Posted inବୌଦ୍ଧ

ବଁଧା ପଡ଼ିଛେ ଭତା ଆର ରାଶନକାର୍ଡ: କିଡ଼୍‌ନୀ ରୋଗ୍‌ରେ ଆରପାରେ ପରିବାର ମୁଖିଆ

 

ମନମୁଣ୍ଡା, ୨୨।୨ (ଡି.ଏନ୍‌.ଏ.)-
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍‌ ବଡ଼ରାହାଯୋରର ଖତୁ ଭୋଇ ଦିନାକେତେ ତଲେ କିଡ଼୍‌ନୀ ରୋଗ୍‌ରେ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ପରିବାରଟା ଘରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌କେ ହରେଇ ଭାଂଗି ପଡ଼ିଛନ୍‌।
ସୂଚନା ଅନ୍‌ସାରେ ବଡ଼ରାହାଯୋର ଗଁାର ବିଧବା ଅଷ୍ଟମୀ ଭୋଇ(୩୩)। ପରିବାର କହେଲେ ବୁଢ଼ୀ ଶାଶ୍‌ ଶ୍ରାବଣୀ(୭୧), ଦୁଇ ଝି’ ଝିଲି(୧୪), ଡଲି(୧୧) ଆର ଦୁଇ ପୁଓ ପ୍ରେମ(୮), ରଞ୍ଜନ(୫)କୁଁ ନେଇ ସଁସାର। ଅନେକ୍‌ ଦିନ୍‌ ହେଲା ଅଷ୍ଟମୀକଁର ଆପ୍‌ନେ ଖତୁ ଭୋଇ(୩୮) କିଡ଼୍‌ନୀ ରୋଗ୍‌ରେ ପଡ଼ିଥିଲେ। ଦିନାକେତେ ତଲେ ସେ ବୁର୍ଲା ବଡ଼ ଡାକ୍‌ତରଖାନାରେ ଚିକିଛା ଲାଗି ଭରତି ହେଇଥିଲେ। ହେଲେ ଚିକିଛାଧିନ ଅବସ୍‌ତାରେ ଗଲା ଫେବୃୟାରୀ ୧୨ ତାରିଖ୍‌ ତାକର ମୁର୍‌ତୁ ହେଇଛେ। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଖତୁ କୁଲିମଜୁରି କରି କୁଟୁମ୍‌ ପୁଷୁଥିଲେ। ହେଲେ ସେ କିଡ଼୍‌ନୀ ରୋଗ୍‌ରେ ପଡ଼ଲା ଉତାରୁ ଆର କାମ୍‌ବୁତା କରି ନାଇଁ ପାରୁଥାଇ। ଏନ୍‌ତାଥି ଅଷ୍ଟମୀ ନିଜେ କୁଲିମଜୁରି କରି ପରିବାର ଚଲାବାର ସଂଗେ ଆପ୍‌ନେର ଚିକିଛା କରଉଥିଲେ। ଖତୁକଁର ଚିକିଛା ଲାଗି ଟଁକା ଅଭାବ୍‌ ପଡ଼ଲାରୁ ଅଷ୍ଟମୀ ଘରର ଜିନିଷପତର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁତୀଅ କିସ୍‌ତି ଟଁକା ଖରଚ୍‌ କଲେ। ଶେଷେ ଆହୁରି ଟଁକା ଦରକାର ପଡ଼ଲାରୁ ଅଷ୍ଟମୀ ଶାଶ୍‌ର ଭତା କାର୍ଡକେ ୫ ହଜାର ଟଁକାରେ ଆର ରାଶନକାର୍ଡକେ ୪ ହଜାର ଟଁକାରେ ବଁଧକ୍‌ ପକେଇ ସରବ୍‌ସୁଅଁାତ୍‌ ହେଇଯାଇଛନ୍‌। ଖତୁକଁର ଚିକିଛା ସମିଆରେ ପରିବାରଟା ଚଲବାର ଲାଗି ବଡ଼ା ଗୁଲ୍‌ଗୁଲା ହେଉଥିଲେ। ଏନ୍‌ତାଥି ଗଁାର କେତେ ସହୁରୁଦ୍‌ ଲୋକ୍‌ ପରିବାରକେ ଟଁକା ପଏସା ସାହାଯ୍‌ ଦେଇଥିଲେ। ସେନ୍‌ତା ଖତୁକଁର ଶବ୍‌ ବୁର୍ଲାରୁ ଆନ୍‌ଲା ଉତାରୁ ଶବ ବାହକ ଗାଡ଼ିଭଡ଼ା ବି ଗଁାର ଲୋକ୍‌ ଚଁାଦାଭେଦା କରି ଦେଇଥିଲେ। ଇଆଡ଼େ ପରିବାରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌ ଚାଲିଗଲା ଉତାରୁ ପରିବାରଟା ଭାଂଗି ପଡ଼ିଛନ୍‌। ପ୍ରଧାନମନ୍ତ୍ରୀ ଆବାସ ଘର ଦରଖଁଡ଼ିଆ ହେଇ ପଡ଼ିଛେ, ରାଶନକାର୍ଡ, ଶାଶ୍‌ର ଭତାକାର୍ଡ ବଁଧା ପଡ଼ିଛେ। ଅଷ୍ଟମୀ ବୁଢ଼ୀ ଶାଶ୍‌ ଆର ନିଜର ୪ ଛୁଆପୁତାକୁ କେନ୍‌ଥେଇ ପାଲ୍‌ପୋଷ କରବେ ସେ ଚିନ୍‌ତାରେ ଭାଂଗି ପଡ଼ିଛନ୍‌। ଇ ଘଟନା ବାବ୍‌ଦେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରକଁର ଦୁରୁଷ୍‌ଟି ଆକରଷନ୍‌ କଲାରୁ ସେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧ୍‌କାରୀମାନକୁ ରିପୋର୍ଟ ଠୁଲାବାକେ ନିରଦେଶ ଦେବାର ସଂଗେ ରେଡ୍‌କ୍ରସରୁ ପୀଡ଼ିତ ପରିବାରକେ ୧୦ ହଜାର ଟଁକା ସାହାଯ୍‌ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧ୍‌କାରୀକଁର ରିପୋର୍ଟ ଅନ୍‌ସାରେ ପୀଡ଼ିତ ପରିବାରକେ ହରିଶ୍ଚନ୍ଦ୍ର ଯୋଜନାର ଟଁକା, ଅଙ୍ଗନଓ୍ବାଡି ତରଫୁ ଛୁଆମାନକୁ ପୁଷ୍ଟିକର ଖାଏଦ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାକି ଟଁକା, ରାସନ ସାମାନ ଆର ଅଷ୍ଟମୀକୁଁ ବିଧବା ଭତା ଦେବାର ବେବସ୍‌ତା କରାଯିବା। ଖତୁକଁର ଶୁଧିକାଯ୍‌ ସଏଲା ଉତାରୁ ଫେନ୍‌ ପରଶାସନ ତରଫୁ ଟଁକା ପଏସା ସାହାଯ୍‌ ଯୁଗେଇ ଦିଆଯିବା ବଲି ଜିଲାପାଳ କହିଛନ୍‌। ଇ ଦିଗେ ପଦକ୍ଷେପ ନେବାକେ ଜିଲାପାଳ ଉପଜିଲାପାଳକୁଁ ବି ନିରଦେଶ ଦେଇଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?