ପ୍ରୋତ୍ସାହନ ମିଳୁନି, ସଙ୍କଟରେ ଖପର କାରିଗର

ଜାମଟିକ୍ରା, ୧ା୭(ଡି.ଏନ.ଏ) ପଶ୍ଚିମ ଓଡିଶାରେ ଖପର ଘର ସଂଖ୍ୟା ଅଧିକ। ଏଥିପାଇଁ ଲୋକମାନେ ବର୍ଷା ଋତୁ ଆସିବା ପୂର୍ବରୁ ଖପର କିଣି ଛାତ ସଜାଡନ୍ତି। ଏହାକୁ ଦୃଷ୍ଟିରେ ରଖି କୁମ୍ଭାର ସମ୍ପ୍ରଦାୟର ଲୋକମାନେ ଖପର ତିଆରି କରୁଥିବାରୁ ତାକୁ କିଣିବା ପାଇଁ କାରିଗରଙ୍କ ପାଖରେ ଲୋକଙ୍କ ଭିଡ ଜମୁଛି। ବରଗଡ ଜିଲା ଅତାବିରା ବ୍ଲକ ଲଚିଦା ପଞ୍ଚାୟତର କତାବଗା ଗ୍ରାମରେ ଏହା ଦେଖିବାକୁ ମିଳିଛି। ଏଠାରେ କୁମ୍ଭାର ସମ୍ପ୍ରଦାୟର କାରିଗର ନିକଟରେ ଥିବା ଜମରୁ ମାଟି ଆଣି ଖପର ତିଆରି କରୁଛନ୍ତି। ଆଶାନୁରୂପ ଲାଭ ନ ଥିଲେ ମଧ୍ୟ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ଏହି ଗାଁର ପ୍ରାୟ ୧୦ଟି ପରିବାର।
ସାଧାରଣତଃ ୧୨-୧୪ ଓ ୧୬ ଇଞ୍ଚ ମାପର ଖପର ପ୍ରସ୍ତୁତ କରାଯାଇଥାଏ। ଏକ ହଜାର ଖପର ପ୍ରସ୍ତୁତି ପାଇଁ ମାଟି ସଂଗ୍ରହରୁ ବିକ୍ରି ପର୍ଯ୍ୟନ୍ତ ୧୦ଦିନ ଲାଗିଥାଏ। ଏକ ହଜାର ଖପର ଦୁଇ ହଜାର ଟଙ୍କାରେ ବିକ୍ରି ହେଉଛି। ଏଥିପାଇଁ ୨ଜଣଙ୍କ ଶ୍ରମଦାନର ଆବଶ୍ୟକତା ପଡେ। ମାଟି ସଂଗ୍ରହ, ମାଟିକୁ ପାଣିରେ ବତୁରାଇବା, ଖପର ପୋଡିବା ପାଇଁ ଆବଶ୍ୟକ ଜାଳେଣି ସଂଗ୍ରହ, ଗଢ଼ିବା ପରେ କଞ୍ଚା ମାଟିର ଖପରକୁ ଖରାରେ ଶୁଖାଇବା ପାଇଁ ଚାରିଦିନ ଲାଗିଥାଏ। ଏହାପରେ ତଳେ ଝାଟି, କାଠି ବିଛାଇ ତା ଉପରେ ଖପରକୁ ରଖି ପାଳ ଘୋଡାଯାଏ। ଏହାକୁ ପୋଡିବା ପରେ ବିକ୍ରି ଯୋଗ୍ୟ ଖପର ପ୍ରସ୍ତୁତ ହୋଇଥାଏ। ଶେଷରେ ଏହାକୁ ସମତୁଲ କରାଯାଇ ଥାକ ଥାକ କରି ରଖି ବିକ୍ରି ସକାଶେ ସଜାଇ ଦିଆଯାଇଥାଏ। ଖପର ନିର୍ମାଣ ପାଇଁ କାଠ ତିଆରି ଏକ ଚକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚକର ମଝି ଅଂଶରେ ବତୁରା ମାଟିର ଠେଲାକୁ ରଖି ଚକ୍ରାକାରରେ ଘୂରାଯାଏ ଓ ଖପର ନିର୍ମାଣ କରାଯାଇଥାଏ । କୁମ୍ଭାର ପରିବାରର ସଦସ୍ୟମାନେ ଏଥିପାଇଁ ବହୁ କଷ୍ଟ କରିଥାନ୍ତି। ଏଥିରୁ ଦୈନିକ ମୁଣ୍ଡ ପିଛା ୯୦ରୁ ୧୦୦ ଟଙ୍କା ମାତ୍ର ରୋଜଗାର ହୋଇଥାଏ। ଏତେ କମ୍‌ ରୋଜଗାରରେ ପରିବାର ଚଳାଇବା କଣ୍ଟସାଧ୍ୟ ବୋଲି କତାବଗାର ମନୋଜ ରଣା କହନ୍ତି। ଏବେ ସମସ୍ତେ ପକ୍କାଘର ନିର୍ମାଣ କରୁଛନ୍ତି। ଆଉ ଖପର ଘରକୁ ପସନ୍ଦ କରୁନାହାନ୍ତି। ଫଳରେ ଆମ ବେପାର ଟିକେ ମାନ୍ଦା ପଡିଛି ବୋଲି କୁଲୁଣ୍ଡା ଗ୍ରାମର ଖପର କାରିଗର ଚକାମନ ରଣା କହନ୍ତି। ସରକାରୀସ୍ତରରେ ଖପର କାରିଗରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ଏହି କୌଳିକ ବୃତ୍ତି ଆଗକୁ ବଢ଼ିପାରନ୍ତା ବୋଲି ପ୍ରଦୀପ ରଣା କୁହନ୍ତି। ସରକାରଙ୍କ ତରଫରୁ ଋଣ ପ୍ରଦାନ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯିବା ସହ ଆବଶ୍ୟକ ବୈଷୟିକ ତାଲିମ ପ୍ରଦାନ କରାଯାଇପାରିଲେ କୁମ୍ଭାର ସମ୍ପ୍ରଦାୟର ଆର୍ଥିକ ପ୍ରଗତି ହୋଇ ପାରନ୍ତା ବୋଲି ସାମାଜିକ କର୍ମୀ ତଥା ବୃଦ୍ଧିଜୀବୀ ସୀତାରାମ ବନଛୁର ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା...

ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି...

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri