Posted inଜାତୀୟ

ଫଟୋଗ୍ରାଫରରୁ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି। ଜଣେ ପେସାଦାର ଫଟୋଗ୍ରାଫରରୁ ଉଦ୍ଧବ ସବୁଠୁ ଧନୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଜଣେ ମେଳାପୀ, ଭଦ୍ର ରାଜନେତା ଭାବେ ପରିଚିତ ୫୯ ବର୍ଷୀୟ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୂର୍ବ ମେଣ୍ଟ ସହଯୋଗୀ ଭାଜପା ସହ ଲଢ଼ୁଆ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଫଳରେ ତିନି ଦଶନ୍ଧିର ଗୈରିକ ମେଣ୍ଟ ଭୁଶୁଡ଼ି ପଡ଼ିଥିଲା। ଭାଜପାଠାରୁ ଦୂରେଇ ଯିବା ପରେ ଉଦ୍ଧବ ଭିନ୍ନ ନୀତି ଆଦର୍ଶର ଦଳ ଏନ୍‌ସିପି ଓ କଂଗ୍ରେସ ସହ ମିଶି ମହା ବିକାଶ ଅଘାଡି (ଏମ୍‌ଭିଏ) ଗଠନ କରିଛନ୍ତି। ଦୀର୍ଘଦିନ ଧରି ରାଜନୀତି କରୁଥିଲେ ହେଁ ଉଦ୍ଧବ କେବେ ନିର୍ବାଚନ ଲଢ଼ି ନ ଥିଲେ କିମ୍ବା ସରକାରୀ ପଦ ପଦବୀରେ ନ ଥିଲେ। ତେଣୁ ସେ କିପରି ଶାସନ କଳକୁ ପରିଚାଳନା କରିବେ ଏବଂ ଭିନ୍ନ ମତାବଲମ୍ବୀ ଦଳର ନେତାଙ୍କୁ ସାଙ୍ଗରେ ନେଇ ଚାଲିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। କାରଣ ହିନ୍ଦୁତ୍ୱ ରାଜନୀତି ଏବଂ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଶିବସେନାର ପରିଚୟ ହୋଇ ରହିଆସିଥିଲା। ଏବେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଶିବସେନାକୁ ନିଜ ନୀତିରେ ପରିବର୍ତ୍ତନ କରିବାକୁ ପଡିବ।
୧୯୬୦ ଜୁଲାଇ ୨୭ରେ ମୁମ୍ବାଇରେ ଜନ୍ମିତ ଉଦ୍ଧବ ଜେଜେ ସ୍କୁଲ୍‌ ଅଫ୍‌ ଆଟର୍‌ସରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ, ଯେଉଁଠି ତାଙ୍କର ମୁଖ୍ୟ ବିଷୟ ଥିଲା ଫଟୋଗ୍ରାଫୀ। ଫଟୋଗ୍ରାଫର ଭାବେ ତାଙ୍କର ଅନେକ ଫଟୋ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇବା ସହ ଏକାଧିକ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ତାଙ୍କର ଦୁଇଟି ଫଟୋ ପୁସ୍ତକ ମହାରାଷ୍ଟ୍ର ଦେଶ୍‌ (୨୦୧୦) ଓ ପହାବ ବିଠଲ (୨୦୧୧) ପ୍ରକାଶିତ ହୋଇଛି। ୨୦୦୩ ଜାନୁୟାରୀରେ ଉଦ୍ଧବ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ପିତା ତଥା ଦଳର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ପରଲୋକ ପରେ ୨୦୧୨ରେ ଉଦ୍ଧବ ଆନୁଷ୍ଠାନିକ ଭାବେ ଦଳ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। କିଛି ବର୍ଷ ପୂର୍ବେ ସେ କରିଥିବା ଫଟୋ ପ୍ରଦର୍ଶନୀରୁ ସଂଗୃହୀତ ୧୦ ଲକ୍ଷ ଟଙ୍କା କୃଷକମାନଙ୍କ କଲ୍ୟାଣ ପାଇଁ ଦାନ କରିଥିଲେ। କୃଷକ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଉଠାଇବା ପାଇଁ ସେ ତାଙ୍କ କର୍ମୀମାନଙ୍କୁ ଉତ୍ସାହିତ କରୁଥିଲେ। ବାନ୍ଦ୍ରାସ୍ଥିତ ଠାକ୍‌ରେ ବାସଭବନ ‘ମାତୋଶ୍ରୀ’ରୁ ଉଦ୍ଧବ ଏବେ ଦକ୍ଷିଣ ମୁମ୍ବାଇରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ବର୍ଷା’ରେ ପାଦ ଥାପିଛନ୍ତି। ଏବେ ତାଙ୍କୁ ନୀତି ଆଦର୍ଶରେ ଅନେକ ପରିବର୍ତ୍ତନ ଆଣିବାକୁ ପଡିବ। ନୂଆ ମେଣ୍ଟ ପରିଚାଳନା ଓ ସରକାର ୫ ବର୍ଷ ତିଷ୍ଠିବାକୁ ହେଲେ ତାଙ୍କୁ ନମନୀୟତା ଏବଂ ବିଚକ୍ଷଣତା ଦେଖାଇବାକୁ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଦୀପ୍ତି ଗୌର ମୁଖାର୍ଜୀ? NEET ପରୀକ୍ଷା ବିବାଦ ପରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୮: NEET-UG ପେପର୍ ଲିକ୍ ମାମଲା ହେଉ କିମ୍ବା ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଯୁବକମାନଙ୍କ ବିକ୍ଷୋଭ ଖବର ଚର୍ଚ୍ଚାରେ ରହିଛି…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri