ପ୍ରଭାବିତ ହେଉଛି ମହିଳାଙ୍କ ପ୍ରଜନନ କ୍ଷମତା

ଡା. ଶୁଭଶ୍ରୀ ମିଶ୍ର

୨୧୦୦ ବେଳକୁ ପାଖାପାଖି ୮୦ ବର୍ଷ ପରେ ଭାରତର ଜନସଂଖ୍ୟା ୩୦ କୋଟି ହ୍ରାସ ପାଇ ୧୦୦ କୋଟିରେ ପହଞ୍ଚିଥିବ। ସେହିପରି ମହିଳାମାନଙ୍କ ପ୍ରଜନନ କ୍ଷମତା ଅନୁପାତରେ ହ୍ରାସ ପାଇ ଏଭଳି ଘଟିବ ବୋଲି ବିଶ୍ୱ ସ୍ବାସ୍ଥ୍ୟସେବା ସଙ୍ଗଠନ ସୂଚିତ କରିଛି। ଜାତିସଂଘର ଜନସଂଖ୍ୟା ବିଭାଗ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାରେ ପ୍ରାୟତଃ ୨କୋଟି ହ୍ରାସ ପାଇବ। ଗତ ୭୦ବର୍ଷ ମଧ୍ୟରେ ଭାରତର ସମଗ୍ର ପ୍ରଜନନ ଅନୁପାତରେ ଉଲ୍ଲେଖଯୋଗ୍ୟ ହ୍ରାସ ହୋଇଛି। କାରଣ ୧୯୫୦ରେ ପ୍ରଜନନ ଅନୁପାତ ୫.୬ ଅର୍ଥାତ୍‌ ଜଣେ ମହିଳା ୫ରୁ ୬ଟି ସନ୍ତାନର ଜନନୀ ହେଉଥିଲେ। ୨୦୧୭ ବେଳକୁ ଏହି ସଂଖ୍ୟା ହ୍ରାସ ପାଇ ୨.୧୪ ପ୍ରତିଶତ ହୋଇଯାଇଛି। ୨୧୦୦ ମସିହା ବେଳକୁ ଭାରତର ପ୍ରଜନନ ଅନୁପାତ ୧.୨୯ ହୋଇଯିବ; ଯାହାଦ୍ୱାରା ବର୍ତ୍ତମାନର ଜନସଂଖ୍ୟାରୁ ପାଖାପାଖି ୩୦କୋଟି କମ୍‌ ହୋଇ ୧୦୦ କୋଟିରେ ପହଞ୍ଚତ୍ବ। କାରଣ ବର୍ତ୍ତମାନ ସ୍ଥିତିରେ ବିଶ୍ୱର ଜନସଂଖ୍ୟା ୭.୮ ବିଲିୟନ ରହିଛି। ୨୦୬୪ ସମୟକୁ ଏହି ସଂଖ୍ୟା ୯.୭ ବିଲିୟନରେ ପହଞ୍ଚତ୍ବାର ଅନୁମାନ ହେଉଛି। ଏହାପରେ ବିଶ୍ୱଜନସଂଖ୍ୟାରେ ହ୍ରାସ ଘଟିବା ଆରମ୍ଭ ହୋଇ ଶତାବ୍ଦୀର ଶେଷ ବେଳକୁ ୮.୮ ବିଲିୟନ ରହିବ। ଗତବର୍ଷ ଜାତିସଂଘ ଆକଳନ କରିଥିଲା ଯେ ୨୧୦୦ ମସିହା ବେଳକୁ ବିଶ୍ୱ ଜନସଂଖ୍ୟା ୧୦.୯ ବିଲିୟନକୁ ହ୍ରାସ ଘଟିବ। ସେହିପରି ୨୧୦୦ ମସିହା ବେଳକୁ ଭାରତ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଥିବ। ବର୍ତ୍ତମାନ ସ୍ଥିତିରେ ଭାରତ ସମେତ ଅନେକ ଦେଶର ପ୍ରଜନନ କ୍ଷମତା କମିବାରେ ଲାଗିଛି; ଯାହା ଆଗାମୀ ସମୟରେ ଆର୍ଥିକ ଓ ସାମାଜିକ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ। ରିପୋର୍ଟର ତଥ୍ୟ ଅନୁଯାୟୀ ୧୫ ବର୍ଷରୁ କମ୍‌ ଜନସଂଖ୍ୟା ଅନୁପାତରେ ୮୦ ବର୍ଷୀୟ ସଂଖ୍ୟା ବଢ଼ିବ।
ଦେଶରେ ମହିଳାମାନେ ଶିକ୍ଷିତ ହେବା ସହ କମ୍‌ ସଂଖ୍ୟାରେ ପିଲା ଜନ୍ମ କରୁଛନ୍ତି। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ମହିଳାଙ୍କ ପ୍ରଜନନ ହାର ୨.୩ରେ ସ୍ଥିର ରହିବା ପରେ ୨୦୨୨ରେ ଏହା ସର୍ବକାଳୀନ ସର୍ବନିମ୍ନ ୨.୨କୁ ହ୍ରାସ ପାଇଛି। ୨୦୨୨ ମସିହା ପାଇଁ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ ପକ୍ଷରୁ ସଂକଳିତ ଏସ୍‌.ଆର.ଏସ୍‌. ରିପୋର୍ଟରୁ ଏହା ଜଣାଯାଇଛି। ମହିଳା ସାକ୍ଷାରତା ହାର କମ୍‌ ଥିବା ରାଜ୍ୟ ବିହାରରେ ମହିଳା ପ୍ରଜନନ ହାର ସର୍ବାଧିକ ୩.୨ ଥିବାବେଳେ କେରଳରେ ଏହା ୧.୭ ଓ ଦିଲ୍ଲୀରେ ୧.୫ ରହିଛି। ସେହିପରି ଓଡ଼ିଶାରେ ପ୍ରଜନନ ହାର୧.୯ ରହିଛି, ଯାହା କି ଜାତୀୟ ହାର ତୁଳନାରେ କମ୍‌। ୨୦୧୪ରୁ ୨୦୧୬ ମଧ୍ୟରେ ଦେଶରେ ୧୦୦୦ ପୁଅରେ ୮୯୮ ଝିଅ ଥିବାବେଳେ ୨୦୧୫-୨୦୧୭ରେ ଏହି ସଂଖ୍ୟା ୮୯୬କୁ ହ୍ରାସ ପାଇଛି। ୨୦୧୧ ଜନଗଣନାରେ ପ୍ରତି ୧୦୦୦ ପୁଅରେ ୯୪୦ଜଣ ଝିଅ ଥିଲେ। ଜାତୀୟ ସ୍ତରରେ ଜନ୍ମହାର ୨୦୧୯ରେ ୨୦.୨କୁ ହ୍ରାସ ପାଇଛି। ୨୦୧୬ରେ ଏହା ୨୦.୪ ଥିଲା। ରାଜ୍ୟ ଭିତ୍ତିରେ ଜନ୍ମହାର ବିହାରରେ ସର୍ବାଧିକ ୨୬.୪ ଥିବାବେଳେ କେରଳରେ ସର୍ବନିମ୍ନ ୧୪.୨ ରହିଛି। ଦେଶରେ ୨୦୧୨ରୁ ୨୦୨୨ ମଧ୍ୟରେ ଜନ୍ମହାର ୧.୪ ପଏଣ୍ଟ ହ୍ରାସ ପାଇଛି।
ସଂପ୍ରତି ବିଭିନ୍ନ ପାରିପାର୍ଶ୍ୱିକ, ସାମାଜିକ, ଚିକିତ୍ସାଗତ କାରଣ ପାଇଁ ମହିଳାଙ୍କ ପ୍ରଜନନ କ୍ଷମତା ଗୁରୁତର ଭାବରେ ପ୍ରଭାବିତ ହେଉଛି। ପ୍ରଥମ କଥା ହେଉଛି ଶରୀରର ଓଜନ ଆବଶ୍ୟକତାଠାରୁ କମ୍‌ ହୋଇଥିଲେ ଯାହାର ଅର୍ଥ ହେଉଛି ଅଧିକ ପତଳା ମହିଳାଙ୍କର ସନ୍ତାନ ଜନ୍ମ ବା ପ୍ରଜନନ କ୍ଷମତା ସ୍ବାଭାବିକ ଭାବେ କମ୍‌ ରହିଥାଏ। ଭୋକ ଓ ଦୁର୍ବଳତାକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେଉଥିବା ହର୍ମୋନ୍‌ ଏହା ପାଇଁ ଦାୟୀ। ଏହି ହର୍ମୋନରୁ ବହୁ କମ୍‌ ମାତ୍ରା ଋତୁସ୍ରାବ ପାଇଁ କାର୍ଯ୍ୟ କରିଥାଏ। ଏହା ମଧ୍ୟ ପ୍ରଜନନ କ୍ଷମତା କମ୍‌ ହେବାର ମୁଖ୍ୟ କାରଣ। ଅତ୍ୟଧିକ ପତଳା ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ। ତେଣୁ ଏମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା ଦରକାର। ସେହିପରି ସାଧାରଣରେ ମହିଳାମାନେ ବ୍ୟବହାର କରୁଥିବା ଗର୍ଭନିରୋଧକ ଟିକା ବି ଏ କ୍ଷେତ୍ରରେ ଗୁରୁତର ପ୍ରଭାବ ରଖିଥାଏ। ଯଦି ଗର୍ଭନିରୋଧକ ବଟିକା ଖାଉଥାନ୍ତି କିମ୍ବା ଗର୍ଭନିରୋଧକ ଇଞ୍ଜେକ୍‌ସନ ନେଉଥାନ୍ତି, ତା’ହେଲେ ଏହା ମଧ୍ୟ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହି ପ୍ରଣାଳୀକୁ ଯଦି ଲଗାତର କରୁଥାନ୍ତି, ତା’ହାଲେ ମା’ହେବାର ଦକ୍ଷତା ମହିଳାମାନେ ହରାଇପାରନ୍ତି। ଆଉ ଗୋଟିଏ କାରଣ ହେଉଛି ମୋଟା ହେବା ବା ଶାରୀରିକ କ୍ଷେତ୍ରରେ ମେଦବହୁଳତା । ମେଦ ବୃଦ୍ଧି ଯୋଗୁ ହର୍ମୋନ ନିର୍ଗତ ହେବାରେ ବାଧା ସୃଷ୍ଟି ହୁଏ। ବିଶେଷ କରି ଗର୍ଭଧାରଣରେ ଏହା ସମସ୍ୟା ସୃଷ୍ଟି କରେ। ଅଧିକ ମୋଟା ହୋଇଯାଉଥିବା ମହିଳାଙ୍କ ଗର୍ଭାଶୟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ। ବୟସ ମଧ୍ୟ ପ୍ରଜନନ କ୍ଷମତାକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ, ବିଶେଷକରି ବୟସ୍କ ମହିଳାମାନେ ଅର୍ଥାତ୍‌ ୩୫ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ଶାରୀରିକ ଦୃଷ୍ଟିକୋଣରୁ ପ୍ରଜନନ କ୍ଷମତା କମି ଯାଇଥାଏ। ଅଧିକାଂଶ ମହିଳା ହୁଏତ ଜାଣି ନ ଥାନ୍ତି ଯେ ସାଧାରଣରେ ମାମୁଲି ଲାଗୁଥିବା ଥାଇରଏଡ୍‌ର ପ୍ରଭାବରେ କେତେକ କ୍ଷେତ୍ରରେ ମହିଳାମାନେ ନିଜର ସନ୍ତାନ ଜନ୍ମ କରିବାର ବା ପ୍ରଜନନ କ୍ଷମତାରେ ସମସ୍ୟାକୁ ସାମ୍ନା କରିଥାନ୍ତି।
ସେହିପରି ଯୌନ ସମ୍ପର୍କ ମଧ୍ୟ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ଏକ ସ୍ବାସ୍ଥ୍ୟଗତ କାରଣ ଭାବେ ଦେଖାଯାଇଥାଏ। ଯୌନ ସମ୍ପର୍କ ସମୟରେ ଯୌନାଙ୍ଗ ଯଦି ସଂକ୍ରମଣ ହୋଇ ଏଥିରେ ପ୍ରମେହ ରୋଗ ହୋଇଥାଏ, ତା’ ହେଲେ ପ୍ରଜନନ କ୍ଷମତା ହ୍ରାସ ପାଏ। ଫଳରେ ଦମ୍ପତି ସହଜରେ ମାତାପିତା ହୋଇପାରନ୍ତି ନାହିଁ।
ସ୍ଲିମ୍‌ ଓ ଶକ୍ତିଶାଳୀ ହେବାରେ ବ୍ୟାୟାମ ସହାୟକ ହୁଏ। ହେଲେ ମହିଳାମାନେ ସ୍ଲିମ୍‌ ହେବା ଲକ୍ଷ୍ୟରେ ଆବଶ୍ୟକତାଠାରୁ ଅଧିକ ବ୍ୟାୟାମ କରନ୍ତି। ଏହା ଗର୍ଭାଶୟ ଉପରେ ପ୍ରଭାବ ପକାଏ। ଫଳରେ ପ୍ରଜନନ କ୍ଷମତା ହ୍ରାସ ପାଏ। କେତେକ କ୍ଷେତ୍ରରେ ଦେଖାଯାଏ ମହିଳାମାନେ ନିୟମିତ ଭାବରେ ପ୍ରତିଦିନ ନିଶାସେବନ କରିଥାନ୍ତି କିନ୍ତୁ ଏହା ସେମାନଙ୍କ ପ୍ରଜନନ କ୍ଷମତା ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାୟ ୭ ହଜାର ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଦେଖାଯାଇଥିଲା ଯେ ଯେଉଁମାନେ ଅଧିକ ପରିମାଣରେ ମଦ୍ୟପାନ କରୁଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥିଲା। ଯେଉଁ ମହିଳାମାନେ ସର୍ବଦା ଚିନ୍ତାଗ୍ରସ୍ତ ରହିଥାନ୍ତି, ସେମାନେ ଚାହିଁଲେ ବି ଗର୍ଭଧାରଣ କରିପାରନ୍ତି ନାହିଁ। କାରଣ ସେମାନଙ୍କର ପ୍ରଜନନ କ୍ଷମତା ବହୁତ କମ୍‌। ଚିନ୍ତା ପ୍ରଜନନ ହର୍ମୋନର ସ୍ତରକୁ ବହୁତ କମେଇ ଦେଇଥାଏ। ଆମେରିକାର ଏକ ସର୍ଭେରୁ ଜଣାପଡ଼ିଛି ପ୍ରାୟ ୧୩ ପ୍ରତିଶତ ମହିଳାଙ୍କ ଧୂମପାନ ଯୋଗୁ ପ୍ରଜନନ କ୍ଷମତା ହ୍ରାସ ପାଇଛି।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ମୋ: ୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri