ପ୍ରବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା

ଡ. ରାମଚନ୍ଦ୍ର ରାଉତ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଲକ୍ଷ୍ମୀଶଙ୍କରଙ୍କର ଗୋଟିଏ ମଧୁର ପୁରୁଣା ଗୀତରେ ‘କିଆ କେତକୀ ବନେ କହଇ କେ କାନେ କାନେ- ପରବାସୀ ବନ୍ଧୁ ମୋର ଆସେ ଲୋ…’ ପ୍ରାୟ ସମସ୍ତେ ଶୁଣିଥିବେ। ସେହି ଗୀତରେ ସ୍ବଜନମାନଙ୍କର ବ୍ୟଗ୍ରତା ପରିଲକ୍ଷିତ। ବର୍ତ୍ତମାନ ପରିସ୍ଥିତିରେ ଯେ କେବଳ କରୋନା ନୁହେଁ ପ୍ରବାସୀମାନେ ଆହୁରି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରନ୍ତି ତାହା ଅନେକଙ୍କୁ ଜଣା ନ ଥିବ। ସେଥିରୁ କେତେଗୁଡ଼ିଏ ହେଲା- ମାନସିକ ଓ ବ୍ୟବହାରଗତ ରୋଗ, କ୍ୟାନ୍ସର, ଏଚ୍‌ଆଇଭି, ଟିବି, ହେପାଟାଇଟିସ୍‌, ଦୁର୍ଘଟଣା ଉଭୟ କାରଖାନା ଓ ପ୍ରାକୃତିକ, ଡାଇବେଟିସ, ଉଚ୍ଚ ରକ୍ତଚାପ, ଖାଦ୍ୟଜନିତ ରୋଗ, ହିଂସା ଓ ଅପରାଧ ସମ୍ବନ୍ଧିତ, ପିଲାମାନଙ୍କର ଟିକା, ମଶାବାହିତ ରୋଗ, ପାଟିର ରୋଗ, ଯୌନ ସମ୍ବନ୍ଧିତ ରୋଗ ଏବଂ ଏହା ସହିତ ବର୍ତ୍ତମାନ ସର୍ବାଗ୍ରେ ଥିବା କୋଭିଡ୍‌-୧୯ ରୋଗ।
କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ସାଧାରଣତଃ ସାବାଳକ କର୍ମକ୍ଷମ ବ୍ୟକ୍ତିମାନେ ମୁଖ୍ୟତଃ କର୍ମାନ୍ବେଷଣରେ କିଛି ରୋଜଗାର ପାଇଁ ବାହାରକୁ ଯାଇଥାଆନ୍ତି। ପିଲାମାନେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଯାଇଥାଆନ୍ତି। ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବ୍ୟବସାୟ, ଭ୍ରମଣ ଓ ଚିକିତ୍ସା ପାଇଁ ଯାଉଥିବାବେଳେ କେତେକ ଲୋକ ରାଜ୍ୟ ବାହାରକୁ ଓ କେତେକ ଦେଶ ବାହାରକୁ ଯାଇଥାଆନ୍ତି। ଉଭୟଙ୍କର ରୋଗ ସମାନ ହୋଇ ନ ଥାଏ। ରାଜ୍ୟ ବାହାରକୁ ଯାଇ କିଛି ଦିନ ବା ମାସ ରହି ଘରକୁ ଫେରୁଥିବା ଲୋକମାନଙ୍କ ସଂଖ୍ୟା ଅଧିକ। ସେମାନଙ୍କ ମଧ୍ୟରେ ଶ୍ରମିକ ବେଶି। ମାତ୍ର ଏମାନଙ୍କ ଅଜାଣତରେ ଓ ପରିବେଶ ତଥା ଅନ୍ୟ କେତେକ କାରଣରୁ ରୋଗ ହୋଇଥାଏ। ଏହା ମଧ୍ୟରେ ସଂକ୍ରମଣଜନିତ ରୋଗ ପ୍ରଧାନ।
ସଂକ୍ରାମକ ରୋଗଗୁଡ଼ିକ ମଧ୍ୟରେ ଏଚ୍‌ଆଇଭି ଏଡ୍‌ସ, ଟିବି, ମ୍ୟାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିୟା,ସ୍ବାଇନ୍‌ ଫ୍ଲୁ, ଏବେକାର କୋଭିଡ୍‌-୧୯ ଇତ୍ୟାଦି ପ୍ରମୁଖ। ଏହାସହିତ ହେପାଟାଇଟିସ୍‌ ବା ଜଣ୍ଡିସ୍‌, ମେନିଞ୍ଜାଇଟିସ୍‌, ଏନ୍‌ସେଫାଲାଇଟିସ୍‌, ନିମୋନିଆ, ହର୍ପିସ୍‌, ଯୌନସଂକ୍ରମଣ, ପରିସ୍ରା ସଂକ୍ରମଣ, ଟାଇଫଏଡ୍‌, ଖାଦ୍ୟ ବିଷାକ୍ତ, ଚର୍ମରୋଗ ସଂକ୍ରମଣ ମଧ୍ୟ ପରିଲକ୍ଷିତ ହୋଇଥାଏ। ସାଧାରଣତଃ ଏଡ୍‌ସ ଓ ଟିବି ରୋଗ ଏକତ୍ର ହେବାର ଦେଖାଯାଏ। ତେଣୁ ଟିବି ପିଜିଟିଭ୍‌ ବାହାରିଥିବା ବ୍ୟକ୍ତିଙ୍କର ଏଚ୍‌ଆଇଭି ପରୀକ୍ଷା ଓ ସେହିପରି ଏଚ୍‌ଆଇଭି ପଜିଟିଭ୍‌ ବାହାରିଥିବା ବ୍ୟକ୍ତିଙ୍କର ଟିବି ପରୀକ୍ଷା କରାଯାଇଥାଏ। ଏହାକୁ କ୍ରସ୍‌ ରେଫରାଲ୍‌ କୁହାଯାଏ। ଜ୍ୱର ପାଇଁ ମ୍ୟାଲେରିଆ, ଟାଇଫଏଡ୍‌, ଡେଙ୍ଗୁ, ପରିସ୍ରା ପରୀକ୍ଷା ସହିତ ଛାତିର ଏକ୍ସ-ରେ ମଧ୍ୟ କରାଯାଏ। ରୋଗ ନିର୍ଣ୍ଣୟ କରି ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରିଲେ ରୋଗୀ ଆସନ୍ନ ମୃତ୍ୟୁମୁଖରୁ ରକ୍ଷା ପାଇଥାଏ। ଏହାସହିତ ଏସବୁର ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାଇବା ଉଚିତ। ମଶାରି ଟାଙ୍ଗି ଶୋଇବା, ଭଲଭାବରେ ହାତ ଧୋଇବା, ପାଇଖାନାର ବ୍ୟବହାର ଓ ଯୌନ ସତର୍କତା ଓ କଣ୍ଡୋମ୍‌ ବ୍ୟବହାର କେତେଗୋଟି ପ୍ରତିଷେଧକ ।
ଜଣ୍ଡିସ୍‌ ବା କାମଳ ରୋଗ ପାଇଁ ପାଣି ଓ ଖାଦ୍ୟ ଦାୟୀ। ଅପରିଷ୍କାର ହାତ ମଧ୍ୟ ଏକ ମାଧ୍ୟମ। ସେଥିପାଇଁ ବିଶୁଦ୍ଧ ପାନୀୟଜଳ ଓ ତଟକା ଗରମ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ।
ସଂକ୍ରମଣ ପରେ ମାନସିକ ଓ ବ୍ୟବହାରିକ ରୋଗ ହେଉଛି ଦ୍ୱିତୀୟ ବହୁଳ ପରିଲକ୍ଷିତ ଅବସ୍ଥା। ସାଧାରଣତଃ ପରିବାରଠାରୁ ଦୂରରେ ଦୀର୍ଘଦିନ ଧରି ରହିଲେ ଏକା ଏକା ଲାଗିଥାଏ ଓ ପ୍ରଥମେ କେତେଦିନ ଘର କଥା ମନେପଡ଼େ। ଏହା ସମସ୍ତଙ୍କ ପାଇଁ ସମାନ। କେତେ ଲୋକ ପରିବେଶ, ଭାଷା ଓ ଚଳଣି ସହିତ ଖାପ ଖୁଆଇ ଚଳିପାରନ୍ତି ନାହିଁ। ମାନସିକ ଅବସାଦ, ଉଦ୍‌ବିଗ୍ନତା ଓ ଭୟାଚ୍ଛନ୍ନ ଭାବ ଜାଗ୍ରତ ହୋଇଥାଏ। ଅନେକ ସମୟରେ ଏହା ଅଧିକ ହୋଇ ମୁଖ୍ୟ ମାନସିକ ରୋଗ ହୋଇଥାଏ। ପରିବେଶ ସହିତ ନିଜକୁ ଅଭ୍ୟାସ କରାଇ, ସାଙ୍ଗସାଥୀ, ସହକର୍ମୀଙ୍କ ସହିତ ମିଳିମିଶି ଚଳିଲେ ମାନସିକ ସ୍ଥିରତା ଆସିଥାଏ। ବାହାରେ ରହି ରୋଗରେ ପଡ଼ିଲେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ। ପ୍ରଥମତଃ ଅତ୍ୟଧିକ ଖର୍ଚ୍ଚ ହୋଇଥାଏ ଓ ତତ୍‌ସହିତ ସେବା ଓ ଯତ୍ନ ନେବା ପାଇଁ କେହି ନ ଥାନ୍ତି। ଅନୁଧ୍ୟାନରୁ ଜଣାଯାଇଛି ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ଚିକିତ୍ସା ଖର୍ଚ୍ଚ ତୁଳନାତ୍ମକ ଭାବେ ଅଧିକ। ତେଣୁ ବାହାର ରାଜ୍ୟର ଅନେକ ରୋଗୀ ଆମ ରାଜ୍ୟକୁ ବିଶେଷତଃ ଏମ୍‌ସ ଭୁବନେଶ୍ୱର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପି.ଜି. କ୍ୟାନ୍ସର ପ୍ରତିଷ୍ଠାନ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବୀରସୁରେନ୍ଦ୍ରସାଏ ମେଡିକାଲ କଲେଜକୁ ଆସିଥାଆନ୍ତି।
ଏହାସହିତ ବର୍ତ୍ତମାନର କୋଭିଡ୍‌-୧୯ ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ରୋଗ ଭାବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। କୌଣସି ଦେଶ, କୌଣସି ରାଜ୍ୟ କୋଚିତ୍‌ ଏଥିରୁ ରକ୍ଷା ପାଇଛି। ସାମାଜିକ ଦୂରତା, ମୁହଁ ମାସ୍କ, ସାନିଟାଇଜର୍‌ ଇତ୍ୟାଦିର ବିପୁଳ ପ୍ରସାର, ବ୍ୟବହାର ଓ ସଚେତନତା ସତ୍ତ୍ୱେ ମଧ୍ୟ ଏହାର ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏବେ ଧାରଣା ହୋଇଛି ଯେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କଠାରେ ଏହା ଅଧିକ ରହିଛି, ପରୀକ୍ଷା କଲେ ଜଣାପଡୁଛି। ମାତ୍ର ଏହା ସମ୍ପୂର୍ଣ୍ଣ ଠିକ୍‌ ହୋଇ ନ ପାରେ, ଯେହେତୁ ସଂକ୍ରମଣଟି ସଙ୍ଗରୋଧ ଦ୍ୱାରା ୧୪-୨୧ ଦିନ ମଧ୍ୟରେ ଆପେ ଆପେ ଚାଲିଯାଏ ତା’ହେଲେ ଭୟଭୀତ ହେବା ଠିକ୍‌ ନୁହେଁ। ବରଂ ଆଶ୍ୱସ୍ତ ହେବା କଥା ଯେ ଏହି ସଂକ୍ରମଣ ପ୍ରାଣଘାତକ ନୁହେଁ, ଖୁବ୍‌ କମ୍‌ କ୍ଷେତ୍ରରେ ରୋଗୀ ମୃତ୍ୟୁ ମୁଖ୍ୟରେ ପଡ଼ିଥାଏ। ଦୀର୍ଘଦିନ ରୋଗ ଥିବା ବ୍ୟକ୍ତି, ବୃଦ୍ଧାବୃଦ୍ଧ, ଛୋଟପିଲା ଓ ଗର୍ଭବତୀ ମା’ମାନେ ଅଧିକ ସତର୍କ ହେବା ଦରକାର।
ଯେହେତୁ ପ୍ରବାସୀମାନେ କେବଳ ନିଜ ପାଇଁ ନୁହେଁ, ନିଜର ପରିବାର, ସମାଜ ଓ ରାଜ୍ୟ ତଥା ଦେଶ ପାଇଁ କାମରେ ସମର୍ପିତ ସେମାନଙ୍କୁ ସମାଲୋଚନା କରିବା ଉଚିତ ନୁହେଁ। ସେମାନେ ଅନେକ ଭାବେ ଅର୍ଥନୀତି ଓ ସାମାଜିକ ସ୍ଥିତିର ଦୃଢ଼ୀକରଣ କରିଥାଆନ୍ତି।
ରୟାଲ୍‌ ହେରିଟେଜ୍‌ ପାଖ, ଏମ୍‌ସରୋଜ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

ଗୋଟିଏ କିଲୋର କାମ ଅନେକ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ୍‌ କରିଥାଏ।…

ଗାନ୍ଧୀ ଆଦର୍ଶର ହତ୍ୟାକାରୀ

ମଣିଷ ଇତିହାସ ସୃଷ୍ଟି କରିଥାଏ ଓ ଇତିହାସ ମଧ୍ୟ ଅନେକ ସମୟରେ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିବାକୁ ଯାଇ ମଣିଷକୁ କ୍ଷମା କରି ନ ଥାଏ। ବର୍ତ୍ତମାନର…

ପିଟରଙ୍କ ନୂଆ ରଣନୀତି

ହଙ୍ଗେରୀରେ ପିଟର ମାଗୟାରଙ୍କ ବିପୁଳ ବିଜୟ ଏକ ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହଙ୍ଗେରୀର ଅନୁଭୂତି ପ୍ରାୟତଃ ଦର୍ଶାଏ, ଜଣେ ଜିତିବାକୁ ହେଲେ ବର୍ତ୍ତମାନର ଦୁର୍ନୀତି ଉପରେ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri