ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା ପରେ ଏହାକୁ ନେଇ ସରକାରୀ, ବେସରକାରୀସ୍ତରରେ ବ୍ୟାପକ ପ୍ରଚାର ଚାଲିଛି। ହେଲେ କାମାକ୍ଷାନଗର ଏନ୍‌ଏସିରେ ଲକ୍‌ଡାଉନ୍‌ ନିୟମକୁ ବାଏଁବାଏଁ ଉଡ଼ାଇ ଦେଉଛନ୍ତି ଲୋକେ। ସାମାଜିକ ଦୂରତ୍ୱ ନିୟମକୁ ଫାଙ୍କି ବିନା ମାସ୍କରେ ଗାଡ଼ିଧରି ବୁଲୁଛନ୍ତି ଅମାନିଆ। ଏନ୍‌ଏସି ପ୍ରଶାସନର କୋହଳ ନୀତି ଯୋଗୁ ସହରରେ ଏପରି ଅବ୍ୟବସ୍ଥା ଦେଖାଦେଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୋଗପରେ ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ବଜାରରେ ଚଢ଼ାଉ କରି ଜରିମାନା ଆଦାୟ କରାଯିବା ସହ ଦୋକାନୀଙ୍କୁ ତାଗିଦ୍‌ କରାଯାଇଛି।
କାମାକ୍ଷାନଗର ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୈନିକ ବଜାରର ଉଭୟ ପାର୍ଶ୍ୱ ରାସ୍ତାକୁ ବାଉଁଶ ବାଡ଼ ଦେଇ ବନ୍ଦ କରାଯାଇଛି। ରାସ୍ତାକଡ଼ରେ ବାଇକ୍‌, ସାଇକେଲ ରଖି ଲୋକମାନେ ବଜାରକୁ ଯାଇ ସାମଗ୍ରୀ କିଣୁଛନ୍ତି। ହେଲେ ଥରେ ବଜାରକୁ ଗଲେ ସେମାନେ ଦୀର୍ଘ ସମୟ ଯାଏ ରହୁଛନ୍ତି। ମାସ୍କ ନ ପିନ୍ଧି ମନଇଚ୍ଛା ବୁଲୁଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ମାନୁନାହାନ୍ତି। ଦୋକାନୀମାନେ ମଧ୍ୟ ଗ୍ରାହକଙ୍କୁ ସଚେତନ କରୁନାହାନ୍ତି। ଏପରି ପରିସ୍ଥିତିରେ କରୋନା ସଂକ୍ରମଣ ଭୟ ରହୁଛି। ପୂର୍ବରୁ ବଜାରରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ମୁତୟନ ରହୁଥିଲେ। ଏବେ କଟକଣା ସାମାନ୍ୟ କୋହଳ ପରେ ଏହାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏପରି ଅବ୍ୟବସ୍ଥା ହେଉଥିବା ଜଣାପଡ଼ିଛି।
ଏ ନେଇ ନିର୍ବାହୀ ଅଧିକାରୀ ଇଂ.ବିରଜା ପ୍ରସାଦ ରଥ କୁହନ୍ତି, ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ କେତେଜଣ ଲୋକ ମାନୁନାହାନ୍ତି। ଦୋକାନରେ ବ୍ୟବସାୟ ସମୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସୋମବାର ଦୋକାନୀଙ୍କୁ ସଚେତନ କରାଯାଇଛି। ନିୟମ ଭଙ୍ଗ କରି ବ୍ୟବସାୟ କରୁଥିବା ୧୨ ଦୋକାନରୁ ୨୪୦୦ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ୨ଟି ଦୋକାନରେ ତାଲା ପକାଯାଇଛି। ନିୟମ ନ ମାନିଲେ ଦୋକାନ ସିଲ୍‌ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri