Posted inଜାତୀୟ

ଫଙ୍ଗପାଳ କେବଳ ଫସଲ ନୁହେଁ ମଣିଷ ପାଇଁ ମଧ୍ୟ କ୍ଷତିକାରକ !

ନୂଆଦିଲ୍ଲୀ,୨୯।୫: ପାକିସ୍ତାନରେ ଏକର ଏକର ଫସଲ ନଷ୍ଟ କରୁଥିବା ପଙ୍ଗପାଳ ଦଳ ଏବେ ଭାରତରେ କାୟା ବିସ୍ତାର କରିବାକୁ ଯାଉଛନ୍ତି। ଏବେସୁଦ୍ଧା ଏହା ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ କରୁଥିବା ଜଣାପଡିଛି। ତେବେ ଏହି ପଙ୍ଗପାଳଙ୍କୁ ଘଉଡାଇବା ପାଇଁ କେଉଁଠି କେଉଁଠି ଲୋକେ ଡିଜେ ବଜାଉଥିବା ଦେଖାଯାଇଛି ତ ଆଉ କେଉଁଠି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ କିଟନାଶକ ପ୍ରୟୋଗ କରାଯାଉଛି। ଏବେ କୃଷି ବିଶେଷଜ୍ଞମାନେ କହିଛନ୍ତି କି ପଙ୍ଗପାଳ ଫସଲ ଯେମିତି ନଷ୍ଟ କରୁଛନ୍ତି ଏହା ମଣିଷମାନଙ୍କ ପ୍ରତି ମଧ୍ୟ ସେତିକି କ୍ଷତିକାରକ ହୋିପାରନ୍ତି। ଏମାନେ ଗୋଟିଏ ଦିନରେ ୧୫୦-୨୦୦ କିଲୋମିଟର ପର୍ଯ୍ୟନ୍ତ ଅତିକ୍ରମ କରୁଥିବା ବେଳେ ୧୫-୨୦ କିଲୋମିଟର ଗତିରେ ଯାଇଥାଆନ୍ତି। ଏମାନେ ଗୋଟିଏ ଦିନରେ ୧୦ଟି ହାତୀଙ୍କ ଖାଦ୍ୟ ଖାଇପାରନ୍ତି। ଏଥର ଲକ୍‌ଡାଉନ ପାଇଁ ଏମାନଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇବା ସହ ଏମାନଙ୍କ ଆକାର ମଧ୍ୟ ବୃଦ୍ଧି ପାଇଥିବା କୃଷି ବିଶେଷଜ୍ଞ କହୁଛନ୍ତି। କାରଣ ଲକ୍‌ଡାଉନ ଫଳରେ ଯେଉଁ ସମୟରେ ଏମାନଙ୍କୁ ନିୟନ୍ତ୍ରଣ କରିବା କଥା ତାହା ଠିକ୍‌ ଭାବେ କରାଯାଇ ପାରିଲା ନାହିଁ। ତେଣୁ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା। ଏବେ ଏମାନେ ଦଳ ଦଳ ହୋଇ ଫସଲ ନଷ୍ଟ କରୁଥିବା ବେଳେ ଦଳ ଦଳ ହୋଇ ଘର ମଧ୍ୟରେ ପ୍ରବେଶ କରିବାର ସମ୍ଭାବନା ଥିବାକୁ କେତେକ ସ୍ଥାନରେ ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କୁହାଯାଉଛି। କାରଣ ଏମାନେ ଯଦି ଘର ଭିତରେ ପ୍ରବେଶ କରନ୍ତି ତେବେ ଏମାନଙ୍କୁ ସମ୍ଭାଳିବା କାଠିକର ପାଠ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri