ପ୍ରଶଂସାର ଓଜନ

ଡ.ସତ୍ୟନାରାୟଣ ମିଶ୍ର

ପ୍ରଶଂସା ଓ ନିନ୍ଦା ପ୍ରତ୍ୟେକ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କର୍ମର ପ୍ରତିଫଳନ। ମଣିଷର କର୍ମକୁ ନେଇ ପ୍ରଶଂସା ଓ ନିନ୍ଦାର ସୃଷ୍ଟି। ମଣିଷ ମହତ୍‌ କର୍ମ କଲେ ପ୍ରଶଂସା ପାଇଥାଏ ଓ ଖରାପ କାର୍ଯ୍ୟ କଲେ ନିନ୍ଦିତ ହୋଇଥାଏ। ତେବେ ନିନ୍ଦାକୁ ସହ୍ୟ କରିବା ଯେତେବେଳେ କଷ୍ଟ ହୋଇଥାଏ, ପ୍ରଶଂସାକୁ ଗ୍ରହଣ କରିବା ଆନନ୍ଦଦାୟକ ହୋଇଥାଏ। ଅତଏବ ନିନ୍ଦାରେ ନିନ୍ଦିତ ହେଉଥିବା ବ୍ୟକ୍ତି ସହିତ ପ୍ରାୟ କେହି ଭାଗୀଦାରି ହେଉ ନ ଥିବା ବେଳେ ପ୍ରଶଂସାରେ ପ୍ରଶଂସିତ ବ୍ୟକ୍ତି ସହିତ ଅନେକ ସାମିଲ ହୋଇଥାନ୍ତି, ଯାହା ସୃଷ୍ଟି କରିଥାଏ ନିଜ ପ୍ରତି, ସମାଜ ପ୍ରତି ଏକ ଉତ୍ସାହ ଓ ପ୍ରେରଣା। ଏଇଠି ମଣିଷ ସୃଷ୍ଟି କରିଥାଏ ଜୀବଦ୍ଦଶା ମଧ୍ୟରେ କେଉଁ କାର୍ଯ୍ୟ କରଣୀୟ ଓ କେଉଁ କାର୍ଯ୍ୟ ନିନ୍ଦନୀୟ ଯାହା ସମାଜର ଅନ୍ୟମାନଙ୍କ ପ୍ରତି ସୃଷ୍ଟି କରିଥାଏ ଏକ ଦୃଷ୍ଟାନ୍ତ। ମାତ୍ର ପ୍ରଶଂସାର ବ୍ୟାପକତା ବା ପ୍ରଚାରର ଗତି ମନ୍ଥର ହେଉଥିବା ବେଳେ ନିନ୍ଦାର ଗତି ଅତି ତୀବ୍ର ବେଗରେ ଚତୁର୍ଦ୍ଦିଗ କମ୍ପନ ସୃଷ୍ଟି କରିଥାଏ, କାରଣ ପ୍ରକୃତ ପ୍ରଶଂସାର ଅଧିକାରୀକୁ ଏ ସମାଜ ସହଜରେ ଗ୍ରହଣ କରିବାରେ ଚିନ୍ତା କରିବା ପାଇଁ ସମୟ ନେଇଥାଏ।
ସାଂପ୍ରତିକ ସମାଜରେ ମଣିଷ କେତେବେଳେ ପ୍ରଶଂସା ପାଇଁ କାର୍ଯ୍ୟ କରିଥାଏ ତ ପୁଣି କେତେବେଳେ କାର୍ଯ୍ୟ ପାଇଁ ପ୍ରଶଂସା ପାଇଥାଏ। ଯେତେବେଳେ ବ୍ୟକ୍ତି ପ୍ରଶଂସା ପାଇଁ କାର୍ଯ୍ୟ କରିଥାଏ ସେତେବେଳେ ଉକ୍ତ ପ୍ରଶଂସାର ଓଜନ ଭାରି ହୋଇଥାଏ, ମାତ୍ର ଯେତେବେଳେ ବ୍ୟକ୍ତିର କାର୍ଯ୍ୟ ପାଇଁ ପ୍ରଶଂସା ହୋଇଥାଏ ସେତେବେଳେ ଆପଣା ଛାଏଁ ପ୍ରଶଂସିତ ବ୍ୟକ୍ତି ସମାଜର ସ୍ବୀକୃତି ପାଇଥାଏ ଓ ସେଥିରେ ପ୍ରଶଂସାର ଓଜନ ବହୁତ ସ୍ବଳ୍ପ ଥାଏ। ଅନେକ ସମୟରେ ବ୍ୟକ୍ତି ନିଜର କର୍ମକୁ ଅଧିକ ଲୋକାଭିମୁଖୀ ଓ ଅନ୍ୟର ଉପକାର କରିବା ଉଦ୍ଦେଶ୍ୟରେ ସାମର୍ଥ୍ୟ ଓ ଶକ୍ତିକୁ ଉପଯୋଗ କରିଥାଏ ଏବଂ ସମୟକ୍ରମେ ତାହା ସର୍ବଜନରେ ପ୍ରଶଂସାର ପାତ୍ର ହୋଇଥାଏ। ମାତ୍ର ସମାଜରେ ଅନେକ ବ୍ୟକ୍ତି କେବଳ କିଛି ପ୍ରଶଂସା ପାଇବା ପାଇଁ ବା ପ୍ରଶଂସାକୁ ଆଳ କରି କର୍ମ କରିଥାନ୍ତି ଓ ପ୍ରଶଂସାକୁ ଶ୍ରବଣ କରି ଆତ୍ମହରା ହୋଇଥାନ୍ତି। ଯିଏ ପ୍ରକୃତ କର୍ମଠ ବ୍ୟକ୍ତି ସେ ପ୍ରଶଂସାକୁ ଗୌଣ ମନେକରି କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥାଏ। ପ୍ରଶଂସାକୁ ଏକ ସକାରାତ୍ମକ ଦୃଢୀକରଣ ଭାବରେ ବିବେଚନା କରାଯାଏ କାରଣ ଏହା ଆଶା ଅନୁଯାୟୀ ଆଚରଣ କରିବା ପାଇଁ ଏକ ଉତ୍ସାହଜନକ ପ୍ରତିକ୍ରିୟା ସୃଷ୍ଟି କରିଥାଏ।
କୌଣସି ପ୍ରୟାସ ବିନା ପ୍ରଶଂସା କିପରି ଅଧିକ ଦିଆଯାଏ ସମାଜ ଆଜି ମର୍ମେ ମର୍ମେ ଅନୁଭବ କରୁଛି। ମାତ୍ର ତାହା ପ୍ରକାଶ କରିବାରେ ଅକ୍ଷମ, କାରଣ ଉକ୍ତ ପ୍ରଶଂସାର ଓଜନ ଅନେକ ଭାରି, ଯାହାକୁ ବହନ କରିବା ପାଇଁ ସ୍ବାଭିମାନୀ ମଣିଷର ସାମର୍ଥ୍ୟ ନ ଥାଏ। ଅନେକ ବ୍ୟକ୍ତି ଅନୁଭବ କରନ୍ତି ଯେ ସମାଜର ବହୁ ବ୍ୟକ୍ତି ପ୍ରଶଂସା ପାଇବା ପାଇଁ ଯୋଗ୍ୟ ନ ଥାନ୍ତି, ତଥାପି କିଛି ମୁଷ୍ଟିମେୟ ବ୍ୟକ୍ତି ବା ଗୋଷ୍ଠୀର ଚାପରେ ତାହାଙ୍କୁ ଏକ କାର୍ଯ୍ୟକ୍ରମର ଆଧାର ସ୍ବରୂପ ତୋଷାମଦିର ସୂକ୍ଷ୍ମ ପାଖୁଡାରେ ଆଚ୍ଛାଦିତ କରି ପ୍ରଶଂସା କରାଯାଏ, ଯାହା ଥାଏ ତୋଷାମଦି ଓ ସ୍ବାର୍ଥର ଏକ ବୃହତ୍‌ ସେତୁ।
ବର୍ତ୍ତମାନର ସମାଜର ଆଳଙ୍କାରିକ ବୃଦ୍ଧି ସହିତ ପ୍ରଶଂସା ସହଜରେ ଦିଆଯାଉଛି ଓ ପ୍ରକୃତ ପ୍ରଶଂସାର ଅର୍ଥ ହଜିଯାଇଛି। ବ୍ୟକ୍ତି ଆଶା କରିଥାଏ ଯେ ସେମାନେ ପୂର୍ବରୁ ଉଚିତ କାର୍ଯ୍ୟ କରିବା ପାଇଁ ପୁରସ୍କୃତ ହେବେ ଓ ପ୍ରଶଂସା ପାଇବେ। ଜୀବନ ଧାରଣର ପରିବର୍ତ୍ତିତ ମାନର ସୌଖୀନ ବ୍ୟବସ୍ଥାରେ ମଣିଷ ପ୍ରଯୁକ୍ତି ବିଦ୍ୟା ତଥା ସାମାଜିକ ବର୍ଗୀକରଣର ସାହଚର୍ଯ୍ୟରେ ପ୍ରଶଂସା ସାଉଁଟିବା ପାଇଁ ବ୍ୟସ୍ତ ରହି ନିଜର ସ୍ବତଃ ପରିଚୟକୁ ଭୁଲିଯାଉଛି । ଭୁଲ୍‌ ଜିନିଷ ପାଇଁ ଅନେକ ଲୋକଙ୍କୁ ପ୍ରଶଂସା କରିବା ଦ୍ୱାରା ଏହାର ପ୍ରଶଂସା କରିବାର ଅର୍ଥ ଏକ ଭିନ୍ନ ଦୃଷ୍ଟିକୋଣକୁ ଆଧାର କରି ସୃଷ୍ଟି କରୁଛି ଏକ ସନ୍ଦେହର ବଳୟ। ସମାଜରେ ଆଜି ଅଧିକାଂଶ ବ୍ୟକ୍ତି ପୁରସ୍କାର ପାଇବା ପାଇଁ କଠିନ ପରିଶ୍ରମ କରନ୍ତି ନାହିଁ, ସେମାନେ କେବଳ ଲୋକଦେଖାଣିଆ ଭାବେ ଏକ ପ୍ରତୀକାତ୍ମକ ଧ୍ୱନି ସୃଷ୍ଟି କରିଥାନ୍ତି ଓ ସମସ୍ତଙ୍କଠାରୁ କିଛି ଆଶା କରନ୍ତି। ସମସ୍ତେ ପ୍ରଶଂସା ପାଇବାକୁ ଯୋଗ୍ୟ ନୁହନ୍ତି, କାରଣ ଏହା କେବଳ ପ୍ରମୁଖ ସମସ୍ୟା ସୃଷ୍ଟି କରିଥାଏ। ପ୍ରତ୍ୟେକ ଖେଳରେ ପ୍ରତ୍ୟେକେ ଜିତିପାରିବେ ନାହିଁ, ତେଣୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରସ୍ତୁତ ହୋଇଥାଏ, ଯାହାଦ୍ୱାରା ବିଜେତାମାନଙ୍କୁ ଆଘାତ ନ ଦେଇ ହଜିଯାଉଥିବା ଉତ୍କର୍ଷଙ୍କୁ ଭଲ ଲାଗେ ଯାହା ସୃଷ୍ଟି କରେ ଭବିଷ୍ୟତର ଆଶା। ମାତ୍ର ଉକ୍ତ ଖେଳରେ ଥାଏ ଉପଯୁକ୍ତ ଶ୍ରମ ଓ ପ୍ରଶଂସା ପାଇଁ ଲଢ଼େଇ। କିନ୍ତୁ ଆଜିକାଲି ଅନେକେ ଇଚ୍ଛା ପ୍ରକଟ କରିସାରିଲେଣି ଯେ ସେମାନେ ନିଜ କାର୍ଯ୍ୟରେ କୌଣସି ପ୍ରୟାସ କରିପାରିବେ ନାହିଁ, ମାତ୍ର ସେମାନେ ସମାଜରେ ଯଥେଷ୍ଟ ପ୍ରଶଂସିତ ହେବେ ଓ ସମସ୍ତେ ତାଙ୍କୁ ଯେମିତି ଭଲ କହିବେ। ଏହା କରିବା ଦ୍ୱାରା ସମାଜର ନୈତିକ ଅଧଃପତନ ସୃଷ୍ଟି ହୋଇ ତାହା ବିଖଣ୍ଡିତ ହୋଇଯାଏ।
ଜୀବନର ସକାରାତ୍ମକ ଦିଗ ଦେଖିବାକୁ ଅନେକଙ୍କୁ ଉତ୍ସାହିତ କରିଥାଏ ପ୍ରଶଂସା। ପ୍ରଶଂସା ଅନ୍ୟମାନଙ୍କୁ ସେମାନଙ୍କର ପ୍ରତିଭାକୁ ଚିହ୍ନିବାରେ, ସେମାନଙ୍କର ଆତ୍ମସମ୍ମାନ ବୃଦ୍ଧି ତଥା ଆଶା ପୁନଃ ସ୍ଥାପିତ କରିବାରେ ସାହାଯ୍ୟ କରେ। ବର୍ତ୍ତମାନ ସମାଜରେ ପ୍ରଶଂସା ଲାଳାୟିତ ବ୍ୟକ୍ତିମାନଙ୍କ ସଂଖ୍ୟା ଅଧିକ ପରିଲକ୍ଷିତ ହେଉଥିବା ବେଳେ ସେମାନଙ୍କର ପ୍ରଶଂସାର ଓଜନ ଅଧିକ ଗୁରୁତ୍ୱ ଓ ଓଜନିଆ ହୋଇଥାଏ, ଯାହା ସୃଷ୍ଟି କରେ ଅନେକ ଲୁକ୍କାୟିତ ଦ୍ୱନ୍ଦ୍ୱ। ସମାଜରେ ବିଶେଷତଃ ତିନି ପ୍ରକାରର ପ୍ରଶଂସା ଦୃଶ୍ୟମାନ ହୋଇଥାଏ। ଗୋଟିଏ ଥାଏ ଆତ୍ମପ୍ରଶଂସା, ଦ୍ୱିତୀୟ ଥାଏ ପ୍ରଶଂସା ପାଇଁ ବିଭିନ୍ନ ଅନୈତିକ ଉପାୟର ବ୍ୟବସ୍ଥା ଓ ତୃତୀୟରେ ଥାଏ ମହତ୍‌ କାର୍ଯ୍ୟ ଦ୍ୱାରା ସ୍ବତଃ ସାମାଜିକ ପ୍ରଶଂସା। କିନ୍ତୁ ପ୍ରକୃତ ପ୍ରଶଂସାର ପାତ୍ର ଯେଉଁ ବ୍ୟକ୍ତି ହୋଇଥାଏ ତାହା ସମାଜର ପ୍ରତ୍ୟେକ ବ୍ୟକ୍ତିର ଅନ୍ତରରେ ଏକ ଆଲୋଡ଼ନ ସୃଷ୍ଟି କରି ଭାବ ଧାରାର ସ୍ରୋତ ସୃଷ୍ଟି କରେ; ଯାହାର ଓଜନ ମାପିବା ପାଇଁ କାହା ନିକଟରେ ନ ଥାଏ ଓଜନ ମାପିବାର ଯନ୍ତ୍ର ଓ ପ୍ରମାଣ କରିଥାଏ ପ୍ରକୃତ ପ୍ରଶଂସାର ଓଜନ କେତେ। ତେଣୁ ପ୍ରକୃତ ପ୍ରଶଂସାକୁ ଓଜନରେ ମାପିବାର ଆବଶ୍ୟକତା ନ ଥିବା ବେଳେ, କୃତ୍ରିମ ପ୍ରଶଂସାର ଓଜନକୁ ମାପିବାର ଆବଶ୍ୟକତା ଲୋଡ଼ା ଥାଏ।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର,
ଭାରତ ସରକାର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri