ଫିକା ଫିକା ରଜ

ବାହାଘର ପରେ ପ୍ରଥମ ରଜ। ନୂଆ ପିନ୍ଧିବା, ସ୍ବାମୀଙ୍କ ସହ ବୁଲିଯିବା ଆଉ ବାପଘରେ ଯାଇ ପୁରୁଣାଦିନର ରଜ ଅନୁଭୂତିକୁ ସାଉଁଟିବାକୁ ନେଇ କେତେ କେତେ ସ୍ବପ୍ନ। ହେଲେ କୋଭିଡ କଟକଣା ଭିତରେ ଏସବୁ ପ୍ଲାନିଂ ପଡ଼ିଯାଇଛି ଫିକା। ଏମିତିରେ ଶାଶୁଘରେ ନିଜର ପ୍ରଥମ ରଜ ପାଳିବାର ଅନୁଭୂତି ସମ୍ପର୍କରେ ଯାହା କୁହନ୍ତି ଏମାନେ…

ଘର ଭିତରେ ରଜ ପାଳିବା
ଏକ ନିଆରା ଅନୁଭୂତି
ପିଲାବେଳୁ ରଜ ଆସିଲେ ମନରେ ଖୁସି କହିଲେ ନ ସରେ। ହେଲେ ଏଥରର ରଜ ସବୁଠୁ ସ୍ପେଶାଲ। କାରଣ ଏହା ମୋର ବାହାଘର ପରେ ପ୍ରଥମ ରଜ। ପ୍ଲାନିଂ ବହୁତ କିଛି ଥିଲା। ସ୍ବାମୀଙ୍କ ସହ ଦିନେ ବାପଘରକୁ ଯିବି, ଦିନେ ପୁରୀ ଆଉ ଦିନେ ଓ୍ବାଟରପାର୍କ କିମ୍ବା ଫିଲ୍ମ ଦେଖି ବାହାରେ ବୁଲାବୁଲି କରିବୁ। ହେଲେ କିଏ ଜାଣିଥିଲା କରୋନା ପାଇଁ ଲକ୍‌ଡାଉନ୍‌ ସବୁ ଆଶାକୁ ଧୂଳିସାତ୍‌ କରିଦେବ। ତଥାପି ଶାଶୁଘରେ ସଭିଙ୍କ ସହ ରଜ ପାଳନରେ ବେଶ୍‌ ମଜା ଆସୁଛି। ରଜକୁ ଆହୁରି ସ୍ପେଶାଲ କରିବା ଲାଗି କେବଳ ପିଠା ନୁହେଁ ଭଳିକି ଭଳି ରେସିପି ଇଣ୍ଟରନେଟ୍‌ରୁ ଦେଖି ପ୍ରସ୍ତୁତ କରୁଛୁ। ରଜ ପାନ ଖାଇବା ସହ ଘରେ ଦୋଳି ଖେଳ ବି ହେଉଛି। ସତ କହିବାକୁ ଗଲେ ସମ୍ପୂର୍ଣ୍ଣ ଘରେ ରହି ରଜ ପାଳିବାରେ ଏହି ନିଆରା ଅନୁଭୂତି ବୋଧହୁଏ ବାହାରକୁ ଗଲେ ମିସ୍‌ ହୋଇଥାନ୍ତା। – ଅଙ୍କିତା ପାଢ଼ୀ ଦାଶ
( ସୁନ୍ଦରଗ୍ରାମ, କଟକ)
ଘର ଲୋକଙ୍କୁ ମିସ୍‌ କରୁଛି
ରଜ ପର୍ବ ନାଁ ଶୁଣିବା ମାତ୍ରେ ଓଠରେ ଖେଳିଯାଏ ହସର ଲହିରି। ବେଶ୍‌ କିଛି ଦିନ ଆଗରୁ ନୂଆ ଡ୍ରେସ୍‌ କିଣାଠୁ ଆରମ୍ଭ କରି ଦୋଳି ବନ୍ଧା ଏବଂ କେଉଁଆଡେ ବୁଲିବା, କ’ଣ ଖାଇବା ଇତ୍ୟାଦିକୁ ନେଇ ଚାଲେ କେତେ ପ୍ଲାନିଂ। କେବଳ ଏତିକି ନୁହେଁ ରଜରେ ବଡ଼ି ଭୋରରୁ ଗାଧେଇ ନୂଆ ପିନ୍ଧି ସଜବାଜ ହୋଇ ସାଙ୍ଗମାନଙ୍କ ସହ ପରସ୍ପରର ଘରକୁ ଯାଇ ପୋଡ ପିଠା ଆଉ ପାନ ଖାଇବାର ମଜା ସତରେ ନିଆରା। ତେବେ ଚଳିତ ବର୍ଷ ବିବାହପରେ ପ୍ରଥମ ରଜ ହୋଇଥିବାରୁ ବେଶୀ ଏକ୍ସାଇଟ୍‌ମେଣ୍ଟ ଥିଲା। ଶାଶୁଘରେ ପାଳିବା ସହ ଗୋଟିଏ ଦିନ ହେଲେବି ବାପଘରକୁ ଯିବାକୁ ମନସ୍ତ କରିଥିଲି। କିନ୍ତୁ ଲକ୍‌ଡାଉନ୍‌ ଥିବାରୁ ଏହା ସମ୍ଭବ ହୋଇପାରିଲାନାହିଁ। ଶାଶୁଘରେ ଖୁବ୍‌ ଭଲ ଭାବେ ରାଜ ପାଳୁଥିଲେବି ଜୀବନରେ ପ୍ରଥମଥର ରଜରେ ବାପଘର ଲୋକଙ୍କ ପାଖରେ ନ ଥିବାରୁ ବହୁତ ମିସ୍‌ ବି କରୁଛି। ତେଣୁ ଭିଡିଓ କଲିଂରେ କଥା ହୋଇ ମନ ବୁଝାଇ ଦେଉଛି।
– ଦୀପାଞ୍ଜଳି ନାୟକ(ଭଦ୍ରକ)
ଦୁଃଖ ଲାଗିଲେ ବି କଟକଣାକୁ ସ୍ବାଗତ ଜଣାଇଛି
ବିଭାଘର ପରେ ପ୍ରଥମ ରଜ ଉତ୍ସବ ପରମ୍ପରା ଅଲଗା। ଏହା ଉପଲକ୍ଷେ ବାପ ଘରୁ ନୂଆ ଲୁଗା, ପିଠା ପଣା ଆସେ। ଦୋଳି ଖେଳ ସାଙ୍ଗକୁ ଅନେକ କିଛି ମଜା ମସ୍ତି ହୁଏ। ଅନ୍ୟ ନୂଆ ବୋହୂମାନଙ୍କ ପରି ମୋ ଜୀବନରେ ବିବାହ ପରର ଏହି ପ୍ରଥମ ରଜ ପାଳନକୁ ନେଇ ଖୁବ୍‌ ଉତ୍ସାହିତ ଥିଲି। ହେଲେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନେଇ ସରକାର ରଜ ପାଳନ ଉପରେ ଅଙ୍କୁଶ ଲଗାଇବା ଫଳରେ ସବୁ ଆଶା ମଉଳିଗଲା। ହେଲେ ଯେଉଁଠି ଜୀବନ ବଞ୍ଚାଇବା କଥା ଆସୁଛି ସେଠାରେ କଟକଣାକୁ ସ୍ବାଗତ କରିବା ଆବଶ୍ୟକ। କାରଣ ରଜ ପ୍ରତିବର୍ଷ ଆସିବ ହେଲେ ସାମାନ୍ୟ ଖୁସି କରିବା ଆଳରେ ନିଜ ସହିତ ପରିବାର ଲୋକଙ୍କୁ ବିପଦମୁଖକୁ ଠେଲିଦେବା ଠିକ୍‌ ନୁହେଁ। ତେଣୁ ବାହାରକୁ ନ ଯାଇ ଘରେ ବେଶ୍‌ ଭଲ ଭାବେ ଏହି ଉତ୍ସବର ମଜା ନେଉଛୁ। – ମିନତି ସିଂହ
(ଶିକ୍ଷୟିତ୍ରୀ, ତେଲକୋଇ, କେନ୍ଦୁଝର)
ଅପେକ୍ଷା ଆର ବର୍ଷକୁ
ଓଡିଆ ଘରେ ବାର ମାସରେ ତେର ପର୍ବ। ତେବେ ସବୁ ପର୍ବ ଭିତରେ ରଜ ପାଳିବାର ମଜା ସ୍ପେଶାଲ୍‌। ପ୍ରତିବର୍ଷ ରଜ ତିନିଦିନରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ବହୁତ ମଜା କରୁ। ବିଶେଷ କରି ବୁଲାବୁଲି ଏବଂ ଫିଲ୍ମ ଦେଖା ଏହାର ଖୁସିକୁ ଦ୍ୱିଗୁଣିତ କରିଦିଏ। ତେବେ ଚଳିତ ବର୍ଷ ବିବାହପରେ ଶାଶୁଘରେ ପ୍ରଥମ ରଜ ହୋଇଥିବାରୁ ସ୍ବାମୀଙ୍କ ସହ ପୁରୀ, କୋଣାର୍କ ଆଦି ବୁଲିଯିବା ସହ ଆହୁରି ଅନେକ ପ୍ଲାନିଂ ଥିଲା। ଲକ୍‌ଡାଉନ୍‌ ପାଇଁ ଏସବୁ କେବଳ ଭାବନାରେ ସୀମିତ ହୋଇ ରହିଗଲା। ମହାପ୍ରଭୁଙ୍କ ଦୟାରୁ ଶୀଘ୍ର ଏ ମହାମାରୀ ଦୂର ହେଲେ ଆର ବର୍ଷ ରଜରେ ପୁରୀ ଯିବାକୁ ଅପେକ୍ଷା ରହିଲା। ତେବେ ଏ ସବୁ ସତ୍ତ୍ୱେ ବି ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହି ଶାଶୁଘର ଲୋକଙ୍କ ସହ ରଜକୁ ବେଶ୍‌ ଏନ୍‌ଜୟ କରୁଛି।
– ପ୍ରିୟମ୍ବଦା ନାୟକ(ଭୁବନେଶ୍ୱର)
ଫିକା ପଡ଼ିଗଲା ରଜ ମଉଜ
– ଝିଅ ସମୟରେ ଓ ବାହାଘର ପରେ ପ୍ରଥମ ବର୍ଷ ବୋହୂ ଭାବରେ ରଜ ଉତ୍ସବ ପାଳନର ଏକ ଭିନ୍ନ ମଜା ଥାଏ। ସେ ସମୟରେ ଶାଶୁଘରେ ଏକ ସ୍ପେଶାଲ ଅନୁଭୂତି ଥାଏ। ବାପ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧି ପିଠା ପଣା, ଫଳ ଆଦି ଭାର ଖାଇ ରଜ ଦୋଳି ଖେଳିବାକୁ କେଉଁ ଝିଅ ବା ଉତ୍କଣ୍ଠାର ସହ ଚାହିଁ ରହି ନ ଥାଏ। ହେଲେ ଦୁର୍ଭାଗ୍ୟ ବଶତଃ ମୋ ବାହାଘରର ପ୍ରଥମ ବର୍ଷରେ ଏ ସବୁ ଖୁସିରୁ ବଞ୍ଚତ୍ତ ହେବାକୁ ପଡୁଛି। କରୋନା ମହାମାରୀରର ଭୟଙ୍କର ରୂପ ଆଗରେ କେବଳ ମୋ ପାଇଁ ନୁହେଁ ସଭିଙ୍କର ରଜ ମଉଜ ଫିକା ପଡି ଯାଇଛି। ତେଣୁ ବୁଲାବୁଲି କିମ୍ବା ସଭିଏଁ ଏକାଠି ହୋଇ ଦୋଳିଖେଳର ମଜା ବିନା ଘରେ ପିଠା ପଣା ଖାଇ, ନୂଆ ପିନ୍ଧି, ଲୁଡୁ, ତାସ ଆଦି ଖେଳି ରଜ ପାଳୁଛୁ। – ଲୀଳାବତୀ ବ୍ରହ୍ମ
(ମାଧପୁର, କେନ୍ଦୁଝର)


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri