ହାଟପଦାପଡ଼ା ସ୍କୁଲରେ ପଢ଼ାକୁଠି ଅଭାବ: ଗୋଷ୍ଠୀ କେନ୍ଦ୍ରରେ ଚାଲିଛେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା

ଲାଠୋର, ୨୨।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୋଷ୍ଠୀ କେନ୍ଦ୍ରରେ ଅନେକ ମାସ ହେଲା ଥାନୀଅ ହାଟପଦାପଡ଼ା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ଚାଲିଛେ। ଏନ୍‌ତାଥି ଗୋଷ୍ଠୀ କେନ୍ଦ୍ରରେ ହେବାକେ ଥିବାର ଉନିଅଁା କାଯ୍‌ରେ ଅସ୍‌ବିଧା ହେଉଛେ। ଇଆଡ଼େ ସରକାର ପ୍ରାଥମିକ ଶିକ୍ଷାର ବିକାଶ ଲାଗି ରାଜକୋଷରୁ ପାଏନ୍‌ ଲେଖେଁ ଟଁକା ଖରଚ୍‌ କରୁଛନ୍‌। ହେଲେ କେନ୍‌ ସ୍କୁଲରେ ପଢ଼ାକୁଠି ନାଇଁ ତ ଆର କେନ୍‌ନେ ଶିକ୍ଷକ ଅଭାବୁ ପାଠ୍‌ପଢ଼ା ନାଇଁ ହେବାର।
ସୂଚନା ଅନ୍‌ସାରେ ୧୯୭୯ ସାଲେ ଲାଠୋର ହାଟପଦାପଡ଼ାରେ ଗୁଟେ ସରକାରୀ ପ୍ରାଥମିକ ସ୍କୁଲର ଥାପନା କରାଯାଇଥିଲା। ସ୍କୁଲର ନିଜର ଜାଗାବାଡ଼ି ରହିଥିଲେ ବି ସେଠାନେ ପଢ଼ାକୁଠିର ଅଭାବ ରହିଛେ। ସେନ୍‌ତା ସ୍କୁଲର ବାଡ଼ାକେ ଲାଗି ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଛେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଖପ୍ରାଖୋଲ ବ୍ଲକ ଶିକ୍ଷା ଅଧ୍‌କାରୀ ଚିଠି ସଂଖ୍ୟା ୧୦୧୩, ତା.୧୨ା୭ା୨୦୧୯ରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀକୁଁ ସେଠାନେ ଛାତ୍ରୀଛାତ୍ରକୁଁ ପାଠ୍‌ ନାଇଁ ପଢ଼େଇ କରି ପାସର ଗୋଷ୍ଠୀ କେନ୍ଦ୍ରରେ ପଢ଼ାବାକେ ନିରଦେଶ ଦେଇଥିଲେ। ସେନ୍‌ତା ଚିଠି ସଂଖ୍ୟା ୧୦୧୪, ତା.୧୨ା୭ା୨୦୧୯ରେ ବିଇଓ ଲାଠୋର ସରପଁଚ୍‌କୁଁ ଚିଠି କରି ଗୋଷ୍ଠୀ କେନ୍ଦ୍ରରେ ପିଲାମାନକର ପାଠ୍‌ ପଢ଼ବାର ବେବସ୍‌ତା କରବାକେ ଅନୁରୋଧ କରିଥିଲେ। ବିଇଓକଁର ଅନୁରୋଧ୍‌ ହିସାବେ ଲାଠୋର ସରପଁଚ୍‌ ବି ଲକ୍ଷାଧିକ୍‌ ଟଁକା ଖରଚ୍‌ କରି ଗୋଷ୍ଠୀ କେନ୍ଦ୍ରରେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ବାର ସୁବିଧା କଲେ। ଇ ଭିତରେ ରାଜନେତା, ଜିଲା ଯୋଜନା ବୋର୍ଡ ସଦସିଅ ସତ୍ୟନାରାୟଣ ଭୋଇ ଆର ବିଭାଗୀୟ ଅଧ୍‌କାରୀମାନେ ପରିଦରଶନରେ ଆସି ସବୁ ସମସିଆ ଉପରେ ପଚାରି ବୁଝିଥିଲେ। ହେଲେ ଆଏଜ୍‌ତକ ଇ ଦିଗେ ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନାଇଁ ନେଇ। ସେନ୍‌ତା ୧୮ା୨ା୨୦୨୦ରେ ଜିଲା ମନିଟରିଂ ଟିମ ସ୍କୁଲରେ ପୁହୁଁଚି ଥିଲେ। ଜିଲା ମନିଟରିଂ ଟିମ୍‌କେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ଶବର ଆର ସିଆର୍‌ସିସି କୁଞ୍ଜ ବିହାରୀ ସରାପ ସ୍କୁଲର ସମସିଆ ବାବ୍‌ଦେ କହିଥିଲେ। ଉନିଅଁା ଅଧ୍‌କାରୀମାନକୁ ସ୍କୁଲ ତରଫୁ ସମସିଆର ସମାଧାନ ଲାଗି ଅନୁରୋଧ କଲେ ଆମେ ପଦକ୍ଷେପ ନେଇଛୁଁ। ଦିନୁ ଦିନ୍‌କେ ସମସିଆର ସମାଧାନ ହେବା ବଲି କଥାଟାକେ କିଁଦ୍‌ରଉଛନ୍‌। ଇଆଡ଼େ ସ୍କୁଲର କେତେ ଜମି ରହିଛେ ସେଟାକେ ମପାଜୁଖା କରାଯାଉ। ସେଠାନେ ସ୍କୁଲର ନୂତନ କୁଠା ବନେଇ ଗୋଷ୍ଠୀ କେନ୍ଦ୍ରରୁ ଛାତ୍ରୀଛାତ୍ରକୁଁ ସେଠାନ୍‌କେ ନିଆଯାଉ ବଲି ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri