ଫୋନ୍‌ ବ୍ୟବହାର କରୁଥିଲେ

ମୋବାଇଲ୍‌ ଫୋନ୍‌ ଚୋରି ହେବା କିମ୍ବା ଏଥିରୁ ଡାଟା ଚୋରି ହେବା ଯୋଗୁ ବର୍ତ୍ତମାନ ଅନେକ ମହିଳା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ବ୍ୟବହାର କରିବା ବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…

– ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫୋନ୍‌ ଆପଣଙ୍କର ଯେତେ ପର୍ସନାଲ୍‌ ହେଉ ନା କାହିଁକି, ଏଥିରେ ଏଭଳି କିଛି ଡାଟା ଷ୍ଟୋର କରି ରଖନ୍ତୁ ନାହିଁ, ଯାହାର କୌଣସି ବି ଅପବ୍ୟବହାର କରାଯାଇପାରିବ।
– ଘରକୁ ଚାକରାଣୀ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଲାଗି ବାହାର ଲୋକ ଆସୁଥିଲେ ଫୋନ୍‌କୁ ଏଣେ ତେଣେ ନ ରଖି ସୁରକ୍ଷିତ ସ୍ଥାନରେ ରଖନ୍ତୁ। ସେହିପରି ବାହାରକୁ ଯିବା ସମୟରେ ଯଦି ପକେଟରେ କିମ୍ବା ବ୍ୟାଗ୍‌ରେ ଫୋନ୍‌ ରଖୁଛନ୍ତି ତେବେ ବାରମ୍ବାର ଚେକ୍‌ କରିବାକୁ ଭୁଲନ୍ତୁ ନାହିଁ।
– ଏହା ବ୍ୟତୀତ ଫୋନ୍‌କୁ ପାସ୍‌ୱାର୍ଡ ପ୍ରୋଟେକ୍ଟେଡ୍‌ ରଖନ୍ତୁ। ଏଥିପାଇଁ ଆପଣ ସିକ୍ୟୁରିଟ କୋଡ୍‌ କିମ୍ବା ପାଟର୍ନ ବ୍ୟବହାର କରିପାରିବେ। ହେଲେ ଯଦି ଆପଣଙ୍କ ଫୋନ୍‌ରେ ଫିଙ୍ଗର୍‌ପ୍ରିଣ୍ଟ ଲକ୍‌ ସିଷ୍ଟମ ରହିଛି ତେବେ ଏହାର ସୁବିଧା ନେଇପାରିବେ।
– ଫୋନ୍‌ରେ ପାସ୍‌ୱାର୍ଡ ମ୍ୟାନେଜମେଣ୍ଟ ସଫ୍ଟୱେର୍‌ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହାକୁ ରଖିବା ଦ୍ବାରା ଆପଣ କ୍ରେଡିଟ୍‌ କାର୍ଡ, ପାସ୍‌ୱାର୍ଡ, ଫଟୋ କିମ୍ବା ଅନ୍ୟାନ୍ୟ ମହତ୍ତ୍ବପୂର୍ଣ୍ଣ ଡାଟା ସୁରକ୍ଷିତ ରଖିପାରିବେ। ଏମିତି କି ଫୋନ୍‌ ହଜିଗଲେ କିମ୍ବା ଚୋରି ହୋଇଗଲେ ମଧ୍ୟ ବିନା ପାସ୍‌ୱାର୍ଡରେ କେହି ଏହାକୁ ଖୋଲିପାରିବେ ନାହିଁ।
– ବର୍ତ୍ତମାନ ଅନେକ ନାମୀଦାମୀ କମ୍ପାନୀର ଫୋନ୍‌ରେ ଅପ୍‌ଲୋଡିଂ ଏବଂ ଡାଉନ୍‌ଲୋଡିଂରେ ଲକ୍‌ ସିଷ୍ଟମ୍‌ ଉପଲବ୍ଧ, ଯାହାଦ୍ବାରା ଆପଣଙ୍କ ବ୍ୟତୀତ ଅନ୍ୟ କେହି ଚାହିଁଲେ ଫୋନ୍‌ରୁ କୌଣସି ଡାଟା କପି କିମ୍ବା ଫର୍‌ୱାର୍ଡ କରିପାରିବେ ନାହିଁ।
– ଯଦି ଫୋନ୍‌ରେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ତେବେ ସିକ୍ୟୁରିଟି ସିଷ୍ଟମ୍‌ ରଖନ୍ତୁ। ତଥାପି ଫୋନ୍‌ ହଜିବା ମାତ୍ରେ ପ୍ରଥମେ ସମସ୍ତ ଅନ୍‌ଲାଇନ୍‌ ଆକାଉଣ୍ଟର ପାସ୍‌ୱାର୍ଡ ପରିବର୍ତ୍ତନ କରିଦିଅନ୍ତୁ।
– ଫୋନ୍‌ ହଜିବା ମାତ୍ରେ ସିମ୍‌ କନେକ୍ସନ୍‌କୁ ତୁରନ୍ତ ବ୍ଲକ କରିଦିଅନ୍ତୁ। ଏହାକୁ ନେଇ କେହି ଯେପରି କୌଣସି ଆପରାଧିକ କାର୍ଯ୍ୟ ନ କରିପାରିବେ ସେଥିପାଇଁ ତୁରନ୍ତ ନିକଟସ୍ଥ ଥାନାରେ ଏନେଇ ଏକ କମ୍ପ୍ଲେନ୍‌ ଲେଖାଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?