ବଂଶୀବାଦକ ଅଭିରାମ: ବଂଶୀର ସୁରକାର ସେ, କାରିଗର ବି

କଟକ ଅଫିସ,୧୧ା୬: ଖଣ୍ଡେ ବାଉଁଶରୁ ବଂଶୀ ତିଆରି କରିପାରନ୍ତି ଆଉ ସେଥିରେ ଅପୂର୍ବ ସୁର ବି ତୋଳି ଧରନ୍ତି ସେ। ଦେଶବିଦେଶରେ ବଂଶୀ ପାଇଁ ଖ୍ୟାତି ଅର୍ଜିଥିବା ଯେଉଁ ହାତଗଣତି ପ୍ରତିଭା ଓଡ଼ିଶାରେ ରହିଛନ୍ତି, ସେମାନଙ୍କ ଭିତରୁ ବଂଶୀବାଦକ ଅଭିରାମ ନନ୍ଦଙ୍କ ପ୍ରତିଭା ଅନନ୍ୟ। ବଂଶୀ ବଜାଇବା ସହ ବଂଶୀ ତିଆରି କରିବାରେ ମଧ୍ୟ ସେ ସିଦ୍ଧହସ୍ତ। ଅନେକ ଦେଶର କଳାକାର ଏବେ ବଂଶୀ ପାଇଁ ତାଙ୍କୁ ହିଁ ଲୋଡୁଛନ୍ତି।

ବଂଶୀବାଦନ କ୍ଷେତ୍ରରେ ଓଡ଼ିଶାର ଜଣେ ଅନନ୍ୟ ପ୍ରତିଭା ହେଲେ ଅଭିରାମ ନନ୍ଦ। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅନେକ ସୁପରହିଟ ଗୀତ ପଛରେ ଅଭିରାମଙ୍କ ଅବଦାନ ରହିଛି। କୌଣସି ଷ୍ଟୁଡ଼ିଓରେ ଗୀତ ପ୍ରସ୍ତୁତ କରାଯାଉଥିବା ବେଳେ ବଂଶୀର ସ୍ବର କଥା ଉଠିଲେ ଅଭିରାମଙ୍କୁ ଖୋଜାପଡ଼େ। ଆଧୁନିକ ହେଉ କି ଶାସ୍ତ୍ରୀୟ, ସୁନ୍ଦର ବଂଶୀ ବଜାଇ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ସଙ୍ଗୀତ ଦୁନିଆରେ ପରିଚୟ ପାଇଥିବା ଏହି କଳାକାର ବଂଶୀ ତିଆରି କରି ମଧ୍ୟ ଅନେକ ବିଦେଶୀ ରାଷ୍ଟ୍ରରେ ନାଁ କମାଇଲେଣି। ହଲାଣ୍ଡ, ଆମେରିକା, ରୁଷିଆ, ସ୍ବିଜରଲ୍ୟାଣ୍ଡ, ସ୍ପେନ, ଜର୍ମାନୀ ଭଳି ରାଷ୍ଟ୍ରର କଳାକାର ବଂଶୀ ପାଇଁ ତାଙ୍କ ପାଖକୁ ଆସନ୍ତି ବୋଲି ସେ କହିଛନ୍ତି। ବଂଶୀ ପାଇଁ ସେ ଆସାମରୁ ବାଉଁଶ ଆଣନ୍ତି। ସଙ୍ଗୀତର ସ୍କେଲ (ମାପ) ଅନୁଯାୟୀ ବଂଶୀ ମଧ୍ୟ ଭିନ୍ନଭିନ୍ନ। ୧୫୦୦ଟଙ୍କାରୁ ଆରମ୍ଭ କରି ୮ହଜାର ଟଙ୍କା ପର୍ଯ୍ୟନ୍ତ ବଂଶୀର ବଜାର ମୂଲ୍ୟ ରହିଛି। ଗୋଟିଏ ବଂଶୀ ତିଆରି କରିବା ପାଇଁ ଅତିକମ୍‌ରେ ଦୁଇ ଦିନ ଲାଗେ।
ପଟିଆରେ ରହୁଥିବା ଅଭିରାମଙ୍କ ଘର ହେଉଛି ଜଗତ୍‌ସିଂହପୁରର ତେରତଙ୍ଗ ଅଞ୍ଚଳ। ସେ ପ୍ରଖ୍ୟାତ ବଂଶୀବାଦକ ତଥା ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଶିଷ୍ୟ। ପ୍ରଥମେ ସେ ପ୍ରଫେସର ମୋହିନୀମୋହନ ପଟ୍ଟନାୟକଙ୍କଠାରୁ ଶିକ୍ଷା ହାସଲ କରିଥିଲେ। ୯୦ ଦଶକ ପ୍ରାରମ୍ଭରୁ ସେ ବଂଶୀବାଦନ ଶିକ୍ଷା ଆରମ୍ଭ କରିଥିଲେ ଓ ପରେ ଅଲ ଇଣ୍ଡିଆ ରେଡିଓ ସହ ସଂଶ୍ଲିଷ୍ଟ ହୋଇଥିଲେ। ଏବେ ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ ଗୀତରେ ସେ ବଂଶୀ ବଜାଇଛନ୍ତି। ଏହା ମଧ୍ୟରେ ଅନେକ ଚଳଚ୍ଚିତ୍ରର ଗୀତ ମଧ୍ୟ ରହିଛି। ଏହାଛଡ଼ା ୫୩ଟି ବିଦେଶୀ ରାଷ୍ଟ୍ର ବୁଲି ସାରିଲେଣି ଅଭିରାମ। କେବଳ ବଂଶୀ ବଜାଇବା ପାଇଁ ତାଙ୍କୁ ବିଦେଶରୁ ଆମନ୍ତ୍ରଣ ଆସୁଛି। ବିଦେଶୀ ଯୁବତୀଯୁବକ ମଧ୍ୟ ଅଭିରାମଙ୍କ ଛାତ୍ରୀଛାତ୍ର ପାଲଟି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri