Posted inଜାତୀୟ

ଭାଜପାର ୨୦୨୪ ଲୋକସଭା ବିଜୟ ଯୋଜନା: ଘର ବାହୁଡିବେ ୫ ହଜାରରୁ ଅଧିକ ବହିଷ୍କୃତ…

ନୂଆଦିଲ୍ଲୀ,୨୭।୧୧ : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି। ସୋମବାର ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ଅୱଧ ଅଞ୍ଚଳରୁ ଭାଜପାରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବିଦ୍ରୋହୀଙ୍କୁ ଫେରାଇ ଅଣାଯିବ। ସେହିଭଳି ଅନ୍ୟ ଅଞ୍ଚଳର ବିଦ୍ରୋହୀମାନେ ମଧ୍ୟ ଘରକୁ ବାହୁଡିବେ।

ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫ ହଜାରରୁ ଅଧିକ ପଦାଧିକାରୀଙ୍କୁ ବହିଷ୍କୃତ କରାଯାଇଥିଲା। କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାର ରଣନୀତି ହେଉଛି ବିଦ୍ରୋହୀଙ୍କ ପ୍ରତ୍ୟାବର୍ତ୍ତନ ନିର୍ବାଚନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ଏହା ପାର୍ଟି ସପକ୍ଷରେ ଏକ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ବାସ୍ତବରେ ଦଳର ସର୍ଭେରୁ ଜଣାପଡିଛି ଅନେକ ବିଦ୍ରୋହୀ ପୌରପରିଷଦ ନିର୍ବାଚନରେ ଜିତିଛନ୍ତି। ସେମାନେ ଏପର୍ଯ୍ୟନ୍ତ କୌଣସି ପାର୍ଟିକୁ ଯାଇ ନାହାନ୍ତି। ତେଣୁ ସେମାନଙ୍କୁ ଦଳକୁ ଫେରାଇ ଆଣିବା ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆହୁରି ଦୃଢ଼ ହୋଇପାରିବ।

ସୋମବାର ଡେପୁଟି ସିଏମ ବ୍ରଜେଶ ପଠକ ଏବଂ ଅଓ୍ବଧ ଅଞ୍ଚଳର ସଭାପତି କମଲେଶ ମିଶ୍ରଙ୍କ ଉପସ୍ଥିତିରେ ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ୩୫ ବିଦ୍ରୋହୀଙ୍କୁ ଦଳର ସଦସ୍ୟତା ପ୍ରଦାନ କରାଯିବ। କୁହାଯାଉଛି ଏହି ସମୟ ମଧ୍ୟରେ ଅନ୍ୟ ଦଳର ଅନେକ କର୍ମୀ ମଧ୍ୟ ଭାଜପାରେ ଯୋଗଦେବେ। ୩୫ ବିଦ୍ରୋହୀଙ୍କ ମଧ୍ୟରେ ବହୁ ପୂର୍ବତନ କାଉନସିଲର, ୱାର୍ଡ ସଭାପତି ଏବଂ ଡିଭିଜନ ସଭାପତିଙ୍କ ବ୍ୟତୀତ ମୈଥିଲି ଶରଣ ଗୁପ୍ତା ୱାର୍ଡର ପୂର୍ବତନ କାଉନସିଲର ଦିଲୀପ ଶ୍ରୀବାସ୍ତବ, ପୂର୍ବତନ କାର୍ଯ୍ୟକାରୀ ମେୟର ସୁରେଶ ଅୱସ୍ତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?