ଧାନ ଫସଲରେ ପତ୍ରପୋଡ଼ା ରୋଗ: ଚାଷୀ ହତାଶ

ଚମ୍ପୁଆ,୨୯ା୫(ଡି.ଏନ୍‌.ଏ.)- ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର ଅଢଙ୍ଗାପାଳ ଗ୍ରାମରେ ପତ୍ରପୋଡା ରୋଗ ଯୋଗୁ ପ୍ରାୟ ୪ ଏକର ଧାନ ଫସଲ ଉଜୁଡ଼ି ଯିବା ଆଶଙ୍କା ପ୍ରକାଶ ପାଇଛି। ଧାନର ଅମଳ ସମୟରେ ତଥା କେତେକ ଧାନର ଫୁଲ ଉଡ଼ାଇବା ସମୟରେ ଏହି ରୋଗ ଦେଖା ଦେଇଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଏ ନେଇ କୃଷି ଜିଲା ଅଧିକାରୀ ଗଜେନ୍ଦ୍ରନାଥ ଗଚ୍ଛାୟତଙ୍କୁ ପଚାରିବାରୁ ଧାନରେ ପତ୍ରପୋଡ଼ା ଓ କବକ ରୋଗ ଲାଗିଛି। ତୁରନ୍ତ ଏହାର ପ୍ରତିକାର ସ୍ବରୂପ ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯିବା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ସୂଚନା ଅନୁସାରେ, ଅଢ଼ଙ୍ଗାପାଳ ଗ୍ରାମର ଚାଷୀ ବାହାଦୁର ମହାନ୍ତ, ମାଗଲେନ ମହାନ୍ତ, ଲାଲମୋହନ ମୁଣ୍ଡା, ଧନେଶ୍ୱର ମହାନ୍ତ, ଚେମ୍‌ଟୁ ମହାନ୍ତ, ଛୋଟରାୟ ମହାନ୍ତ, କୁମ୍ଭ ମହାନ୍ତ ପ୍ରମୁଖ ଚାଷୀ ଚଳିତ ସିଜନରେ ପ୍ରାୟ ୪ ଏକରରୁ ଊର୍ଦ୍ଧ୍ୱ ଜମିରେ ହାଇବ୍ରିଡ ଧାନ ଚାଷ କରିଥିଲେ। ଜାନୁୟାରୀରେ ତଳି ପକାଇବା ପରେ ଫେବୃୟାରୀ ମାସ ଆରମ୍ଭରେ ଏହାକୁ ରୋଇ ଥିଲେ। ବର୍ତ୍ତମାନ ସମୟରେ କିଛି ପ୍ରଜାତିର ଧାନ ପାଚି ଯାଇଛି ଓ ଅନ୍ୟ କେତେକ ଧାନଗଛରେ ଫୁଲ ଆସିଥିବା ବେଳେ ପତ୍ରପୋଡ଼ା ରୋଗ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଏହି ଚାଷୀମାନେ ନିଜ ପରିଶ୍ରମର ଫଳ ପାଇବେ କି ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ…

ବୈତରଣୀ ନଦୀରେ ପକାଇଥିଲେ ଜାଲ, ପଡ଼ିଲା ୨୨୦ କେଜି ଓଜନର ବିଶାଳ ମାଛ

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ରୁଗୁଡ଼ିଭାଡ଼ି ସାହି ନିକଟ ଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ ବଡ଼ଧରଣର…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri