Posted inବୌଦ୍ଧ

ବଁଧା ପଡ଼ିଛେ ଭତା ଆର ରାଶନକାର୍ଡ: କିଡ଼୍‌ନୀ ରୋଗ୍‌ରେ ଆରପାରେ ପରିବାର ମୁଖିଆ

 

ମନମୁଣ୍ଡା, ୨୨।୨ (ଡି.ଏନ୍‌.ଏ.)-
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍‌ ବଡ଼ରାହାଯୋରର ଖତୁ ଭୋଇ ଦିନାକେତେ ତଲେ କିଡ଼୍‌ନୀ ରୋଗ୍‌ରେ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ପରିବାରଟା ଘରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌କେ ହରେଇ ଭାଂଗି ପଡ଼ିଛନ୍‌।
ସୂଚନା ଅନ୍‌ସାରେ ବଡ଼ରାହାଯୋର ଗଁାର ବିଧବା ଅଷ୍ଟମୀ ଭୋଇ(୩୩)। ପରିବାର କହେଲେ ବୁଢ଼ୀ ଶାଶ୍‌ ଶ୍ରାବଣୀ(୭୧), ଦୁଇ ଝି’ ଝିଲି(୧୪), ଡଲି(୧୧) ଆର ଦୁଇ ପୁଓ ପ୍ରେମ(୮), ରଞ୍ଜନ(୫)କୁଁ ନେଇ ସଁସାର। ଅନେକ୍‌ ଦିନ୍‌ ହେଲା ଅଷ୍ଟମୀକଁର ଆପ୍‌ନେ ଖତୁ ଭୋଇ(୩୮) କିଡ଼୍‌ନୀ ରୋଗ୍‌ରେ ପଡ଼ିଥିଲେ। ଦିନାକେତେ ତଲେ ସେ ବୁର୍ଲା ବଡ଼ ଡାକ୍‌ତରଖାନାରେ ଚିକିଛା ଲାଗି ଭରତି ହେଇଥିଲେ। ହେଲେ ଚିକିଛାଧିନ ଅବସ୍‌ତାରେ ଗଲା ଫେବୃୟାରୀ ୧୨ ତାରିଖ୍‌ ତାକର ମୁର୍‌ତୁ ହେଇଛେ। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଖତୁ କୁଲିମଜୁରି କରି କୁଟୁମ୍‌ ପୁଷୁଥିଲେ। ହେଲେ ସେ କିଡ଼୍‌ନୀ ରୋଗ୍‌ରେ ପଡ଼ଲା ଉତାରୁ ଆର କାମ୍‌ବୁତା କରି ନାଇଁ ପାରୁଥାଇ। ଏନ୍‌ତାଥି ଅଷ୍ଟମୀ ନିଜେ କୁଲିମଜୁରି କରି ପରିବାର ଚଲାବାର ସଂଗେ ଆପ୍‌ନେର ଚିକିଛା କରଉଥିଲେ। ଖତୁକଁର ଚିକିଛା ଲାଗି ଟଁକା ଅଭାବ୍‌ ପଡ଼ଲାରୁ ଅଷ୍ଟମୀ ଘରର ଜିନିଷପତର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁତୀଅ କିସ୍‌ତି ଟଁକା ଖରଚ୍‌ କଲେ। ଶେଷେ ଆହୁରି ଟଁକା ଦରକାର ପଡ଼ଲାରୁ ଅଷ୍ଟମୀ ଶାଶ୍‌ର ଭତା କାର୍ଡକେ ୫ ହଜାର ଟଁକାରେ ଆର ରାଶନକାର୍ଡକେ ୪ ହଜାର ଟଁକାରେ ବଁଧକ୍‌ ପକେଇ ସରବ୍‌ସୁଅଁାତ୍‌ ହେଇଯାଇଛନ୍‌। ଖତୁକଁର ଚିକିଛା ସମିଆରେ ପରିବାରଟା ଚଲବାର ଲାଗି ବଡ଼ା ଗୁଲ୍‌ଗୁଲା ହେଉଥିଲେ। ଏନ୍‌ତାଥି ଗଁାର କେତେ ସହୁରୁଦ୍‌ ଲୋକ୍‌ ପରିବାରକେ ଟଁକା ପଏସା ସାହାଯ୍‌ ଦେଇଥିଲେ। ସେନ୍‌ତା ଖତୁକଁର ଶବ୍‌ ବୁର୍ଲାରୁ ଆନ୍‌ଲା ଉତାରୁ ଶବ ବାହକ ଗାଡ଼ିଭଡ଼ା ବି ଗଁାର ଲୋକ୍‌ ଚଁାଦାଭେଦା କରି ଦେଇଥିଲେ। ଇଆଡ଼େ ପରିବାରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌ ଚାଲିଗଲା ଉତାରୁ ପରିବାରଟା ଭାଂଗି ପଡ଼ିଛନ୍‌। ପ୍ରଧାନମନ୍ତ୍ରୀ ଆବାସ ଘର ଦରଖଁଡ଼ିଆ ହେଇ ପଡ଼ିଛେ, ରାଶନକାର୍ଡ, ଶାଶ୍‌ର ଭତାକାର୍ଡ ବଁଧା ପଡ଼ିଛେ। ଅଷ୍ଟମୀ ବୁଢ଼ୀ ଶାଶ୍‌ ଆର ନିଜର ୪ ଛୁଆପୁତାକୁ କେନ୍‌ଥେଇ ପାଲ୍‌ପୋଷ କରବେ ସେ ଚିନ୍‌ତାରେ ଭାଂଗି ପଡ଼ିଛନ୍‌। ଇ ଘଟନା ବାବ୍‌ଦେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରକଁର ଦୁରୁଷ୍‌ଟି ଆକରଷନ୍‌ କଲାରୁ ସେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧ୍‌କାରୀମାନକୁ ରିପୋର୍ଟ ଠୁଲାବାକେ ନିରଦେଶ ଦେବାର ସଂଗେ ରେଡ୍‌କ୍ରସରୁ ପୀଡ଼ିତ ପରିବାରକେ ୧୦ ହଜାର ଟଁକା ସାହାଯ୍‌ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧ୍‌କାରୀକଁର ରିପୋର୍ଟ ଅନ୍‌ସାରେ ପୀଡ଼ିତ ପରିବାରକେ ହରିଶ୍ଚନ୍ଦ୍ର ଯୋଜନାର ଟଁକା, ଅଙ୍ଗନଓ୍ବାଡି ତରଫୁ ଛୁଆମାନକୁ ପୁଷ୍ଟିକର ଖାଏଦ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାକି ଟଁକା, ରାସନ ସାମାନ ଆର ଅଷ୍ଟମୀକୁଁ ବିଧବା ଭତା ଦେବାର ବେବସ୍‌ତା କରାଯିବା। ଖତୁକଁର ଶୁଧିକାଯ୍‌ ସଏଲା ଉତାରୁ ଫେନ୍‌ ପରଶାସନ ତରଫୁ ଟଁକା ପଏସା ସାହାଯ୍‌ ଯୁଗେଇ ଦିଆଯିବା ବଲି ଜିଲାପାଳ କହିଛନ୍‌। ଇ ଦିଗେ ପଦକ୍ଷେପ ନେବାକେ ଜିଲାପାଳ ଉପଜିଲାପାଳକୁଁ ବି ନିରଦେଶ ଦେଇଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri