ଫିକା ଫିକା ରଜ

ବାହାଘର ପରେ ପ୍ରଥମ ରଜ। ନୂଆ ପିନ୍ଧିବା, ସ୍ବାମୀଙ୍କ ସହ ବୁଲିଯିବା ଆଉ ବାପଘରେ ଯାଇ ପୁରୁଣାଦିନର ରଜ ଅନୁଭୂତିକୁ ସାଉଁଟିବାକୁ ନେଇ କେତେ କେତେ ସ୍ବପ୍ନ। ହେଲେ କୋଭିଡ କଟକଣା ଭିତରେ ଏସବୁ ପ୍ଲାନିଂ ପଡ଼ିଯାଇଛି ଫିକା। ଏମିତିରେ ଶାଶୁଘରେ ନିଜର ପ୍ରଥମ ରଜ ପାଳିବାର ଅନୁଭୂତି ସମ୍ପର୍କରେ ଯାହା କୁହନ୍ତି ଏମାନେ…

ଘର ଭିତରେ ରଜ ପାଳିବା
ଏକ ନିଆରା ଅନୁଭୂତି
ପିଲାବେଳୁ ରଜ ଆସିଲେ ମନରେ ଖୁସି କହିଲେ ନ ସରେ। ହେଲେ ଏଥରର ରଜ ସବୁଠୁ ସ୍ପେଶାଲ। କାରଣ ଏହା ମୋର ବାହାଘର ପରେ ପ୍ରଥମ ରଜ। ପ୍ଲାନିଂ ବହୁତ କିଛି ଥିଲା। ସ୍ବାମୀଙ୍କ ସହ ଦିନେ ବାପଘରକୁ ଯିବି, ଦିନେ ପୁରୀ ଆଉ ଦିନେ ଓ୍ବାଟରପାର୍କ କିମ୍ବା ଫିଲ୍ମ ଦେଖି ବାହାରେ ବୁଲାବୁଲି କରିବୁ। ହେଲେ କିଏ ଜାଣିଥିଲା କରୋନା ପାଇଁ ଲକ୍‌ଡାଉନ୍‌ ସବୁ ଆଶାକୁ ଧୂଳିସାତ୍‌ କରିଦେବ। ତଥାପି ଶାଶୁଘରେ ସଭିଙ୍କ ସହ ରଜ ପାଳନରେ ବେଶ୍‌ ମଜା ଆସୁଛି। ରଜକୁ ଆହୁରି ସ୍ପେଶାଲ କରିବା ଲାଗି କେବଳ ପିଠା ନୁହେଁ ଭଳିକି ଭଳି ରେସିପି ଇଣ୍ଟରନେଟ୍‌ରୁ ଦେଖି ପ୍ରସ୍ତୁତ କରୁଛୁ। ରଜ ପାନ ଖାଇବା ସହ ଘରେ ଦୋଳି ଖେଳ ବି ହେଉଛି। ସତ କହିବାକୁ ଗଲେ ସମ୍ପୂର୍ଣ୍ଣ ଘରେ ରହି ରଜ ପାଳିବାରେ ଏହି ନିଆରା ଅନୁଭୂତି ବୋଧହୁଏ ବାହାରକୁ ଗଲେ ମିସ୍‌ ହୋଇଥାନ୍ତା। – ଅଙ୍କିତା ପାଢ଼ୀ ଦାଶ
( ସୁନ୍ଦରଗ୍ରାମ, କଟକ)
ଘର ଲୋକଙ୍କୁ ମିସ୍‌ କରୁଛି
ରଜ ପର୍ବ ନାଁ ଶୁଣିବା ମାତ୍ରେ ଓଠରେ ଖେଳିଯାଏ ହସର ଲହିରି। ବେଶ୍‌ କିଛି ଦିନ ଆଗରୁ ନୂଆ ଡ୍ରେସ୍‌ କିଣାଠୁ ଆରମ୍ଭ କରି ଦୋଳି ବନ୍ଧା ଏବଂ କେଉଁଆଡେ ବୁଲିବା, କ’ଣ ଖାଇବା ଇତ୍ୟାଦିକୁ ନେଇ ଚାଲେ କେତେ ପ୍ଲାନିଂ। କେବଳ ଏତିକି ନୁହେଁ ରଜରେ ବଡ଼ି ଭୋରରୁ ଗାଧେଇ ନୂଆ ପିନ୍ଧି ସଜବାଜ ହୋଇ ସାଙ୍ଗମାନଙ୍କ ସହ ପରସ୍ପରର ଘରକୁ ଯାଇ ପୋଡ ପିଠା ଆଉ ପାନ ଖାଇବାର ମଜା ସତରେ ନିଆରା। ତେବେ ଚଳିତ ବର୍ଷ ବିବାହପରେ ପ୍ରଥମ ରଜ ହୋଇଥିବାରୁ ବେଶୀ ଏକ୍ସାଇଟ୍‌ମେଣ୍ଟ ଥିଲା। ଶାଶୁଘରେ ପାଳିବା ସହ ଗୋଟିଏ ଦିନ ହେଲେବି ବାପଘରକୁ ଯିବାକୁ ମନସ୍ତ କରିଥିଲି। କିନ୍ତୁ ଲକ୍‌ଡାଉନ୍‌ ଥିବାରୁ ଏହା ସମ୍ଭବ ହୋଇପାରିଲାନାହିଁ। ଶାଶୁଘରେ ଖୁବ୍‌ ଭଲ ଭାବେ ରାଜ ପାଳୁଥିଲେବି ଜୀବନରେ ପ୍ରଥମଥର ରଜରେ ବାପଘର ଲୋକଙ୍କ ପାଖରେ ନ ଥିବାରୁ ବହୁତ ମିସ୍‌ ବି କରୁଛି। ତେଣୁ ଭିଡିଓ କଲିଂରେ କଥା ହୋଇ ମନ ବୁଝାଇ ଦେଉଛି।
– ଦୀପାଞ୍ଜଳି ନାୟକ(ଭଦ୍ରକ)
ଦୁଃଖ ଲାଗିଲେ ବି କଟକଣାକୁ ସ୍ବାଗତ ଜଣାଇଛି
ବିଭାଘର ପରେ ପ୍ରଥମ ରଜ ଉତ୍ସବ ପରମ୍ପରା ଅଲଗା। ଏହା ଉପଲକ୍ଷେ ବାପ ଘରୁ ନୂଆ ଲୁଗା, ପିଠା ପଣା ଆସେ। ଦୋଳି ଖେଳ ସାଙ୍ଗକୁ ଅନେକ କିଛି ମଜା ମସ୍ତି ହୁଏ। ଅନ୍ୟ ନୂଆ ବୋହୂମାନଙ୍କ ପରି ମୋ ଜୀବନରେ ବିବାହ ପରର ଏହି ପ୍ରଥମ ରଜ ପାଳନକୁ ନେଇ ଖୁବ୍‌ ଉତ୍ସାହିତ ଥିଲି। ହେଲେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନେଇ ସରକାର ରଜ ପାଳନ ଉପରେ ଅଙ୍କୁଶ ଲଗାଇବା ଫଳରେ ସବୁ ଆଶା ମଉଳିଗଲା। ହେଲେ ଯେଉଁଠି ଜୀବନ ବଞ୍ଚାଇବା କଥା ଆସୁଛି ସେଠାରେ କଟକଣାକୁ ସ୍ବାଗତ କରିବା ଆବଶ୍ୟକ। କାରଣ ରଜ ପ୍ରତିବର୍ଷ ଆସିବ ହେଲେ ସାମାନ୍ୟ ଖୁସି କରିବା ଆଳରେ ନିଜ ସହିତ ପରିବାର ଲୋକଙ୍କୁ ବିପଦମୁଖକୁ ଠେଲିଦେବା ଠିକ୍‌ ନୁହେଁ। ତେଣୁ ବାହାରକୁ ନ ଯାଇ ଘରେ ବେଶ୍‌ ଭଲ ଭାବେ ଏହି ଉତ୍ସବର ମଜା ନେଉଛୁ। – ମିନତି ସିଂହ
(ଶିକ୍ଷୟିତ୍ରୀ, ତେଲକୋଇ, କେନ୍ଦୁଝର)
ଅପେକ୍ଷା ଆର ବର୍ଷକୁ
ଓଡିଆ ଘରେ ବାର ମାସରେ ତେର ପର୍ବ। ତେବେ ସବୁ ପର୍ବ ଭିତରେ ରଜ ପାଳିବାର ମଜା ସ୍ପେଶାଲ୍‌। ପ୍ରତିବର୍ଷ ରଜ ତିନିଦିନରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ବହୁତ ମଜା କରୁ। ବିଶେଷ କରି ବୁଲାବୁଲି ଏବଂ ଫିଲ୍ମ ଦେଖା ଏହାର ଖୁସିକୁ ଦ୍ୱିଗୁଣିତ କରିଦିଏ। ତେବେ ଚଳିତ ବର୍ଷ ବିବାହପରେ ଶାଶୁଘରେ ପ୍ରଥମ ରଜ ହୋଇଥିବାରୁ ସ୍ବାମୀଙ୍କ ସହ ପୁରୀ, କୋଣାର୍କ ଆଦି ବୁଲିଯିବା ସହ ଆହୁରି ଅନେକ ପ୍ଲାନିଂ ଥିଲା। ଲକ୍‌ଡାଉନ୍‌ ପାଇଁ ଏସବୁ କେବଳ ଭାବନାରେ ସୀମିତ ହୋଇ ରହିଗଲା। ମହାପ୍ରଭୁଙ୍କ ଦୟାରୁ ଶୀଘ୍ର ଏ ମହାମାରୀ ଦୂର ହେଲେ ଆର ବର୍ଷ ରଜରେ ପୁରୀ ଯିବାକୁ ଅପେକ୍ଷା ରହିଲା। ତେବେ ଏ ସବୁ ସତ୍ତ୍ୱେ ବି ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହି ଶାଶୁଘର ଲୋକଙ୍କ ସହ ରଜକୁ ବେଶ୍‌ ଏନ୍‌ଜୟ କରୁଛି।
– ପ୍ରିୟମ୍ବଦା ନାୟକ(ଭୁବନେଶ୍ୱର)
ଫିକା ପଡ଼ିଗଲା ରଜ ମଉଜ
– ଝିଅ ସମୟରେ ଓ ବାହାଘର ପରେ ପ୍ରଥମ ବର୍ଷ ବୋହୂ ଭାବରେ ରଜ ଉତ୍ସବ ପାଳନର ଏକ ଭିନ୍ନ ମଜା ଥାଏ। ସେ ସମୟରେ ଶାଶୁଘରେ ଏକ ସ୍ପେଶାଲ ଅନୁଭୂତି ଥାଏ। ବାପ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧି ପିଠା ପଣା, ଫଳ ଆଦି ଭାର ଖାଇ ରଜ ଦୋଳି ଖେଳିବାକୁ କେଉଁ ଝିଅ ବା ଉତ୍କଣ୍ଠାର ସହ ଚାହିଁ ରହି ନ ଥାଏ। ହେଲେ ଦୁର୍ଭାଗ୍ୟ ବଶତଃ ମୋ ବାହାଘରର ପ୍ରଥମ ବର୍ଷରେ ଏ ସବୁ ଖୁସିରୁ ବଞ୍ଚତ୍ତ ହେବାକୁ ପଡୁଛି। କରୋନା ମହାମାରୀରର ଭୟଙ୍କର ରୂପ ଆଗରେ କେବଳ ମୋ ପାଇଁ ନୁହେଁ ସଭିଙ୍କର ରଜ ମଉଜ ଫିକା ପଡି ଯାଇଛି। ତେଣୁ ବୁଲାବୁଲି କିମ୍ବା ସଭିଏଁ ଏକାଠି ହୋଇ ଦୋଳିଖେଳର ମଜା ବିନା ଘରେ ପିଠା ପଣା ଖାଇ, ନୂଆ ପିନ୍ଧି, ଲୁଡୁ, ତାସ ଆଦି ଖେଳି ରଜ ପାଳୁଛୁ। – ଲୀଳାବତୀ ବ୍ରହ୍ମ
(ମାଧପୁର, କେନ୍ଦୁଝର)


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri