ଫୋନ୍‌ ବ୍ୟବହାର କରୁଥିଲେ

ମୋବାଇଲ୍‌ ଫୋନ୍‌ ଚୋରି ହେବା କିମ୍ବା ଏଥିରୁ ଡାଟା ଚୋରି ହେବା ଯୋଗୁ ବର୍ତ୍ତମାନ ଅନେକ ମହିଳା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ବ୍ୟବହାର କରିବା ବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…

– ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫୋନ୍‌ ଆପଣଙ୍କର ଯେତେ ପର୍ସନାଲ୍‌ ହେଉ ନା କାହିଁକି, ଏଥିରେ ଏଭଳି କିଛି ଡାଟା ଷ୍ଟୋର କରି ରଖନ୍ତୁ ନାହିଁ, ଯାହାର କୌଣସି ବି ଅପବ୍ୟବହାର କରାଯାଇପାରିବ।
– ଘରକୁ ଚାକରାଣୀ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଲାଗି ବାହାର ଲୋକ ଆସୁଥିଲେ ଫୋନ୍‌କୁ ଏଣେ ତେଣେ ନ ରଖି ସୁରକ୍ଷିତ ସ୍ଥାନରେ ରଖନ୍ତୁ। ସେହିପରି ବାହାରକୁ ଯିବା ସମୟରେ ଯଦି ପକେଟରେ କିମ୍ବା ବ୍ୟାଗ୍‌ରେ ଫୋନ୍‌ ରଖୁଛନ୍ତି ତେବେ ବାରମ୍ବାର ଚେକ୍‌ କରିବାକୁ ଭୁଲନ୍ତୁ ନାହିଁ।
– ଏହା ବ୍ୟତୀତ ଫୋନ୍‌କୁ ପାସ୍‌ୱାର୍ଡ ପ୍ରୋଟେକ୍ଟେଡ୍‌ ରଖନ୍ତୁ। ଏଥିପାଇଁ ଆପଣ ସିକ୍ୟୁରିଟ କୋଡ୍‌ କିମ୍ବା ପାଟର୍ନ ବ୍ୟବହାର କରିପାରିବେ। ହେଲେ ଯଦି ଆପଣଙ୍କ ଫୋନ୍‌ରେ ଫିଙ୍ଗର୍‌ପ୍ରିଣ୍ଟ ଲକ୍‌ ସିଷ୍ଟମ ରହିଛି ତେବେ ଏହାର ସୁବିଧା ନେଇପାରିବେ।
– ଫୋନ୍‌ରେ ପାସ୍‌ୱାର୍ଡ ମ୍ୟାନେଜମେଣ୍ଟ ସଫ୍ଟୱେର୍‌ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହାକୁ ରଖିବା ଦ୍ବାରା ଆପଣ କ୍ରେଡିଟ୍‌ କାର୍ଡ, ପାସ୍‌ୱାର୍ଡ, ଫଟୋ କିମ୍ବା ଅନ୍ୟାନ୍ୟ ମହତ୍ତ୍ବପୂର୍ଣ୍ଣ ଡାଟା ସୁରକ୍ଷିତ ରଖିପାରିବେ। ଏମିତି କି ଫୋନ୍‌ ହଜିଗଲେ କିମ୍ବା ଚୋରି ହୋଇଗଲେ ମଧ୍ୟ ବିନା ପାସ୍‌ୱାର୍ଡରେ କେହି ଏହାକୁ ଖୋଲିପାରିବେ ନାହିଁ।
– ବର୍ତ୍ତମାନ ଅନେକ ନାମୀଦାମୀ କମ୍ପାନୀର ଫୋନ୍‌ରେ ଅପ୍‌ଲୋଡିଂ ଏବଂ ଡାଉନ୍‌ଲୋଡିଂରେ ଲକ୍‌ ସିଷ୍ଟମ୍‌ ଉପଲବ୍ଧ, ଯାହାଦ୍ବାରା ଆପଣଙ୍କ ବ୍ୟତୀତ ଅନ୍ୟ କେହି ଚାହିଁଲେ ଫୋନ୍‌ରୁ କୌଣସି ଡାଟା କପି କିମ୍ବା ଫର୍‌ୱାର୍ଡ କରିପାରିବେ ନାହିଁ।
– ଯଦି ଫୋନ୍‌ରେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ତେବେ ସିକ୍ୟୁରିଟି ସିଷ୍ଟମ୍‌ ରଖନ୍ତୁ। ତଥାପି ଫୋନ୍‌ ହଜିବା ମାତ୍ରେ ପ୍ରଥମେ ସମସ୍ତ ଅନ୍‌ଲାଇନ୍‌ ଆକାଉଣ୍ଟର ପାସ୍‌ୱାର୍ଡ ପରିବର୍ତ୍ତନ କରିଦିଅନ୍ତୁ।
– ଫୋନ୍‌ ହଜିବା ମାତ୍ରେ ସିମ୍‌ କନେକ୍ସନ୍‌କୁ ତୁରନ୍ତ ବ୍ଲକ କରିଦିଅନ୍ତୁ। ଏହାକୁ ନେଇ କେହି ଯେପରି କୌଣସି ଆପରାଧିକ କାର୍ଯ୍ୟ ନ କରିପାରିବେ ସେଥିପାଇଁ ତୁରନ୍ତ ନିକଟସ୍ଥ ଥାନାରେ ଏନେଇ ଏକ କମ୍ପ୍ଲେନ୍‌ ଲେଖାଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri