଉଦ୍ୟୋଗକୁ ଅଧିକ ପୁଞ୍ଜି ଉପଲବ୍‌ଧତା ହେବା ଜରୁରୀ ବୋଲି ମତପ୍ରକାଶ ପାଇଛି। ତେବେ ଅଟୋ ସେକ୍ଟରରେ କାହିଁକି ମାନ୍ଦାବସ୍ଥା ମାଡି ଆସିଛି, ସେସମ୍ପର୍କରେ ତର୍ଜମା କରାଯାଉ।
ବିକ୍ରି ହ୍ରାସ ପାଇବାର କାରଣ
ଦେଶର ଅର୍ଥନୀତି ଧିମା ହେବା, ନଗଦ ସଙ୍କଟ କାରଣରୁ ଋଣ ପାଇବା ଏବେ ଅସମ୍ଭବ ହେଲାଣି। ଗ୍ରାମାଞ୍ଚଳରେ ଚାହିଦା କମିବା ଏବଂ ପୁରୁଣା ଗାଡ଼ିର ସଂଗଠିତ ବଜାର ବିକାଶ ହେବା ନୂଆ ଗାଡ଼ି ବିକ୍ରି କମିବାର ମୁଖ୍ୟ କାରଣ ବୋଲି ଧରାଯାଉଛି।
ଋଣ ମିଳିବାରେ ଅସୁବିଧା
ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଓ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ଦେଖାଦେଇଥିବା ସଙ୍କଟ କାରଣରୁ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକରେ ନଗଦ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଏବେ ଅଟୋ ଋଣ ମିଳିବା କଷ୍ଟକର ହୋଇଛି। ଅର୍ଥନୀତି ଧିମା ହୋଇଯିବା କାରଣରୁ ବେତନ ନ ବଢ଼ିବା ଯୋଗୁ ଲୋକଙ୍କ ନିକଟରେ ଗାଡ଼ି କିଣିବା ଲାଗି ପର୍ଯ୍ୟାପ୍ତ ଅର୍ଥର ଅଭାବ ରହିଛି। ଫଳରେ ଲୋକେ ଗାଡ଼ି କିଣିବା ଯୋଜନାକୁ ଟାଳିବାରେ ଲାଗିଛନ୍ତି।
ସବୁ ସେଗମେଣ୍ଟରେ ବିକ୍ରି ହ୍ରାସ
କେବଳ ଯେ କାର୍‌ ବିକ୍ରି କମିଛି ତାହା ନୁହେଁ ଅଟୋ ସେକ୍ଟରର ସମସ୍ତ ସେଗମେଣ୍ଟରେ ଏହି ଦୂରାବସ୍ଥା ଦେଖାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଜୁନ, ୨୦୧୯ରେ ଶେଷ ହୋଇଥିବା ତ୍ରୈମାସରେ ଯାତ୍ରୀ ବାହନ ବିକ୍ରି ୧୮.୪% ହ୍ରାସ ପାଇଛି। ସେହିପରି କମର୍ସିଆଲ ଗାଡ଼ି ସେଗମେଣ୍ଟରେ ୧୬.୬%, ଦୁଇଚକିଆ ଯାନରେ ୧୧.୭% ବିକ୍ରି ହ୍ରାସ ଦେଖାଯାଇଛି। ସେହିପରି ପାସେଞ୍ଜର ଯାନ ବିକ୍ରି ଜୁନ୍‌ରେ ୧୮ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଗ୍ରାମୀଣ ଅର୍ଥନୀତିର ସଙ୍କେତ ଦେଉଥିବା ଟ୍ରାକ୍ଟର ଉଦ୍ୟୋଗରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ଦେଖାଦେଇଛି। ମାର୍ଚ୍ଚ ୨୦୧୯ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଟ୍ରାକ୍ଟର ଉଦ୍ୟୋଗ କ୍ରମାଗତ ୩ ବର୍ଷ ଧରି ୨ ଅଙ୍କ ବୃଦ୍ଧି ହାର ହାସଲ କରିଥିଲା। ତେବେ ଏହାପର ଠାରୁ ହ୍ରାସ ପାଇବା ଧାରା ଆରମ୍ଭ ହୋଇଛିି। ପରିସ୍ଥିତି ଏପରି ହେଲାଣି ଯେ, ଜୁନ୍‌ରେ ବିକ୍ରି ହାର ସର୍ବାଧିକ ୩୨ ପ୍ରତିଶତକୁ ଖସି ଆସିଛି। ମୌସୁମୀର ଅନୀୟମିତତା କାରଣରୁ ଚଳିତ ବର୍ଷ ଖରିଫ ବୁଣା କମିଛି। ଏହି କାରଣରୁ ଟ୍ରାକ୍ଟର ବିକ୍ରି କମିଛି। ସରକାର ଏକ୍ସେଲ ଲୋଡ୍‌ ମାନଦଣ୍ଡରେ ପରିବର୍ତ୍ତନ କରିବାରୁ କମର୍ସିଆଲ ଗାଡି ବିକ୍ରି ହ୍ରାସ ପାଇଛି। ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚରର୍ସ(ସିଆମ୍‌) ଅନୁସାରେ ଏପ୍ରିଲ-ଜୁନ, ୨୦୧୯ରେ କମର୍ସିଆଲ ଗାଡି ସେଗମେଣ୍ଟରେ ବିକ୍ରି ୯.୫୩% ହ୍ରାସ ପାଇଛି।
ଆଗକୁ କ’ଣ ହେବ
ଆଗାମୀ ଦିନରେ ଅଟୋ ସେକ୍ଟର ପାଇଁ ସୁଖବର ନାହିଁ। ମୌସୁମୀ ବର୍ଷାରେ ସୁଧାର, ଗ୍ରାମୀଣ ଅର୍ଥନୀତି ଦୃଢ଼ ହେବା, ପାର୍ବଣ ଋତୁର ଚାହିଦା ଆଦି ଉପରେ ଅଟୋ ସେକ୍ଟର ପ୍ରଦର୍ଶନ ନିର୍ଭର କରିବ। ଏହାବ୍ୟତୀତ ଜିଏସ୍‌ଟିରେ ସଂଶୋଧନ, ଏନ୍‌ବିଏଫ୍‌ସି ସଙ୍କଟର ସମାଧାନ ଉପରେ ଅଟୋ ସେକ୍ଟର ପୁନରୁଦ୍ଧାର ନିର୍ଭର କରିବ।
ଦ୍ୱନ୍ଦ୍ୱରେ ଗ୍ରାହକ
ଆସନ୍ତାବର୍ଷ ଜୁନ୍‌ରୁ ଦେଶରେ ବିଏସ୍‌-୬ ମାନଦଣ୍ଡର ଗାଡ଼ି ଚାଲିବ। ଫଳରେ ଦେଶରୁ ଧିରେ ଧିରେ ବିଏସ୍‌-୪ ଗାଡ଼ିକୁ ପ୍ରତ୍ୟାହାର କରାଯିବ। ଏହାଦ୍ୱାରା ତୈଳ ଇନ୍ଧନଯୁକ୍ତ ଗାଡ଼ି ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ଅନେକାଂଶରେ କମାଇହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଗାଡି ବିକ୍ରିକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି। ଇ-ଯାନ କ୍ରୟରେ ଆୟକରରେ ଦେଢ଼ ଲକ୍ଷ ଟଙ୍କା ଛାଡ଼ ସହ ଜିଏସ୍‌ଟି ୧୨ରୁ ୫%କୁ ହ୍ରାସ କରାଯାଇଛି। ସେହିପରି ବ୍ୟାଟେରୀ ଉପରେ ଜିଏସ୍‌ଟି ୫%କୁ ହ୍ରାସ କରାଯାଇଛି। କେଉଁ ଗାଡି କିଣିଲେ ଉଚିତ୍‌ ହେବ ସେ ନେଇ ଏବେ ଗ୍ରାହକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଏହି କାରଣରୁ ସେମାନେ ଗାଡ଼ି କିଣିବାଠାରୁ ଦୂରେଇ ଯାଇଛନ୍ତି। ଗାଡ଼ି ବିକ୍ରି ହ୍ରାସ ପାଇବା ଏହା ଅନ୍ୟତମ ମୁଖ୍ୟ କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri